BMC Cracks Down on Sweet Shops: ରାକ୍ଷୀ ପୂର୍ବରୁ ମିଠା ଦୋକାନରେ ବିଏମସିର ଚଢାଉ, ଯାଞ୍ଚ ବେଳେ ମିଳିଲା ବାସି ଓ ଅପମିଶ୍ରିତ ଖାଦ୍ୟ
ରାକ୍ଷୀ ପୂର୍ବରୁ ରାଜଧାନୀର ବିଭିନ୍ନ ମିଠା ଦୋକାନ ଉପରେ ଚଢାଉ କରିଛି ବିଏମସି ଫୁଡ୍ ସେଫ୍ଟି ଟିମ୍। ଜାଗମରା ରାସ୍ତାରେ ଥିବା ବିଭିନ୍ନ ମିଠା ଦୋକାନରେ ଟିମ୍ ପକ୍ଷରୁ ଜୋରଦାର ଯାଞ୍ଚ କରାଯାଇଛି।
ବିଶେଷକରି ମିଠା ପ୍ରସ୍ତୁତିରେ ବ୍ୟବହୃତ ଛେନାରେ କୌଣସି ପ୍ରକାର ଅପମିଶ୍ରଣ ହେଉଛି କି ନାହିଁ, ସେନେଇ ଯାଞ୍ଚ କରିଛି ସ୍ପେଶାଲ ଫୁଡ୍ ସେଫ୍ଟି ଟିମ୍। ଖାଦ୍ୟର ଗୁଣବତ୍ତା, ପରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟ ସୁରକ୍ଷା ନିୟମ ପାଳନ ହେଉଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଛି।
ଯାଞ୍ଚ ସମୟରେ କିଛି ଦୋକାନରୁ ଅପମିଶ୍ରିତ ଏବଂ ବାସି ଖାଦ୍ୟ ମିଳିଥିବା ଜଣାପଡିଛି। ଏହାପରେ ନିୟମ ଉଲ୍ଲଂଘନ କରିଥିବା ଦୋକାନୀଙ୍କ ଉପରେ ବିଏମସି ପକ୍ଷରୁ ଜରିମାନା କରାଯାଇଛି।
ରାକ୍ଷୀ ପୂର୍ଣ୍ଣିମାକୁ ନଜରରେ ରଖି ମିଠା ଦୋକାନଗୁଡିକରେ ଏଭଳି ଯାଞ୍ଚ ଜାରି ରହିବ ବୋଲି ଜଣାପଡିଛି। ପର୍ବପର୍ବାଣୀ ସମୟରେ ଗ୍ରାହକଙ୍କୁ ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ଉପରେ ଫୁଡ୍ ସେଫ୍ଟି ଟିମ୍ ଗୁରୁତ୍ୱ ଦେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।