BMC's garbage: ନିୟୋଜିତ ହେଲା ୭ ଅଳିଆ ସଂଗ୍ରହ ଗାଡ଼ି

Oct 03, 2026 - 10:23
BMC's garbage: ନିୟୋଜିତ ହେଲା ୭ ଅଳିଆ ସଂଗ୍ରହ ଗାଡ଼ି

"ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ଆବର୍ଜନା ସଂଗ୍ରହ ବ୍ୟବସ୍ଥାରେ ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ଥିବା ୩୧ଟି ଗାଁ ଯୋଡ଼ି ହୋଇଛି।

ସଂପୃକ୍ତ ଅଞ୍ଚଳରୁ ଅଳିଆ ସଂଗ୍ରହ ପାଇଁ ୭ଟି ଗାଡ଼ିର ଶୁଭାରମ୍ଭ କରାଯାଇଛି।

ଏହି ଗାଡ଼ିଗୁଡ଼ିକ ଟ୍ୟାଗ୍ ହୋଇଥିବା ଗ୍ରାମ ପଞ୍ଚାୟତଗୁଡ଼ିକର ନିର୍ଦ୍ଧାରିତ ସ୍ଥାନରୁ ଶୁଖିଲା ଆବର୍ଜନା ଓ ପୁନଃଚକ୍ରଣଯୋଗ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରିବ।

ଆଜି ନଗର ଉନ୍ନୟନ ମନ୍ତ୍ରୀ ଡ.

କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି।

ଅପରପକ୍ଷେ ଆଜି ତିନିଟି ଯାନ୍ତ୍ରିକ ସଫେଇ ପ୍ୟାକେଜ୍‌ର ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।Advertisment Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା ନିୟୋଜିତ ହେଲା ୭ ଅଳିଆ ସଂଗ୍ରହ ଗାଡ଼ି୩ ଯାନ୍ତ୍ରିକ ସଫେଇ ପ୍ୟାକେଜ୍‌ର ଶୁଭାରମ୍ଭ ଓଡ଼ିଶା ସରକାରଙ୍କ ଗ୍ରାମାଞ୍ଚଳ-ସହରାଞ୍ଚଳ ସମନ୍ୱୟ ପଦକ୍ଷେପ ଅଧୀନରେ ଭୁବନେଶ୍ୱର, ଜଟଣୀ, ବାଲିପଟଣା ଓ ବାଲିଅନ୍ତା ବ୍ଲକ୍‌ର ଅନ୍ଧାରୁଆ, ବରିମୁଣ୍ଡ, ଲକ୍ଷ୍ମୀସାଗର, ଚନ୍ଦକା, ଦାଢ଼ା, ଦାରୁଠେଙ୍ଗ, ଧଉଳି, ଇଟିପୁର, କଳାରାହାଙ୍ଗ, କଲ୍ୟାଣପୁର, କଣ୍ଟାବାଡ଼, ମେଣ୍ଢାଶାଳ, ନଁପୁଟ, ମଳିପଡ଼ା, ଅନାସିଂହପୁର, ରଘୁନାଥପୁର, ବାଲିଅନ୍ତାର ପ୍ରତାପଶାସନ, ଜଗନ୍ନାଥପୁର, ଭାପୁର, ଅଥନ୍ତରା, ଗାରେଡ଼ିପାଞ୍ଚଣ ଗାଁ ଏହି ତାଲିକାରେ ରହିଛି।

ଭୁବନେଶ୍ବର ମହାନଗର ନିଗମ ଏହି ଅଞ୍ଚଳରୁ ଅଳିଆ ସଂଗ୍ରହ କରିବ।

ଶୁଖିଲା ବର୍ଜ୍ୟ ସଂଗ୍ରହ ପରେ ନିକଟସ୍ଥ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି(ଏମ୍‌ଆର୍‌ଏଫ୍‌)କୁ ଆସିବ।

Zoo: ବନ୍ୟପ୍ରାଣୀଙ୍କ ସେଫ୍‌ ଜୋନ୍‌ ପାପାଡାହାଣ୍ଡି ମୃଗ ବିହାର ଏହି ବ୍ୟବସ୍ଥା ଦ୍ୱାରା ଭୁବନେଶ୍ୱରର ସଂଲଗ୍ନ ଗ୍ରାମାଞ୍ଚଳରେ ସଫେଇ ସାଙ୍ଗକୁ ଭିତ୍ତିଭୂମି ବିକାଶକୁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ନାଗରିକଙ୍କ ସହଯୋଗରେ ୟୁଜର୍ସ ଫି ଆଦାୟ କରାଯିବ, ଯାହା ସେବା ଯୋଗାଇବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, କମିସନର ଚଞ୍ଚଳ ରାଣା, କର୍ପୋରେଟର ଅଜିତ କୁମାର ବେହେରା, ସୁଜାତା ଛୋଟରାୟ ଅତିଥି ଭାବେ ଯୋଗଦେଇଥିଲେ।

ଜିଲ୍ଲା ପ୍ରଶାସନ ତରଫରୁ ସଂପୃକ୍ତ ଅଞ୍ଚଳର ଉପଜିଲ୍ଲାପାଳ ତଥା ବିଡିଓମାନେ ଉପସ୍ଥିତ ଥିଲେ।

ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ ଓ ଡେପୁଟି କମିସନର(ପରିମଳ) ଏନ୍‌.

ଗଣେଶ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।