Family Dispute: ଶାଶୂ-ବୋହୂ କଳହରୁ ଉଗ୍ରକାଣ୍ଡ: ବୋହୂ ଉପରକୁ ଗରମ ତେଲ ଫିଙ୍ଗିଲେ ଶାଶୂ

Oct 03, 2026 - 10:23
Family Dispute: ଶାଶୂ-ବୋହୂ କଳହରୁ ଉଗ୍ରକାଣ୍ଡ: ବୋହୂ ଉପରକୁ ଗରମ ତେଲ ଫିଙ୍ଗିଲେ ଶାଶୂ

"ଔପଦା(ଅଶୋକ କୁମାର ପ୍ରଧାନ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମଠନୂଆଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଶାଶୂ-ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା କଳହ ଶେଷରେ ଉଗ୍ର ରୂପ ନେଇଛି।

ଉତ୍ତ୍ୟକ୍ତ ଶାଶୂ ନିଜ ବୋହୂ ଉପରକୁ ଗରମ ତେଲ ଫୋପାଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।​Advertisment ମିଳିଥିବା ସୂଚନା ଅନୁଯାୟୀ, ମଠନୂଆଗାଁର ହରିହର ସିଅଳଙ୍କ ସ୍ତ୍ରୀ ସୁଇଟ୍‌‌ଙ୍କ ସହ ତାଙ୍କ ଶାଶୂଙ୍କର କୌଣସି କଥାକୁ ନେଇ ବାକ୍‌ଯୁଦ୍ଧ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଶାଶୁ ରୋଷେଇ ଘରୁ ଗରମ ତେଲ ଆଣି ସୁଇଟ୍‌ଙ୍କ ଉପରକୁ ଛାଟି ଦେଇଥିଲେ।

ଗରମ ତେଲ ପଡ଼ିବାରୁ ସୁଇଟ୍‌ଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇ ଗୁରୁତର ଅବସ୍ଥା ସୃଷ୍ଟି ହୋଇଥିଲା। ​ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଚିତ୍କାର ଶୁଣି ସମ୍ପର୍କୀୟ ଖୁଡ଼ୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ଏହି ପାରିବାରିକ ବିବାଦ ସୃଷ୍ଟି ହେଲା, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

D Purandeswari: ବିଜେପିର ନୂତନ ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କୁ ଭେଟିବେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।