Boat Gets Stuck In Chilika: ମଝି ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡଙ୍ଗା; ଘଣ୍ଟା ପରେ କୂଳରେ ଲାଗିଲା

Sep 14, 2026 - 17:49
Boat Gets Stuck In Chilika: ମଝି ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡଙ୍ଗା; ଘଣ୍ଟା ପରେ କୂଳରେ ଲାଗିଲା

କୃଷ୍ଣପ୍ରସାଦରେ ମଝି ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡଙ୍ଗା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହିସାକୁଦ ନିକଟରେ ଅଟକି ରହିଥିଲା। ତେବେ ପ୍ରାୟ ୨ ଘଣ୍ଟା ପରେ ଏହ ଡଙ୍ଗା କୂଳକୁ ଆସି ଲାଗିବା ପରେ ଆଶ୍ବସ୍ତି ମିଳିଥଥିଲା। ଚିଲିକାର ମଝି ମହିଁସା କୁଦରେ ଅଟକି ରହିଥିକା ଏହି ଯାତ୍ରୀବାହୀ ଡଙ୍ଗା । ଅନ୍ୟଏକ ଯାତ୍ରୀବାହି ଡଙ୍ଗା କିଛି ଲୋକ ଏବଂ ଗାଡି ଧରୀ ଆସୁଥିବା ବେଳେ ଫସିରହିଥିବା ଡଙ୍ଗାକୁ ଦେଖିଥିଲେ। 

ଏହାପରେ ଏକ ରସି ସାହାଯ୍ୟରେ ଫସିରହିଥିବା ଡଙ୍ଗାକୁ ଟାଣି ଟାଣି ଜହ୍ନିକୁଦା ଘାଟକୁ ଆଣିଥିଲେ । ଫଳରେ ଚିଲିକାର ଜଳରାଶିରୁ ସୁରକ୍ଷିତ ଭାବରେ ଉଦ୍ଧାର ପାଇଥିଲେ ୧୦ ଯାତ୍ରୀ । ସାତପଡ଼ା ଘାଟରୁ ଜହ୍ନିକୁଦା ଯାଉଥିଲା ଏହି ଡଙ୍ଗା। 

  • ମଝି ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡଙ୍ଗା
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହିସାକୁଦ ନିକଟରେ ଅଟକିଲା ଡଙ୍ଗା
  • ୧୦ ଯାତ୍ରୀଙ୍କୁ ନେଇ ସାତପଡ଼ା ଘାଟରୁ ଜହ୍ନିକୁଦା ଯାଉଥିଲା
  • ୨ ଘଣ୍ଟା ପରେ କୂଳରେ ଲାଗିଲା ଡଙ୍ଗା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।