07 NOVEMBER 2026

Welcome!

Unlock your personalized experience.
Sign Up

Book release: ‘ବିଜ୍ଞାନ ସାଧକ’ ଓ ‘ଋଷି ବୈଜ୍ଞାନିକ’ ପୁସ୍ତକ ଉନ୍ମୋଚିତ

Nov 06, 2026 - 22:46
Book release: ‘ବିଜ୍ଞାନ ସାଧକ’ ଓ ‘ଋଷି ବୈଜ୍ଞାନିକ’ ପୁସ୍ତକ ଉନ୍ମୋଚିତ

ଭୂବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବିଶିଷ୍ଟ ଗଣିତ ଶିକ୍ଷକ ତଥା ବିଜ୍ଞାନପ୍ରେମୀ କଳ୍ପତରୁ ପାତ୍ରଙ୍କ ଦ୍ୱାରା ରଚିତ ଓ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ (ଓକେସିଏଲ୍‌) ଦ୍ୱାରା ପ୍ରକାଶିତ ଦୁଇଟି ନୂତନ ପୁସ୍ତକ ‘ବିଜ୍ଞାନ ସାଧକ’ ଓ ‘ଋଷି ବୈଜ୍ଞାନିକ’ ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌, ସୁସାହିତ୍ୟିକ ତଥା ନବ ଜୀବନ ଶିକ୍ଷା ସଂସଦର ସମ୍ପାଦକ ପ୍ରସାଦ ତ୍ରିପାଠୀ ଯୋଗଦେଇଥିଲେ।

ବିଜ୍ଞାନୀ ହେବା ପାଇଁ ଆନୁଷ୍ଠାନିକ ଡିଗ୍ରୀ କିମ୍ବା ପରୀକ୍ଷାଗାରର ଆବଶ୍ୟକତା ସବୁବେଳେ ନଥାଏ। ନିଜ ଜୀବନ ଓ ଜୀବିକାରେ ଅନୁଭୂତି ଓ ଯୁକ୍ତିବୋଧକୁ ଆଧାର କରି ସମସ୍ୟାର ସମାଧାନ ଖୋଜୁଥିବା ସାଧାରଣ ମଣିଷଟି ମଧ୍ୟ ଜଣେ ପ୍ରୟୋଗଧର୍ମୀ ବୈଜ୍ଞାନିକ ବୋଲି ସେ କହିଥିଲେ। ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ସାଧନାରତ ତଥା ‘ହାତପାଆନ୍ତାର ବିଜ୍ଞାନ’ ପୁସ୍ତକର ଲେଖକ ବ୍ରହ୍ମାନନ୍ଦ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ପଛରେ ରହିଛି ପର୍ଯ୍ୟବେକ୍ଷଣ, ଅନୁଭୂତି, ପରୀକ୍ଷା, ତ୍ରୁଟି ସଂଶୋଧନ ଓ ନୂତନ ଜ୍ଞାନ ଆହରଣର ପ୍ରକ୍ରିୟା ବୋଲି କହିଥିଲେ। 

ଓକେସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୁଥାଳ ଶିକ୍ଷାଦାନରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ପୁସ୍ତକ ପ୍ରସ୍ତୁତିର ପୃଷ୍ଠଭୂମି ସମ୍ପର୍କରେ ଲେଖକ ଶ୍ରୀ ପାତ୍ର ଅବତାରଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ପ୍ରାକ୍ତନ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ପ୍ରାବନ୍ଧିକ ଓ ସମାଲୋଚକ ଡ. ନିରଞ୍ଜନ ସାହୁ ଓ ଖଣ୍ଡଗିରି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ତଥା କବି ଓ ଅନୁବାଦକ ରବୀନ୍ଦ୍ରନାଥ ପାଢ଼ୀ ନିଜର ମତ ରଖିଥିଲେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।