Foreign Liquor Seized ୯୭.୪୧ ଲିଟର ଦେଶୀ ଓ ବିଦେଶୀ ମଦ ଜବତ, ୪ ଜଣ ଗିରଫ
ବିନିକା (ଅକ୍ଷୟ କୁମାର ପୂଜାହାରୀ): ଆଜି (ଶୁକ୍ରବାର) ସୋନପୁର ଭ୍ରାମ୍ୟମାଣ ଓ ବିନିକା ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବିନିକା ଅବକାରୀ ଥାନା ଅଞ୍ଚଳରେ ଏକାଧିକ ସ୍ଥାନରୁ ଭାରତରେ ପ୍ରସ୍ତୁତ ବିଦେଶୀ ଓ ଦେଶୀମଦ ଜବତ କରାଯାଇଛି।
ଏହି ମାମଲରେ ୪ଜଣଙ୍କୁ ଗିରଫ କରାଯାଇଛି।
Advertisment ବାଲେଶ୍ୱରରେ ଅବକାରୀ ଚଢ଼ାଉ: ୫୦୯୦ ଲିଟର ମଦ ସହ ବୋତଲ, ବାସନକୁସନ, କାଠ ଓ ଅନ୍ୟ ସାମଗ୍ରୀ ଜବତ ଓ ୭ ଅଭିଯୁକ୍ତ ଗିରଫ ।
ଜବତ ହୋଇଥିବା ମଦ ମଧ୍ୟରେ, ଇଣ୍ଡିଆନ୍ ମେଡ଼୍ ଫରେନ ଲିକର (୨୮.୧୧)ଲିଟର, ବିଅର -୧୪.୩ ଲିଟର, ଓ ଆଉଟ୍ ଷ୍ଟିଲ ଲିକର୍ (ମହୁଲିମଦ)- ୫୫ ଲିଟର, ଏଭଳି ମୋଟ ୯୭.୪୧ ଲିଟର ରହିଛି।
ବିନିକା ଅବକାରୀ ଥାନା ଓଆଇସି ଟଙ୍କଧାର କ୍ରିଷ୍ଣ ଧରପଗଡ଼ ନେଇ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ୪ ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ଗିରଫହୋଇଥିବା ବ୍ୟକ୍ତିମାନେ ହେଲେ, ଡ଼ୁଙ୍ଗୁରୀପାଲି ବ୍ଳକ ସମରଚିପା ଗ୍ରାମର ଇଶ୍ବର ସାହୁ, ପ୍ରମୋଦ ସାହୁ, ବଡ଼କଲ୍ଲେ ଗ୍ରାମର ଶତୃଘନ ବେହେରା ଓ ବିନିକା ବ୍ଳକ ଜୁଲୁଣ୍ଡା ଗ୍ରାମର ଗାନ୍ଧି ବେହେରା ।
ଗଂଜେଇ କିଆରିରେ ଅବକାରୀ ଚଢ଼ାଉ : ୨ କୋଟି ଟଙ୍କାର ଗଛ ନଷ୍ଟ ଏହି ଚଢ଼ାଉରେ ସୁବର୍ଣ୍ଣପୁର ଜିଲ୍ଲା ଭ୍ରାମ୍ୟମାଣ ଆଇଆଇସି ଗୋବିନ୍ଦ ନାଏକ ସମେତ ଭ୍ରାମ୍ୟମାଣ ଟିମ ଓ ବିନତିକା ଅବକାରୀ ଟିମ ସାମିଲ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।