Book released: ‘ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ସମାଜକୁ ସଠିକ୍ ଦିଗରେ ଆଗେଇ ନେବାରେ ସହାୟକ ହୁଏ’
"ଖଣ୍ଡପଡ଼ା: ପବିତ୍ର ଗୁରୁ ଦିବସ ଅବସରରେ ମୋ ମାଟି ଭାପୁର ପକ୍ଷରୁ "ଗୁରୁ ସାକ୍ଷାତ ପରବ୍ରହ୍ମ" କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବନମାଳୀପୁର ଗ୍ରାମ ନିକଟ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଖାପାଖି ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ।
Advertisment ସମାରୋହରେ ମୋ ମାଟି ଭାପୁର ଅଧକ୍ଷ ବେଣୁଧର ପ୍ରଧାନଙ୍କ ତତ୍ତ୍ୱାବଧାନରେ ୫ମ ଥର ପାଇଁ ଏହି ଆୟୋଜନ କରାଯାଇଥିଲା।
ଗୁରୁମାନଙ୍କ ପାଦ ଧୋଇ ପାଦପୂଜା କରାଯିବା ସହିତ ମୁଣ୍ଡରେ ଚନ୍ଦନ ସିନ୍ଦୁର ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ପରେ ଗୁରୁ ସାକ୍ଷାତ ପରଂବ୍ରହ୍ମର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରତିଭା ମହାରଥୀ, ଡା ଇତି ସାମନ୍ତରାୟ, ଜିଲ୍ଲାପରିଷଦ ସଭ୍ୟ ରାମେଶ୍ୱର ଶତପଥୀ,ଡା ଦାସ ବୀରେନ୍ଦ୍ର ମନୋହର ଓ ସମାଜସେବୀ ପ୍ରଫୁଲ୍ଲ କୁମାର ମହାନ୍ତି, ଅବସର ପ୍ରଧ୍ୟାପକ ଡ଼ ପବିତ୍ର କୁମାର ସୁବୁଦ୍ଧି, ପ୍ରମୁଖ ଯୋଗଦେଇଥିଲେ।
ଗୁରୁଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ସମାଜକୁ ସଠିକ୍ ଦିଗରେ ଆଗେଇ ନେବାରେ ସହାୟକ ହୁଏ ବୋଲି ଅତିଥିମାନେ ମତ ରଖିଥିଲେ।
ଏହି ଅବସରରେ ଉପସ୍ଥିତ ଗୁରୁମାନଙ୍କୁ ସ୍ୱାଗତ କରି ଗୁରୁ ପୂଜନ କରାଯାଇଥିଲା।
Mother-Daughter: ମା" ହେଲେ ଛାତ୍ରୀ, ଝିଅମାନେ ଶିକ୍ଷକ: ବଦଳୁଛି ମା"-ଝିଅ ସମ୍ପର୍କର ନୂଆ ରୂପ ଏହି ସଭାରେ ଅତିଥି ଗଣ ବେଣୁଧର ପ୍ରଧାନଙ୍କ ଦ୍ୱାରା ଲିଖିତ "ବୁଝୁ ନବୁଝୁ ପଢ଼ ଗୀତା" ପୁସ୍ତକ ଟିକୁ ମଞ୍ଚାସିନ ଅତିତିଥି ଗଣ ଉନ୍ମୋଚନ କରିଥିଲେ।
ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତାର ଏହି ପରମ୍ପରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆୟୋଜକ କହିଛନ୍ତି।ସଭା ଶେଷରେ ବେଣୁଧର ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।