Telangana Assembly: କଳା ଟି-ସାର୍ଟ ପିନ୍ଧି ବିଧାନସଭାରେ ପହଞ୍ଚିଲେ କେଟିଆର: ପୁଲିସ ବାହାରେ ଅଟକାଇଲା
"ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି।
ଏହି ସମୟରେ ବିଆରଏସ ନେତାମାନେ କଳା ଟି-ସାର୍ଟ ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି।
ପୁଲିସ ସେମାନଙ୍କୁ ବାହାରେ ଅଟକାଇ ପ୍ରବେଶ କରିବାକୁ ବାରଣ କରିଛି।
କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ(କେଟିଆର) ଏବଂ ବିଧାୟକ ହରିଶ ରାଓଙ୍କ ସମେତ ବିଆରଏସ ନେତାମାନେ ବାହାରେ ଅଟକି ରହିଛନ୍ତି।
ବିଆରଏସ ନେତାମାନଙ୍କ କଳା ଟି-ସାର୍ଟରେ ରାଜ୍ୟର କଂଗ୍ରେସ ସରକାର ବିରୋଧରେ ସ୍ଲୋଗାନ ଲେଖାଯାଇଛି।
ପୁଲିସ ବିଆରଏସ ନେତାମାନଙ୍କୁ ଅଟକାଇବାରୁ ସେମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ।
ଉତ୍ତେଜନା ବୃଦ୍ଧି ପାଇବା ପରେ, ତେଲେଙ୍ଗାନା ବିଧାନସଭା ବାହାରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରୁଥିବା ସମୟରେ ବିଆରଏସ କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ, ବିଧାୟକ ହରିଶ ରାଓ ଏବଂ ଅନ୍ୟ ନେତାମାନଙ୍କୁ ପୁଲିସ ଅଟକ ରଖି ସ୍ଥାନୀୟ ପୁଲିସ ଷ୍ଟେସନ ଏବଂ ପରେ ତେଲେଙ୍ଗାନା ଭବନକୁ ନେଇଛି।
ତେବେ ସାଧାରଣ ପୋଷାକ ପିନ୍ଧି ଆସିଥିବା ବିଆରଏସ ସଦସ୍ୟମାନଙ୍କୁ ବିନା କୌଣସି ବାଧାରେ ଭିତରକୁ ଅନୁମତି ଦିଆଯାଇଛି।Advertisment ବିଆରଏସ ଦେଲା ରାହୁଲ ଗାନ୍ଧୀଙ୍କ ଉଦାହରଣ ବିଆରଏସ ନେତାମାନେ କଳା ଟି-ସାର୍ଟ ପିନ୍ଧି ବିଧାନସଭା ଅଧିବେଶନରେ ଯୋଗ ଦେବାକୁ ଆସିଥିଲେ ଏବଂ ତେଲେଙ୍ଗାନା କଂଗ୍ରେସ ସରକାରଙ୍କ ରାଜ୍ୟରେ ହଜାରେ ଦିନର ଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ।
ସେମାନେ ଅଭିଯୋଗ କରିଥିଲେ ଯେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଳା ଟି-ସାର୍ଟ ପିନ୍ଧି ସଂସଦ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା।
ଏପରିସ୍ଥଳେ ସେମାନଙ୍କୁ ତେଲେଙ୍ଗାନା ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ କାହିଁକି।
ଦଳ ରିପୋର୍ଟ କରିଛି ଯେ ଏହି ଧସ୍ତାଧସ୍ତିରେ କେଟି ରାମା ରାଓ ଏବଂ ପୂର୍ବତନ ମନ୍ତ୍ରୀ ଜି.
ଜଗଦୀଶ ରେଡ୍ଡୀ ସାମାନ୍ୟ ଆହତ ହୋଇଛନ୍ତି।
ପୁଲିସ ମହିଳା ବିଧାୟକମାନଙ୍କୁ ମଧ୍ୟ ଠେଲି ଦେଇଥିବା ଅଭିଯୋଗ ହୋଇଛି।
ବିଆରଏସ ଅନୁଯାୟୀ, ବିଧାୟକ ଭି.
ସୁନିତା ଲକ୍ଷ୍ମା ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ, ଧସ୍ତାଧସ୍ତି ସମୟରେ ତାଙ୍କ ଗୋଡ ମୋଡ଼ି ହୋଇଯାଇଛି, କେଟି ରାମା ରାଓଙ୍କ ଜନସମ୍ପର୍କ ଅଧିକାରୀ ମହେଶ ମଧ୍ୟ ଆହତ ହୋଇଛନ୍ତି।
ଦଳୀୟ ନେତା ତାଲାସାନି ଶ୍ରୀନିବାସ ଯାଦବ, ପି.
ସବିତା ଇନ୍ଦ୍ର ରେଡ୍ଡୀ, କୋଭା ଲକ୍ଷ୍ମୀ ଏବଂ ମାଧବରାମ କୃଷ୍ଣ ରାଓଙ୍କ ସମେତ ଅନେକ ନେତା ସେମାନଙ୍କ ସହକର୍ମୀଙ୍କ ବିରୋଧରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ବିଧାନସଭା ଲବିର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।
କେଟିଆର କଂଗ୍ରେସ ସରକାର ୪୨୦ ପ୍ରତିଶ୍ରୁତି ଆଧାରରେ କ୍ଷମତାକୁ ଆସିଥିବା ଅଭିଯୋଗ କରିଛନ୍ତି।
୧୦୦ ଦିନ ମଧ୍ୟରେ ସେସବୁ ପୂରଣ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ୧,୦୦୦ ଦିନ କ୍ଷମତାରେ ରହିବା ପରେ ମଧ୍ୟ ସେହି ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ମଧ୍ୟ ପୂରଣ ହୋଇନାହିଁ।
ସୂଚନାଯୋଗ୍ୟ, ରାଜ୍ୟରେ କଂଗ୍ରେସ ସରକାର ୭ ଡିସେମ୍ବର ୨୦୨୩ରେ ଶପଥ ଗ୍ରହଣ କରିଥିଲେ।
ଅଗଷ୍ଟ ୩୧ରେ ସରକାର ୧,୦୦୦ ଦିନ ପୂରଣ କରିଛନ୍ତି।
ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।