BPSC TRE 4.0: ବିହାର ଚତୁର୍ଥ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ୨୦୨୬: ଆଜି ଫି’ ଦାଖଲର ଶେଷ ତାରିଖ

Nov 02, 2026 - 18:03
BPSC TRE 4.0: ବିହାର ଚତୁର୍ଥ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ୨୦୨୬: ଆଜି ଫି’ ଦାଖଲର ଶେଷ ତାରିଖ

ନୂଆଦିଲ୍ଲୀ: ବିହାର ଲୋକସେବା ଆୟୋଗ ଦ୍ବାରା ଚତୁର୍ଥ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ୨୦୨୬ ପାଇଁ ଆବେଦନ କରିବାକୁ ଚାହୁଁଥିବା ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଫର୍ମ ପୁରଣ କରିନାହାନ୍ତି, ସେମାନେ ବିଳମ୍ବ ନକରି ତୁରନ୍ତ ଆବେଦନ ପ୍ରକ୍ରିୟା ଶେଷ କରନ୍ତୁ।

ଆଜି ଅର୍ଥାତ୍ ନଭେମ୍ବର ୨ ତାରିଖ ଏହି ନିଯୁକ୍ତି ପାଇଁ ଆବେଦନ ଶୁଳ୍କ ଦାଖଲର ଶେଷ ତାରିଖ।

ଅନ୍ୟପକ୍ଷରେ, ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିହେବ।

ଶୁଳ୍କ ଦାଖଲ ନହେଲେ ଆବେଦନ ଗ୍ରହଣ କରାଯିବ ନାହିଁ।

ତେଣୁ ପ୍ରଥମେ ଆବେଦନ ଶୁଳ୍କ ଦାଖଲ କରିବା ଜରୁରୀ।

Advertisment ମୋଟ ୩୩,୩୨୦ଟି ପଦରେ ହେବ ନିଯୁକ୍ତି ବିହାର ଲୋକସେବା ଆୟୋଗ ପକ୍ଷରୁ ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩୩,୩୨୦ଟି ପଦ ପୁରଣ କରାଯିବ।

ଶ୍ରେଣୀ ଅନୁଯାୟୀ ପଦ ସଂଖ୍ୟା ନିମ୍ନଲିଖିତ ରହିଛି।

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ: ୩,୮୪୭ଟି ପଦ।

ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ: ୮,୫୬୩ଟି ପଦ।

ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ: ୪,୩୭୦ଟି ପଦ।

ଏକାଦଶରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ: ସର୍ବାଧିକ ୧୬,୫୪୦ଟି ପଦ।

ନିଜେ ଅନଲାଇନ୍‌ରେ ପୂରଣ କରିପାରିବେ ଫର୍ମ ବିହାର ଚତୁର୍ଥ ଶିକ୍ଷକ ନିଯୁକ୍ତି ୨୦୨୬ ଆବେଦନ ଫର୍ମ ୨୦୨୬ ପୂରଣ କରିବା ପାଇଁ ଅଧିକାରିକ ୱେବସାଇଟ୍ bpsc.bihar.gov.inକୁ ଯାଆନ୍ତୁ।

ହୋମ୍‌ପେଜ୍‌ରେ ଥିବା 'Online Application' ଉପରେ କ୍ଲିକ୍ କରନ୍ତୁ।

ଏହାପରେ 'New Registration (One Time Registration)' ବିକଳ୍ପ ଚୟନ କରନ୍ତୁ।

ଓଟିଆର ପ୍ରକ୍ରିୟା ଶେଷ କରି ଆବଶ୍ୟକ ତଥ୍ୟ ପୁରଣ କରନ୍ତୁ।

ନିଜର ଦସ୍ତଖତ, ବ୍ୟକ୍ତିଗତ ବିବରଣୀ ଓ ଫଟୋ ଅପଲୋଡ୍ କରନ୍ତୁ।

ନିର୍ଦ୍ଧାରିତ ଆବେଦନ ଶୁଳ୍କ ଦାଖଲ କରନ୍ତୁ।

ଫର୍ମ ସବମିଟ୍ କରିବା ପରେ ଏହାର ପ୍ରିଣ୍ଟଆଉଟ୍ ବାହାର କରି ନିଜ ପାଖରେ ସୁରକ୍ଷିତ ରଖନ୍ତୁ।

ବିଜ୍ଞପ୍ତି ଡାଉନଲୋଡ୍ ପାଇଁ ଏ‌ହି ଲିଙ୍କ ଉପରେ କ୍ଲିକ୍ କରନ୍ତୁ: https://bpsc.bihar.gov.in/wp-content/uploads/BPSC_content/Notices/Important-Notice-cum-Corrigendum-152026-School-Teacher-Class-9-10-11-12-remaining-vacancies_BPSC-20260929-qxkdgl.pdf ଆବେଦନ ଶୁଳ୍କ ୧୦୦ ଟଙ୍କା ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦାଖଲ କରିବାକୁ ପଡ଼ିବ।

ଅନଲାଇନ୍ ମାଧ୍ୟମରେ ଏହି ଶୁଳ୍କ ପୈଠ କରିହେବ।

ନିଯୁକ୍ତି ସମ୍ପର୍କିତ ଅଧିକ ତଥ୍ୟ ପାଇଁ ପ୍ରାର୍ଥୀମାନେ BPSCର ଅଧିକାରିକ ୱେବସାଇଟ୍‌କୁ ଯାଇପାରିବେ।

କଟୁରୀ ଧରି ବୁଲିଲା ପାଗଳ, ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା, ୩ ଆହତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।