Tata Group: ଟାଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଖମ୍ବାଟା କହିଲେ, ରତନ ଟାଟା ବଞ୍ଚିଥିଲେ ଏଭଳି ହୋଇଥାନ୍ତା କି?
ନୂଆଦିଲ୍ଲୀ: ଟାଟା ଗ୍ରୁପ୍ର ମାଲିକାନା ଓ ପରିଚାଳନାକୁ ନେଇ ବିବାଦ ଆହୁରି ବଢ଼ିଛି।
ବରିଷ୍ଠ ଆଇନଜୀବୀ ତଥା ଟାଟା ଟ୍ରଷ୍ଟର ଟ୍ରଷ୍ଟି ଡାରିଅସ୍ ଖମ୍ବାଟା ଆଉ ଟ୍ରଷ୍ଟି ପଦରେ ରହିବେ ନାହିଁ ବୋଲି ଜଣାଇଛନ୍ତି।
ସେ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଓ ସାର୍ ରତନ ଟାଟା ଟ୍ରଷ୍ଟ ରେ ପୁନଃନିଯୁକ୍ତି ନେବାକୁ ମନା କରିଛନ୍ତି।
ଏଥିସହ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଙ୍କ ପୁନଃନିଯୁକ୍ତି ଓ କମ୍ପାନିକୁ ସେୟାର ବଜାରରେ ତାଲିକାଭୁକ୍ତ କରିବା ପ୍ରସଙ୍ଗରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
Advertisment ନଭେମ୍ବର ୨ ତାରିଖରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ୍ ଟାଟା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ସିଦ୍ଧାର୍ଥ ଶର୍ମାଙ୍କୁ ଲେଖିଥିବା ଚିଠିରେ ଖମ୍ବାଟା ନିଜ ନିଷ୍ପତ୍ତି ଜଣାଇଛନ୍ତି।
ସେ କହିଛନ୍ତି, ସ୍ୱର୍ଗତ ରତନ ଟାଟା ଙ୍କ ଅନୁରୋଧରେ ସେ ଟ୍ରଷ୍ଟି ଦାୟିତ୍ୱ ଗ୍ରହଣ କରିଥିଲେ।
ଟ୍ରଷ୍ଟି ଭାବେ ନିଜର ସ୍ୱାଧୀନତା ବଜାୟ ରଖିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ପୁନଃନିଯୁକ୍ତି ପାଇଁ ଅନ୍ୟ ଟ୍ରଷ୍ଟିଙ୍କ ସମ୍ମତି ନେବା ତାଙ୍କ ସ୍ୱାଧୀନ ମତକୁ ପ୍ରଭାବିତ କରିପାରେ ବୋଲି ସେ ମତ ଦେଇଛନ୍ତି।
ପୁନଃନିଯୁକ୍ତି ନେବାକୁ ମନା କରିଛନ୍ତି ଟାଟା ସନ୍ସର ସେପ୍ଟେମ୍ବର ୧୭ ତାରିଖର ବୋର୍ଡ ବୈଠକକୁ ମଧ୍ୟ ଖମ୍ବାଟା ସମାଲୋଚନା କରିଛନ୍ତି।
ଏହି ବୈଠକରେ ଚନ୍ଦ୍ରଶେଖରନଙ୍କୁ ଆଉ ୫ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ପୁନଃନିଯୁକ୍ତି ଦିଆଯାଇଥିଲା।
ଏହା ସହିତ ଟାଟା ସନ୍ସକୁ ସେୟାର ବଜାରରେ ତାଲିକାଭୁକ୍ତ କରିବା ଦିଗରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ହୋଇଥିଲା।
ଏହି ଦିନର ଘଟଣା ଟାଟା ସନ୍ସର ପ୍ରତିଷ୍ଠା ଓ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି ବୋଲି ସେ କହିଛନ୍ତି।
ରତନ ଟାଟା ଜୀବିତ ଥିଲେ ବୋର୍ଡ ଏଭଳି ନିଷ୍ପତ୍ତି ନେଇଥାନ୍ତା କି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ନୋଏଲ୍ ଓ ଚନ୍ଦ୍ରଶେଖରନଙ୍କ ମଧ୍ୟରେ ମତଭେଦକୁ ନେଇ ମଧ୍ୟ ସେ ଦୁଃଖ ପ୍ରକାଶ କରିଛନ୍ତି।
BMC: ବିଜେପିର ଆପତ୍ତି ପରେ ଦିୟା ମିର୍ଜାଙ୍କ ଭିଡିଓ ହଟାଇଲା ବିଏମ୍ସି ଟାଟା ସନ୍ସକୁ ସେୟାର ବଜାରରେ ତାଲିକାଭୁକ୍ତ କରିବାକୁ ଖମ୍ବାଟା ଦୀର୍ଘ ଦିନରୁ ବିରୋଧ କରୁଛନ୍ତି।
ଟାଟା ସନ୍ସର ପ୍ରାୟ ୬୬% ଅଂଶଧନ ଟାଟା ଟ୍ରଷ୍ଟ ଅଧୀନରେ ରହିଛି।
ଏହି ମାଲିକାନା ବ୍ୟବସ୍ଥା ଟାଟା ଗ୍ରୁପ୍ର ବ୍ୟବସାୟ ସହିତ ସାମାଜିକ ଓ ଦାତବ୍ୟ କାର୍ଯ୍ୟକୁ ମଧ୍ୟ ଆଗକୁ ବଢ଼ାଉଛି।
କମ୍ପାନି ତାଲିକାଭୁକ୍ତ ହେଲେ ଏହି ବ୍ୟବସ୍ଥା ପ୍ରଭାବିତ ହୋଇପାରେ ବୋଲି ସେ ମତ ଦେଇଛନ୍ତି।
ତେବେ ଟାଟା ସନ୍ସରେ ନିଜ ଅଂଶଧନ ରଖିଥିବା ସାପୁରଜୀ ପାଲୋଞ୍ଜୀ ଗ୍ରୁପ୍ ଟାଟାର ସେୟାର ବଜାର ପ୍ରବେଶକୁ ସମର୍ଥନ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।