BPSC TRE 4.0:: ବିପିଏସସି ଟିଆରଇ-୪ର ଆବେଦନ ପ୍ରକ୍ରିୟା ସ୍ଥଗିତ
"ନୂଆଦିଲ୍ଲୀ: ବିହାର ଶିକ୍ଷକ ନିଯୁକ୍ତି ପାଇଁ ଜରୁରୀ ସୂଚନା।
ବିହାର ଲୋକ ସେବା ଆୟୋଗ (ବିପିଏସସି) ଟିଆରଇ-୪ ନିଯୁକ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟାକୁ ସ୍ଥଗିତ ରଖି ଦେଇଛି।
ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧ରୁ ଆରମ୍ଭ ହେବାର ଥିଲା।
ତେବେ ଆବେଦନ ପାଇଁ ଅପେକ୍ଷା କରି ରହିଥିବା ପ୍ରାର୍ଥୀମାନଙ୍କୁ ଏ ଖବର ନିଶ୍ଚିତ ଭାବେ ନିରାଶ କରିବ।
ଖୁବଶୀଘ୍ର ଆବେଦନ ତାରିଖ ଘୋଷଣା କରାଯିବ। ସେତେଦିନ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ।Advertisment ମୋଟ ଖାଲି ଥିବା ପଦବି ସଂଖ୍ୟା ବିପିଏସସି ଟିଆରଇ-୪ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୩,୩୮୫ ପଦବି ପୂରଣ କରାଯିବ।
ପୂର୍ବରୁ ୩୨,୩୮୮ଟି ପଦବି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ପରବର୍ତ୍ତୀ ସମୟରେ ୮୮୬ଟି ଅତିରିକ୍ତ ପଦବି ଯୋଡା ଯାଇଥିଲା ।
ଶିକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ଖୁବ୍ ଶୀଘ୍ର ଆଉ ୧୧୧ଟି ପଦବି ସାମିଲ କରାଯିବ।
ଏହି ଅତିରିକ୍ତ ସିଟ୍ ୯ମ ଏବଂ ୧୦ମ ଶ୍ରେଣୀ ସଂଗୀତ ଶିକ୍ଷକଙ୍କ ପାଇଁ ବୃଦ୍ଧି କରାଯାଇଛି। विज्ञापन सं.-14/2026, चतुर्थ चरण के विद्यालय अध्यापक भर्ती परीक्षा (TRE-4.0) के तहत शिक्षा विभाग, बिहार के अन्तर्गत विद्यालय अध्यापक के कुल- 32,388 रिक्त पदों पर नियुक्ति हेतु ऑनलाइन आवेदन करने की निर्धारित प्रक्रिया, जो दिनांक - 01.09.2026 से प्रस्तावित है, प्रक्रियात्मक बदलाव… pic.twitter.com/PhjJT9dCZV — Bihar Public Service Commission (@BPSCOffice) August 31, 2026 ପଞ୍ଜୀକରଣ ପୂର୍ବରୁ ଓଟିଆର ଆବଶ୍ୟକ ବିପିଏସସି ଟିଆରଇ-୪ ପଦବି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଥମେ ଏକକାଳୀନ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ।
ପ୍ରାର୍ଥୀମାନେ ସରକାରୀ ବିପିଏସସି ୱେବସାଇଟ୍, bpsc.bihar.gov.in କୁ ଯାଇ ସେମାନଙ୍କର ଓଟିଆର ସମାପ୍ତ କରିପାରିବେ।
ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କର ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରି ଉଭୟ ଥିବା ଆବଶ୍ୟକ।
ଏହାସହିତ ପ୍ରାର୍ଥୀ ବିଇଡ଼ି, ସ୍ୱତନ୍ତ୍ର ବିଇଡ଼ି, କିମ୍ବା ବି.ଇଆଇ.ଇଡ଼ି./ବିଏ-ବି.ଇଡି କରିଥିବା ଆବଶ୍ୟକ।
ବୃଦ୍ଧି ପାଇଲା ବିପିଏସସି ଟିଆରଇ-୪ର ପଦବି ସଂଖ୍ୟା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।