Brajmohan Ram Governor of Odisha ଝାଡ଼ଖଣ୍ଡ ବିଜେପି ଏସ୍ସି ମୋର୍ଚ୍ଚା ସଭାପତି ବ୍ରଜମୋହନ ରାମ ହେଲେ ଓଡ଼ିଶାର ୩୮ତମ ରାଜ୍ୟପାଳ
"ଭୁବନେଶ୍ବର (ଲମ୍ବୋଦର ପ୍ରସାଦ ଦାଶ): ଓଡ଼ିଶାର ନୂତନ ତଥା ୩୮ତମ ରାଜ୍ୟପାଳ ଭାବେ ଝାଡ଼ଖଣ୍ଡର ବ୍ରଜମୋହନ ରାମଙ୍କୁ ନିଯୁକ୍ତି ଦିଆଯାଇଛି।
ଆଜି (ସୋମବାର) ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।Advertisment ନୂଆ ରାଜ୍ୟପାଳ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚନା ପାଇଁ ଶାହ ମତେ କଲ୍ କରିଥିଲେ: ନୀତୀଶ ଡ ବ୍ରଜମୋହନ ରାମ ସମ୍ପ୍ରତି ଝାଡ଼ଖଣ୍ଡ ଭାରତୀୟ ଜନତା ପାର୍ଟି (ବିଜେପି)ର ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି।
ଏହାପୂର୍ବରୁ ସେ ବିହାରର ପଲାମୁ ଜିଲ୍ଲା ଚନ୍ଦବାରେ ୧୯୫୮ରେ ଜନ୍ମିତ ବ୍ରଜମୋହନ ବିହାରର ଲୋହରଦଗ୍ଗା ସ୍ଥିତ ବିଏସ୍ ମହାବିଦ୍ୟାଳୟରୁ କଳାରେ ସ୍ନାତକ ପାସ୍ କରିବା ପରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ।
ଖବରକାଗଜ ନିୟମିତ ପଢ଼ିବା, ଫୁଟବଲ୍, ବେଡ୍ମିଣ୍ଟନ୍ ଓ କ୍ୟାରେମ୍ ଖେଳିବାରେ ରୁଚି ରଖୁଥିବା ବ୍ରଜମୋହନ ରଣା ବିଜେପିର ଜଣେ ସକ୍ରିୟ ଓ ପୁରୁଖା ସଦସ୍ୟ ଅଟନ୍ତି।
Governor: ନଭେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ୧୯୯୧ରୁ ୯୫ ସେ ବିହାର ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।
୧୯୯୬ରେ ୧୧ତମ ଲୋକସଭା ନିର୍ବାଚନରେ ପଲାମୁ ଅନୁସୂଚିତ ଜାତି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ଏହାପରେ ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ କ୍ରମାଗତ ଭାବେ ନିର୍ବାଚିତ ହୋଇଥିଲେ।
ନିଜର ସାଂସଦ ସମୟରେ ସେ ରକ୍ଷାମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ, ପରିବହନ ମନ୍ତ୍ରଣାଳୟ, ବିଦ୍ୟୁତ୍ ଓ ଶକ୍ତି ମନ୍ତ୍ରଣାଳୟ ଆଦି ସମିତିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ହରିବାବୁ କମ୍ଭମପତି ୩୭ତମ ଓଡ଼ିଶା ରାଜ୍ୟପାଳ ଭାବେ ୩ ଜାନୁଆରି ୨୦୨୫ରେ ନିଯୁକ୍ତି ପାଇଥିଲେ।
୧ ବର୍ଷ ୨୮୨ ଦିନ ଦାୟିତ୍ବ ସମ୍ଭାଳିଥିଲେ।
ଏହାପୂର୍ବରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ୩୬ତମ ରାଜ୍ୟପାଳ ଭାବେ ୧ ବର୍ଷ ୬୩ଦିନ ଦାୟିତ୍ବ ସମ୍ଭାଳିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।