Brave 14-Year-Old Survives Wild Boar Attack: ଜଙ୍ଗଲୀ ବାରହା ସହ ଲଢ଼ିଲେ ୧୪ ବର୍ଷୀୟ ସୁମନ, ବଞ୍ଚିଗଲା ଜୀବନ

Aug 25, 2026 - 11:56
Brave 14-Year-Old Survives Wild Boar Attack: ଜଙ୍ଗଲୀ ବାରହା ସହ ଲଢ଼ିଲେ ୧୪ ବର୍ଷୀୟ ସୁମନ, ବଞ୍ଚିଗଲା ଜୀବନ

ବୟସ ମାତ୍ର ୧୪ ବର୍ଷ… ସାମ୍ନାରେ ଥିଲା ଜଙ୍ଗଲୀ ବାରହା, ଆଉ ଚାରିପଟେ ବିପଦ। ଭୟରେ ଭାଙ୍ଗି ନପଡ଼ି ଜୀବନ ବଞ୍ଚାଇବାକୁ ଦମ୍ଭର ସହ ଲଢ଼ିଲେ ନାବାଳକ ସୁମନ ବେହେରା। କଟକ ବାଙ୍କୀରୁ ଆସିଛି ଏମିତି ଏକ ରୋମାଞ୍ଚକର ଘଟଣା। କେନାଲ ନିକଟରେ ଥିବା ବେଳେ ହଠାତ୍ ସୁମନଙ୍କ ଉପରେ ଝପଟି ପଡ଼ିଥିଲା ଜଙ୍ଗଲୀ ବାରହା। ମୁହୂର୍ତ୍ତକ ଭିତରେ ସୃଷ୍ଟି ହୋଇଥିଲା ଭୟର ପରିବେଶ। ହେଲେ ବିପଦକୁ ଦେଖି ହାର ମାନିନଥିଲେ ସୁମନ।

ନିଜକୁ ବଞ୍ଚାଇବା ପାଇଁ ସାହସର ସହ ବାରହାକୁ ଜାବୁଡ଼ି ଧରି ରଖିଥିଲେ। କେନାଲ ଭିତରେ ଚାଲିଥିଲା ଜୀବନ ବଞ୍ଚାଇବାର ସଂଘର୍ଷ ଆଉ ନାବାଳକର ସାହସ ସାମ୍ନାରେ ଥିଲା ଜଙ୍ଗଲୀ ବାରହା। ଏପଟେ ଘଟଣାର ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବାଙ୍କୀ ଅଗ୍ନିଶମ ବାହିନୀ। ଉଦ୍ଧାରକାରୀ ଦଳ ସୁମନଙ୍କୁ ସୁରକ୍ଷିତ ଭାବେ କେନାଲରୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ବାଙ୍କୀ ହସ୍ପିଟାଲକୁ ନିଆଯାଇଥିଲା। ବିପଦ ସମୟରେ ଭୟକୁ ପଛରେ ପକାଇ ସାହସ ଦେଖାଇଥିବା ସୁମନକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା।

ବାରହାକୁ ଜାବୁଡ଼ି ଧରିଲେ
ବାରହା ସହ ୧୪ ବର୍ଷୀୟ ସୁମନଙ୍କ ଲଢ଼େଇ
କେନାଲ ଭିତରେ ବାରହା ସହ ଜୀବନମରଣ ସଂଘର୍ଷ
ବାରହାକୁ ଜାବୁଡ଼ି ଧରିଲେ ୧୪ ବର୍ଷୀୟ ନାବାଳକ
ବିପଦ ବେଳେ ଭୟ ନୁହେଁ, ସାହସ ଦେଖାଇଲେ ସୁମନ
୧୪ ବର୍ଷୀୟ ସୁମନଙ୍କ ସାହସକୁ ନେଇ ଚର୍ଚ୍ଚା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।