Brave Fishermen Save Elephant Calf: ନଦୀରେ ଭାସିଯାଉଥିବା ହାତୀ ଛୁଆକୁ ଉଦ୍ଧାର କଲେ ଦୁଇ ମତ୍ସ୍ୟଜୀବୀ

Sep 22, 2026 - 15:55
Brave Fishermen Save Elephant Calf: ନଦୀରେ ଭାସିଯାଉଥିବା ହାତୀ ଛୁଆକୁ ଉଦ୍ଧାର କଲେ ଦୁଇ ମତ୍ସ୍ୟଜୀବୀ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ହୃଦୟସ୍ପର୍ଶୀ ଉଦ୍ଧାର ଘଟଣା ଦେଖିବାକୁ ମିଳିଛି। ତିସ୍ତା ନଦୀରେ ଭାସିଯାଉଥିବା ଏକ ହାତୀ ଛୁଆକୁ ଦୁଇଜଣ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ଡଙ୍ଗା ଉପରେ ମତ୍ସ୍ୟଜୀବୀମାନେ ହାତୀ ଛୁଆକୁ କୋଳେଇ ଧରିଥିବାର ଭାବବିହ୍ୱଳ ଦୃଶ୍ୟ ଭିଡିଓରେ ଦେଖାଯାଇଛି।

ଭିଡିଓରେ ଦେଖାଯାଉଥିବା ଦୁଇଜଣ ମତ୍ସ୍ୟଜୀବୀ ପଶ୍ଚିମବଙ୍ଗର ତିସ୍ତା ନଦୀରେ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ହାତୀ ଛୁଆକୁ ପିଛା କରିବା ପରେ ତାକୁ ଉଦ୍ଧାର କରିଥିଲେ।
ଏହି ଘଟଣା ମାଲବଜାର ଉପଖଣ୍ଡ ନିକଟ ତିସ୍ତା ନଦୀର ସ୍ପର ନମ୍ବର ୧୨ ନିକଟରେ ଘଟିଥିବା ଜଣାପଡ଼ିଛି। ମତ୍ସ୍ୟଜୀବୀମାନେ ନଦୀରେ ମାଛ ଧରୁଥିବା ବେଳେ ପ୍ରବଳ ସ୍ରୋତରେ ହାତୀ ଛୁଆଟି ସଂଘର୍ଷ କରୁଥିବା ଦେଖିଥିଲେ।

ହାତୀ ଛୁଆଟି ପାଣିର ସ୍ରୋତରେ ଭାସିଯାଉଥିବା ଦେଖି ମତ୍ସ୍ୟଜୀବୀମାନେ ନିଜ ସୁରକ୍ଷା ବିଷୟରେ ଚିନ୍ତା ନକରି ଡଙ୍ଗାକୁ ତା ଆଡ଼କୁ ନେଇଥିଲେ। ପ୍ରବଳ ସ୍ରୋତ ମଧ୍ୟରେ ସେମାନେ ପ୍ରାୟ ୩ କିଲୋମିଟର ଧରି ହାତୀ ଛୁଆକୁ ଅନୁସରଣ କରିବା ପରେ ତା’ ପାଖରେ ପହଞ୍ଚିଥିଲେ।

ପରେ ମତ୍ସ୍ୟଜୀବୀମାନେ ହାତୀ ଛୁଆକୁ ସୁରକ୍ଷିତ ଭାବେ ନଦୀରୁ ବାହାର କରି କୂଳକୁ ଆଣିଥିଲେ। ଏହାପରେ ସେମାନେ ଘଟଣା ସମ୍ପର୍କରେ ସ୍ଥାନୀୟ ବନ ବିଭାଗକୁ ଜଣାଇଥିଲେ।
ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆଟିକୁ ତା’ ମାଆ ସହ ପୁଣି ମିଶାଇବାରେ ସହାୟତା କରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।