Ex-Cadre Teachers Stage Protest: ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ଧାରଣା; ୩ ଦଫା ଦାବି ନେଇ ମହାତ୍ମାଗାନ୍ଧୀ ମାର୍ଗରେ ଧାରଣା ଦେଇଛି ସଂଘ

Sep 22, 2026 - 17:20
Ex-Cadre Teachers Stage Protest: ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ଧାରଣା; ୩ ଦଫା ଦାବି ନେଇ ମହାତ୍ମାଗାନ୍ଧୀ ମାର୍ଗରେ ଧାରଣା ଦେଇଛି ସଂଘ

ନିଜର ୩ ଦଫା ଦାବି ପୂରଣ ନେଇ ରାଜଧାନୀରେ ଧାରଣାକୁ ଓହ୍ଲାଇଛି ଏକ୍ସ-କ୍ୟାଡର ଶିକ୍ଷକ ସଂଘ। ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଲୋୟର ପିଏମଜିରେ ବହୁ ସଂଖ୍ୟକ ଶିକ୍ଷକ ଏକତ୍ରିତ ହୋଇ ନିଜ ଦାବି ସମର୍ଥନରେ ଧାରଣା ଦେଇଛନ୍ତି।

ସଂଘ ପକ୍ଷରୁ ମୁଖ୍ୟତଃ ତିନୋଟି ଦାବି ଉଠାଯାଇଛି। ଏକ୍ସ-କ୍ୟାଡର ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା ଏହାର ପ୍ରମୁଖ ଦାବି। ଦୀର୍ଘଦିନ ଧରି ଶିକ୍ଷାଦାନ କରୁଥିଲେ ମଧ୍ୟ ସମାନ ସୁବିଧା ଓ ମାନ୍ୟତା ନ ମିଳିବାକୁ ନେଇ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଇନକ୍ରିମେଣ୍ଟ ପ୍ରଦାନ ଦାବି

ଏହାସହ ଏକ୍ସ-କ୍ୟାଡର ଶିକ୍ଷକମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ଚାକିରି କ୍ଷେତ୍ରରେ ଆର୍ଥିକ ସୁବିଧା ଓ ବେତନ ବୃଦ୍ଧିରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଏହି ଦାବି ଉଠାଇଛନ୍ତି ଆନ୍ଦୋଳନରତ ଶିକ୍ଷକମାନେ।

ରହିଯାଇଥିବା ଗଣଶିକ୍ଷକଙ୍କୁ ନିୟମିତ କରିବାକୁ ଦାବି

ସଂଘର ତୃତୀୟ ଦାବି ହେଉଛି ନିୟମିତ ହେବାରୁ ବଞ୍ଚିତ ରହିଯାଇଥିବା ଗଣଶିକ୍ଷକମାନଙ୍କୁ ଶୀଘ୍ର ନିୟମିତ କରାଯାଉ। ଦୀର୍ଘ ସମୟ ଧରି ସେବା ଦେଇ ଆସୁଥିବା ଶିକ୍ଷକମାନଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ନିଜ ଦାବିଗୁଡ଼ିକୁ ନେଇ ପ୍ଲାକାର୍ଡ ଓ ବ୍ୟାନର ଧରି ଶିକ୍ଷକମାନେ ଲୋୟର ପିଏମଜିରେ ପ୍ରତିବାଦ କରୁଛନ୍ତି। ଦାବିଗୁଡ଼ିକର ସମାଧାନ ପାଇଁ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ସଂଘ ପକ୍ଷରୁ ଆହ୍ୱାନ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।