Bribe Deal Backfires As Vigilance Team Catches Drugs Controller: ୬ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର। ମେଡିସିନ ହୋଲସେଲିଂ ଲାଇସେନ୍ସ କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସଞ୍ଜୟ ହାଁସଦାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମେଡିସିନ ହୋଲସେଲିଂ ଲାଇସେନ୍ସ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସଞ୍ଜୟ ହାଁସଦା ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା।
କଟକ-ପାରାଦୀପ ରାସ୍ତାର ଜଇପୁର ଛକ ନିକଟରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ସଞ୍ଜୟ ହାଁସଦାଙ୍କୁ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି।
ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସଞ୍ଜୟ ହାଁସଦାଙ୍କ ସମ୍ପତ୍ତି ଓ ଏହି ଘଟଣା ସହ ଜଡ଼ିତ ଅନ୍ୟାନ୍ୟ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଥିବା ଜଣାପଡ଼ିଛି।
ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର
ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର
ଟଙ୍କା ସହ ଧରାପଡ଼ିଲେ ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ ହାଁସଦା
ମେଡିସିନ ହୋଲସେଲିଂ ଲାଇସେନ୍ସ ପାଇଁ ୬ ହଜାର ଲାଞ୍ଚ ନେଉଥିଲେ
କଟକ-ପାରାଦୀପ ରାସ୍ତା ଜଇପୁର ଛକରେ ମାଡ଼ିବସିଲା ଭିଜିଲାନ୍ସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।