Varun Dhawan Singapore Trip: ଝିଅ ଲାରାଙ୍କ ଝଲକ ଦେଖାଇଲେ ବରୁଣ, ପରିବାର ସହ ସିଙ୍ଗାପୁରରେ କଲେ ମସ୍ତି

Sep 03, 2026 - 15:13
Varun Dhawan Singapore Trip: ଝିଅ ଲାରାଙ୍କ ଝଲକ ଦେଖାଇଲେ ବରୁଣ, ପରିବାର ସହ ସିଙ୍ଗାପୁରରେ କଲେ ମସ୍ତି

ବଲିଉଡ୍‌ର ଚକୋଲେଟ୍ ବୟ ଭାବେ ପରିଚିତ ଅଭିନେତା ବରୁଣ ଧୱନ ଏବେ ପରିବାର ସହ ସିଙ୍ଗାପୁରରେ ଛୁଟି କାଟୁଛନ୍ତି। ପତ୍ନୀ ନତାଶା ଦଲାଲ ଓ ଝିଅ ଲାରାଙ୍କ ସହ ସେଠାରେ ଖୁବ୍ ସୁନ୍ଦର ସମୟ ବିତାଉଛନ୍ତି ବରୁଣ। ଏହି ସମୟର କିଛି ମନଛୁଆଁ ଫଟୋ ସେ ନିଜ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।

ଏହି ଫଟୋଗୁଡ଼ିକରେ ବରୁଣଙ୍କ ଝିଅ ଲାରାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି। ହେଲେ ପ୍ରଶଂସକଙ୍କ ଉତ୍ସାହ ବଢ଼ାଇଥିବା ବରୁଣ ଏବେ ବି ଝିଅର ମୁହଁକୁ ପବ୍ଲିକ୍ କରିନାହାନ୍ତି। ଫଟୋରେ ଇମୋଜି ଦେଇ ଲାରାଙ୍କ ମୁହଁକୁ ଲୁଚାଇ ରଖିଛନ୍ତି।

ପରିବାରକୁ ଦେଖାଇଲେ ନିଜ ‘ମହମ ଷ୍ଟାଚ୍ୟୁ’

ସିଙ୍ଗାପୁରର ମ୍ୟୁଜିୟମ୍‌ରେ ବରୁଣଙ୍କ ମହମ ପ୍ରତିମୂର୍ତ୍ତି ରହିଛି। ନିକଟରେ ସେ ପତ୍ନୀ ନତାଶା ଓ ଝିଅ ଲାରାଙ୍କୁ ନେଇ ନିଜ ମହମ ଷ୍ଟାଚ୍ୟୁ ଦେଖିବାକୁ ପହଞ୍ଚିଥିଲେ।
ବରୁଣ ନିଜ ଷ୍ଟାଚ୍ୟୁ ସହ ପରିବାର ସହ ଅନେକ ଫଟୋ ଉଠାଇଛନ୍ତି। ଗୋଟିଏ ଫଟୋରେ ନତାଶା ଓ ଲାରାଙ୍କ ସହ ବରୁଣ ଷ୍ଟାଚ୍ୟୁ ପାଖରେ ପୋଜ୍ ଦେଉଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଏକା ଷ୍ଟାଚ୍ୟୁ ସହ ଫଟୋ ଉଠାଇଛନ୍ତି।

‘ଏକ ସ୍ମରଣୀୟ ମୁହୂର୍ତ୍ତ’ କହିଲେ ବରୁଣ

ବରୁଣ ଧୱନ ଏହି ଟ୍ରିପ୍‌ର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ସେ ଜିମ୍‌ରେ ୱାର୍କଆଉଟ୍ କରୁଥିବା ନଜର ଆସିଛନ୍ତି। ଏହା ବ୍ୟତୀତ ଖାଇବା, ପିଇବା ଓ ପରିବାର ସହ ଅନେକ ମୁହୂର୍ତ୍ତକୁ ଫଟୋ ମାଧ୍ୟମରେ ସେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।

ଶେଷ ଫଟୋରେ ଲାରା ବରୁଣଙ୍କ ଆଙ୍ଗୁଠି ଧରିଥିବା ଦୃଶ୍ୟ ମଧ୍ୟ ନଜର ଆସିଛି। ଏହାକୁ ନେଇ ପ୍ରଶଂସକମାନେ ଖୁବ୍ ଭଲପାଇବା ଦେଇଛନ୍ତି।
ଫଟୋଗୁଡ଼ିକ ସେୟାର କରି ବରୁଣ ଲେଖିଛନ୍ତି, ‘ଏକ ସ୍ମରଣୀୟ ମୁହୂର୍ତ୍ତ। ମୁଁ ମୋ ପତ୍ନୀ ଏବଂ ଝିଅଙ୍କୁ ମୋର ଷ୍ଟାଚ୍ୟୁ ଦେଖାଇଲି। ଭଲ ଆତିଥ୍ୟ ପାଇଁ ମ୍ୟାଡାମ୍ ତୁସାଦ୍ ସିଙ୍ଗାପୁରକୁ ଧନ୍ୟବାଦ।’

ଦିଲ୍ଲୀ ଓ ହଂକଂରେ ମଧ୍ୟ ରହିଛି ବରୁଣଙ୍କ ଷ୍ଟାଚ୍ୟୁ

ବରୁଣ ଧୱନଙ୍କ ମହମ ପ୍ରତିମୂର୍ତ୍ତି କେବଳ ସିଙ୍ଗାପୁରରେ ନୁହେଁ, ଦିଲ୍ଲୀ ଓ ହଂକଂରେ ମଧ୍ୟ ରହିଛି। ୨୦୧୮ ଜାନୁଆରୀରେ ହଂକଂର ମ୍ୟାଡାମ୍ ତୁସାଦ୍ ମ୍ୟୁଜିୟମ୍‌ରେ ବରୁଣଙ୍କ ମହମ ଷ୍ଟାଚ୍ୟୁ ସ୍ଥାପିତ ହୋଇଥିଲା। ଏହାପରେ ୨୦୨୨ ଡିସେମ୍ବରରେ ଦିଲ୍ଲୀର ମ୍ୟାଡାମ୍ ତୁସାଦ୍ ମ୍ୟୁଜିୟମ୍‌ରେ ମଧ୍ୟ ବରୁଣଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇଥିଲା।

ପରିବାର ସହ ବରୁଣଙ୍କ ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଏବେ ସୋସିଆଲ୍ ମିଡିଆରେ ଫ୍ୟାନ୍ସଙ୍କ ମନ ଜିତୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।