BRICS: ଭାରତର ବଦଳିଲା ଛବି: ‘ସବୁଠାରୁ ଦୁର୍ବଳ’ରୁ ବ୍ରିକ୍ସର ଭରସାଯୋଗ୍ୟ ସଦସ୍ୟ

Sep 11, 2026 - 20:40
BRICS: ଭାରତର ବଦଳିଲା ଛବି: ‘ସବୁଠାରୁ ଦୁର୍ବଳ’ରୁ ବ୍ରିକ୍ସର ଭରସାଯୋଗ୍ୟ ସଦସ୍ୟ

"ନୂଆଦିଲ୍ଲୀ: ୨୦୧୨ରେ ବ୍ରିକ୍ସର "ସବୁଠାରୁ ଆକର୍ଷଣହୀନ" ସଦସ୍ୟ ଭାବେ ଚର୍ଚ୍ଚିତ ହୋଇଥିବା ଭାରତ ଆଜି ଏହି ଗୋଷ୍ଠୀର ଅନ୍ୟତମ ଭରସାଯୋଗ୍ୟ ଓ ଶକ୍ତିଶାଳୀ ସଦସ୍ୟ ଭାବେ ଉଭା ହୋଇଛି।

୨୦୨୬ର ବ୍ରିକ୍ସ ଶିଖର ସମ୍ମିଳନୀ ଭାରତରେ ଆୟୋଜିତ ହେଉଥିବା ବେଳେ ଗତ ୧୪ ବର୍ଷରେ ଦେଶର ଅର୍ଥନୈତିକ ଓ କୂଟନୈତିକ ଯାତ୍ରାରେ ବଡ଼ ପରିବର୍ତ୍ତନ ଆସିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।Advertisment ଆହୁରି ପଢନ୍ତୁ :Narendra Modi: ମୋଦୀ-ଜିନପିଙ୍ଗ ଆଲୋଚନାରେ ବିରଳ ମୃତ୍ତିକା, ଭିସା ଓ ନିବେଶ ପ୍ରସଙ୍ଗ ଉପରେ ଗୁରୁତ୍ବ ରହିବ ୨୦୧୨ରେ ଭାରତ ପ୍ରଥମଥର ପାଇଁ ବ୍ରିକ୍ସର ଅଧ୍ୟକ୍ଷତା କରିଥିଲା।

ସେତେବେଳେ ୟୁରୋଜୋନ୍‌ ଋଣ ସଙ୍କଟ ଯୋଗୁଁ ବିଶ୍ୱ ଅର୍ଥନୀତି ଚାପରେ ଥିଲା।

ଭାରତର ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ, ଉଚ୍ଚ ମୁଦ୍ରାସ୍ଫୀତି ଓ ଦୁର୍ବଳ ଟଙ୍କାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା।

ଗୋଲ୍ଡମ୍ୟାନ୍‌ ସାକ୍ସର ଜିମ୍‌ ଓ"ନିଲ୍‌ ସେତେବେଳେ ଭାରତକୁ ବ୍ରିକ୍ସ ଅର୍ଥନୀତିଗୁଡ଼ିକ ମଧ୍ୟରେ ମୂଲ୍ୟାୟନ ଦୃଷ୍ଟିରୁ "ସବୁଠାରୁ ଆକର୍ଷଣହୀନ" ବୋଲି କହିଥିଲେ।

ଏପରିକି ବ୍ରିକ୍ସର "ଆଇ" ଭାବେ ଭାରତ ବଦଳରେ ଇଣ୍ଡୋନେସିଆକୁ ସାମିଲ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ସେହି ସମୟରେ "ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍ସ" ଭାରତର ସାର୍ବଭୌମ ଋଣ ମାନ୍ୟତା "ଇନଭେଷ୍ଟମେଣ୍ଟ ଗ୍ରେଡ୍‌"ରୁ ହ୍ରାସ ପାଇପାରେ ବୋଲି ଚେତାବନୀ ଦେଇଥିଲା।

୨୦୧୨-୧୩ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୫ ପ୍ରତିଶତରୁ କମ୍‌ ଥିଲା ଏବଂ ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ରହିଥିଲା।

ଫଳରେ ବିଶ୍ୱ ମଞ୍ଚରେ ଭାରତକୁ ବ୍ରିକ୍ସର ଦୁର୍ବଳ କଡ଼ି ଭାବେ ଦେଖାଯାଉଥିଲା।

ଆହୁରି ପଢନ୍ତୁ :Delhi: ଦିଲ୍ଲୀରେ ବର୍ଷାର ତାଣ୍ଡବ, ବ୍ରିକ୍ସ ସମ୍ମିଳନୀ ମଧ୍ୟରେ ରେଡ୍ ଆଲର୍ଟ ଜାରି କିନ୍ତୁ ୨୦୨୬ର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ।

ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରିମାସୀରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିଛି।

ଜାପାନ କ୍ରେଡିଟ୍‌ ରେଟିଂ ଏଜେନ୍ସି ମଧ୍ୟ ସେପ୍ଟେମ୍ବରରେ ଭାରତର ସାର୍ବଭୌମ ଋଣ ମାନ୍ୟତାକୁ "ବିବିବି+"ରୁ "ଏ-"କୁ ବଢ଼ାଇଛି।

ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି, ଉନ୍ନତ ଆର୍ଥିକ ପରିଚାଳନା, ମଜବୁତ ଆର୍ଥିକ ବ୍ୟବସ୍ଥା ଓ ଭଲ ବାହ୍ୟ ଆର୍ଥିକ ସ୍ଥିତିକୁ ଏହାର କାରଣ ଦର୍ଶାଯାଇଛି।

ଆହୁରି ପଢନ୍ତୁ :MBBS Seats: ଏନଏମସି ବଢ଼ାଇଲା ଏମବିବିଏସ ସିଟ୍, ଦେଶରେ ୧.୪୦ ଲକ୍ଷରୁ ଅଧିକ ସିଟ୍...

ଏଥର ଭାରତ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରୁଥିବା ସମୟରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ ଓ ଆବୁଧାବି ଯୁବରାଜ ଶେଖ୍‌ ଖାଲେଦ ବିନ୍‌ ମହମ୍ମଦ ବିନ୍‌ ଜାଏଦ ଅଲ୍‌ ନାହ୍ୟାନ୍‌ଙ୍କ ଭଳି ନେତାମାନେ ନୂଆଦିଲ୍ଲୀରେ ଏକାଠି ହେଉଛନ୍ତି।

ଏହା ଭାରତର ବଢ଼ୁଥିବା କୂଟନୈତିକ ପ୍ରଭାବ ଓ ବିଶ୍ୱସ୍ତରରେ ବିଭିନ୍ନ ଦେଶକୁ ଏକାଠି କରିବାର କ୍ଷମତାକୁ ପ୍ରତିଫଳିତ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।