Inter-State Liquor Trade ଧରାପଡ଼ିଲେ ୨ ଆନ୍ତଃରାଜ୍ୟ ମଦ ବେପାରୀ, ଝାଡ଼ଖଣ୍ଡରୁ ଆଣୁଥିଲେ ନକଲି ବିଦେଶୀ ମଦ

Sep 11, 2026 - 22:48
Inter-State Liquor Trade ଧରାପଡ଼ିଲେ ୨ ଆନ୍ତଃରାଜ୍ୟ ମଦ ବେପାରୀ, ଝାଡ଼ଖଣ୍ଡରୁ ଆଣୁଥିଲେ ନକଲି ବିଦେଶୀ ମଦ

"ରାଉରକେଲା: ଝାଡ଼ଖଣ୍ଡରୁ ରାଉରକେଲାକୁ ଆସୁଥିଲା ନକଲି ବିଦେଶୀ ମଦ।

ତେବେ ସେକ୍ଟର-୧୭ କମ୍ୟୁନିଟି ସେଣ୍ଟର୍‌ ନିକଟରେ ଅବକାରୀ ପୁଲିସ ଦୁଇ ଆନ୍ତଃରାଜ୍ୟ ମଦ ବେପାରୀଙ୍କୁ କାବୁ କରିନେଇଛି।

ଅଭିଯୁକ୍ତଦ୍ବୟ ହେଉଛନ୍ତି ଝାଡ଼ଖଣ୍ଡ ସିମଡେଗା ଜିଲ୍ଲା ବାନୋ ଥାନା ଅଞ୍ଚଳର ପ୍ରକାଶ ସିଂଘଲ ଓ ବଜରଙ୍ଗ ନାୟକ।

ସେମାନେ ଅନେକ ଦିନ ହେଲା ସୀମାନ୍ତ ଅଞ୍ଚଳ ଦେଇ ରାଉରକେଲାକୁ ହାନୀକାରକ ନକଲି ମଦ ଚାଲାଣ କରୁଥିଲେ।

ସେମାନଙ୍କ ପାଖରୁ ୮୪.୫ ଲିଟର ଭେଜାଲ ନକଲି ବିଦେଶୀ ମଦ ଓ ମଦ ଚାଲାଣରେ ବ୍ୟବହୃତ ଦୁଇଟି ମୋଟରସାଇକଲ୍‌, ରୟାଲ୍‌ ଏନ୍‌ଫିଲ୍ଡ (ଜେଏଚ୍‌-୦୧ ଏଫ୍‌ଏଫ୍‌-୬୧୪୩) ଓ ସ୍କୁଟି ଜେଏଚ୍‌-୨୦ଏଫ୍‌-୯୭୦୧)କୁ ଜବତ କରିଛି।Advertisment ଏତଦ୍‌ବ୍ୟତୀତ ବେଆଇନ ମହୁଲି ମଦ ପ୍ରସ୍ତୁତି, ବିକ୍ରି ଓ ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ଅବକାରୀ ବିଭାଗ ଚଢଉ ଜାରି ରହିଛି।

ଏହି କ୍ରମରେ ଆଜି ବିଭିନ୍ନ ସ୍ଥାନରେ ଚଢଉ କରି ୪୭୯.୫ ଲିଟର ମହୁଲି ମଦ, ୪୦ କ୍ବିଣ୍ଟାଲ ମହୁଲପୋଚ, ୩ କ୍ବିଣ୍ଟାଲ ମହୁଲ ଫୁଲ ଜବତ କରିଛି।

ଏହାସହ ଦେଶୀ ମଦ ବେପାରରେ ସଂପୃକ୍ତ ତିନି ଜଣ ଅଭିଯୁକ୍ତ ରାଜେଶ ମହାତୋ, ସୁନୀଲ ସାହୁ, ଶୁକ୍ରୁ କୁନୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ ଓ ଅବକାରୀ ଉପ-ଅଧୀକ୍ଷକ ଅର୍ଚ୍ଚନା ବାରିକଙ୍କ ନିର୍ଦ୍ଦେଶତରେ ତଥା ଅବକାରୀ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ବାଳ ଓ ଇନ୍ସପେକ୍ଟର ହେମନ୍ତ ମହାନନ୍ଦିଆଙ୍କ ନେତୃତ୍ବରେ ଚଢଉ କରାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।