BRICS: ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେନାହିଁ ଇରାନ ସଂସଦୀୟ ବାଚସ୍ପତି ଗାଲିବାଫ୍‌

Oct 24, 2026 - 18:33
BRICS: ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେନାହିଁ ଇରାନ ସଂସଦୀୟ ବାଚସ୍ପତି ଗାଲିବାଫ୍‌

ନୂଆଦିଲ୍ଲୀ: ଇରାନର ସଂସଦୀୟ ବାଚସ୍ପତି ମହମ୍ମଦ ବଘେର ଗାଲିବାଫ ନୂଆଦିଲ୍ଲୀରେ ଦ୍ୱାଦଶ ବ୍ରିକ୍ସ ଫୋରମରେ ଯୋଗ ଦେବେ ନାହିଁ ବୋଲି ଭାରତରେ ଅବସ୍ଥାପିତ ଥିବା ଇରାନୀ ଦୂତାବାସ ଶନିବାର ଘୋଷଣା କରିଛି।

ଇରାନ ଦୂତାବାସ କହିଛି ଯେ, ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ଇରାନର ଇସଲାମିକ୍ ପରାମର୍ଶଦାତା ପରିଷଦର ବାଚସ୍ପତି ଗାଲିବାଫ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ସଂସଦର ବାଚସ୍ପତିଙ୍କ ବୈଠକରେ ଯୋଗ ଦେଇପାରିବେ ନାହିଁ।

Advertisment ଦୂତାବାସ ସ୍ପଷ୍ଟ କରିଛି ଯେ, ତାଙ୍କ ବଦଳରେ ଏକ ଇରାନୀ ସଂସଦୀୟ ପ୍ରତିନିଧି ଦଳ ବୈଠକରେ ଅଂଶଗ୍ରହଣ କରିବ।

ଇରାନ ମଧ୍ୟ ଭାରତ ସରକାରଙ୍କ ଆତିଥ୍ୟ ଓ ବୈଠକ ଆୟୋଜନ ପାଇଁ ବ୍ୟବସ୍ଥା ପାଇଁ ପ୍ରଶଂସା କରିଥିଲା।

ଦୂତାବାସ ସଂସଦୀୟ ଫୋରମର ସଫଳତା କାମନା କରିଛି।

ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତା ସୂଚନାଯୋଗ୍ୟ, ଦ୍ୱାଦଶ ବ୍ରିକ୍ସ ସଂସଦୀୟ ଫୋରମ୍ ୨୬-୨୭ ଅକ୍ଟୋବରରେ ନୂଆଦିଲ୍ଲୀରେ ସମ୍ବିଧାନ ସଦନର ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ହେବ।

ଏଥିରେ ବ୍ରିକ୍ସ ସଦସ୍ୟ ଓ ଅଂଶୀଦାର ଦେଶଗୁଡ଼ିକର ସଂସଦୀୟ ନେତା ଏବଂ ପ୍ରତିନିଧିମଣ୍ଡଳୀମାନେ ଏକତ୍ରିତ ହେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ଯୋଗଦେବାର ଆଶା କରାଯାଉଛି।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୈଠକରେ ଅଧ୍ୟକ୍ଷତା କରିବେ।

ଗଣତନ୍ତ୍ରକୁ ଦୃଷ୍ଟିରେ ରଖି ନୀତି ପ୍ରସ୍ତୁତ କରିବାକୁ ପଡିବ: ଗୋୟଲ ଏହି ଫୋରମ୍ ସଂସଦୀୟ ସହଯୋଗକୁ ସୁଦୃଢ଼ ​​କରିବା, ଲୋକ-କୈନ୍ଦ୍ରିକ ବିକାଶ, ନୀତିଗତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଡିଜିଟାଲ୍ ପରିବର୍ତ୍ତନ ଓ ବିଶ୍ୱ ଶାସନରେ ସଂସ୍କାର ଉପରେ ଗୁରୁତ୍ବ ଦେବ।

ଫୋରମରେ ୧୧ ଟି ବ୍ରିକ୍ସ ସଦସ୍ୟ ଦେଶ ଓ ୧୦ ଟି ସହଯୋଗୀ ଦେଶର ସଂସଦୀୟ ପ୍ରତିନିଧିମଣ୍ଡଳୀ ଏକତ୍ରିତ ହେବାର ଆଶା କରାଯାଉଛି।

ସାଉଦି ଆରବ ଓ ଇଥିଓପିଆ ମଧ୍ୟ ବ୍ରିକ୍ସ ଫୋରମରେ ଅଂଶଗ୍ରହଣ କରୁନଥିବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।