Budget: ୨୦୨୭-୨୮ ବଜେଟ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ଅକ୍ଟୋବର ୧୨ରୁ ପ୍ରାକ୍ ବଜେଟ୍ ବୈଠକ
"ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୭-୨୮ ଆର୍ଥିକବର୍ଷର ବଜେଟ୍ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।
ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବଜେଟ୍ ସର୍କୁଲାର ଜାରି କରାଯାଇଛି।
ଉକ୍ତ ସର୍କୁଲାରରେ ୨୦୨୬-୨୭ ପାଇଁ ସଂଶୋଧିତ ଅଟକଳ ଏବଂ ୨୦୨୭-୨୮ର ବଜେଟ ଅଟକଳ ପ୍ରକ୍ରିୟାସଂପର୍କରେ ଉଲ୍ଲେଖ କରାଯାଇଛି।
ଆସନ୍ତା ଅକ୍ଟୋବର ୧୨ ତାରିଖରୁ ପ୍ରାକ୍ ବଜେଟ୍ ବୈଠକ ଆରମ୍ଭ କରିବାକୁ ଧାର୍ଯ୍ୟ କରାଯାଇଛି।
Advertisment ଆହୁରି ପଢନ୍ତୁ :Woman dead: କର୍ଣ୍ଣାଟକରେ ଟ୍ରେନ୍ ସିଟ୍ ତଳେ ମହିଳାଙ୍କ ମୃତଦେହ ଉଦ୍ଧାର ତେଣୁ ଅକ୍ଟୋବର ୬ ପୂର୍ବରୁ ଆବଶ୍ୟକ ସୂଚନା ଦାଖଲ କରିବାକୁମନ୍ତ୍ରାଳୟଓ ବିଭାଗଗୁଡ଼ିକୁ କୁହାଯାଇଛି।
୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସରକାର ରଖିଥିବା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବଜେଟ୍ରେ ଯୋଜନାମାନ ରହିବ ବୋଲି ଆଶା କରାଯାଉଛି।
ତେବେ ବଜେଟ୍ ଆକଳନ ଠିକ୍ ଓ ବାସ୍ତବତାକୁ ଦେଖି କରିବା ଲାଗି ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।