Nepal flood: ଟନେଲ୍ରେ ଫସିଥିବା ଶ୍ରମିକଙ୍କୁ ଛାଡ଼ି ପଳାଇଥିଲେ ଚୀନ୍ ସୁପରଭାଇଜର
"କାଠମାଣ୍ଡୁ: ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟା ପରେ ତ୍ରିଶୂଳୀ-୩ଏ ଜଳବିଦ୍ୟୁତ୍ ପ୍ରକଳ୍ପର ଜଣେ ବଞ୍ଚିଯାଇଥିବା ଶ୍ରମିକ ଗୁରୁତର ଅଭିଯୋଗ ଆଣିଛନ୍ତି।
ରାଜ ଛେତ୍ରୀ ନାମକ ଏହି ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ବନ୍ୟା ଓ ମାଟି-ପଥରର ପ୍ରବଳ ସ୍ରୋତ ଟନେଲ୍ ଭିତରକୁ ପଶିବା ସମୟରେ ଜଣେ ଚୀନ୍ ସୁପରଭାଇଜର ଶ୍ରମିକଙ୍କୁ ବାହାରକୁ ଯିବାରେ ସାହାଯ୍ୟ ନ କରି ନିଜେ ଟନେଲ୍ରୁ ବାହାରି ପଳାଇଥିଲେ।Advertisment ଛେତ୍ରୀ କହିଛନ୍ତି, ଘଟଣା ସମୟରେ ସେ ଅନ୍ୟ ଶ୍ରମିକଙ୍କ ସହ ଟନେଲ୍ ନମ୍ବର-୩ରେ ଥିଲେ।
ହଠାତ୍ ଏକ ଜୋର୍ ଶବ୍ଦ ଶୁଣିବା ସହ ବିପଦର ଆଭାସ ମିଳିବାରୁ ସେ ଚୀନ୍ ସୁପରଭାଇଜରଙ୍କୁ ଟନେଲ୍ରୁ ବାହାରିବାକୁ ଅନୁମତି ଓ ସାହାଯ୍ୟ ମାଗିଥିଲେ।
ସୁପରଭାଇଜର ଘଟଣାସ୍ଥଳ ଦେଖିବାକୁ ଯାଉଛି ବୋଲି କହି ନିଜେ ବାହାରି ପଳାଇଥିବା ସେ ଅଭିଯୋଗ କରିଛନ୍ତି।
ଛେତ୍ରୀଙ୍କ ଅନୁସାରେ, ବନ୍ୟା ଆସିବା ସମୟରେ ଟନେଲ୍ ନମ୍ବର-୩ରେ ପ୍ରାୟ ୨୬୫ ଜଣ କାମ କରୁଥିଲେ।
ପାଣି, କାଦୁଅ ଓ ମାଟି-ପଥରର ପ୍ରବଳ ସ୍ରୋତ ଟନେଲ୍ ଭିତରକୁ ପଶି ଶ୍ରମିକ, ଗାଡ଼ି ଓ ସାମଗ୍ରୀକୁ ଭସାଇ ନେଇଥିଲା।
ସେ ଟନେଲ୍ର ମୁହଁ ଆଡ଼କୁ ଦୌଡ଼ି କୌଣସିମତେ ବାହାରି ଆସିଥିଲେ।
ତାଙ୍କ ସହ ଆଉ ୩ ଜଣ ବାହାରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ଏବେ ବି ନିଖୋଜ ଅଛନ୍ତି।
ଟନେଲ୍ ଭିତରୁ ଅନେକ ଲୋକଙ୍କ ସାହାଯ୍ୟ ପାଇଁ ଚିତ୍କାର ଶୁଣାଯାଉଥିଲା ବୋଲି ମଧ୍ୟ ସେ ଦାବି କରିଛନ୍ତି। floods and landslides: ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ: ୩ ନିଖୋଜ, ୧୮ ଘର କ୍ଷତିଗ୍ରସ୍ତ ଓ ଜାତୀୟ ରାଜପଥ ଅବରୋଧ ଟନେଲ୍ରୁ ବାହାରିବା ପରେ ଛେତ୍ରୀ ଓ ଅନ୍ୟ ବଞ୍ଚିଥିବା ଲୋକେ କିଛିଦିନ ଜଙ୍ଗଲରେ ଏକ ଗଛ ତଳେ ରହିଥିଲେ।
ସେମାନଙ୍କ ପାଖରେ ମୋବାଇଲ୍ ନ ଥିବା ସହ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ମଧ୍ୟ ଠପ୍ ହୋଇଯାଇଥିଲା।
ନେଟୱର୍କ ଫେରିବା ପରେ ହିଁ ଛେତ୍ରୀ ପରିବାର ସହ ଯୋଗାଯୋଗ କରିପାରିଥିଲେ।
ଏହି ଘଟଣା ପରେ ତ୍ରିଶୂଳୀ-୩ଏରେ ଅତି କମ୍ରେ ୪୦ ଜଣ ଏବେ ବି ନିଖୋଜ ଥିବା ବେଳେ ବନ୍ୟା ପ୍ରଭାବିତ ବିଭିନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପରୁ ୯୦୦ରୁ ଅଧିକ ଶ୍ରମିକ ନିଖୋଜ ଥିବା ରିପୋର୍ଟରେ କୁହାଯାଇଛି।
ରାଜ ଛେତ୍ରୀ ଚୀନ୍ ସରକାରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି।
ବନ୍ୟା ଓ ଭୂସ୍ଖଳନର ବିପଦ ସମ୍ପର୍କରେ ପୂର୍ବରୁ ସୂଚନା ଥିଲେ ମଧ୍ୟ ଶ୍ରମିକଙ୍କୁ ଆଗୁଆ ସତର୍କ କରାଯାଇ ନ ଥିବା ସେ ଦାବି କରିଛନ୍ତି।
ତାଙ୍କ ମତରେ, ସମୟ ପୂର୍ବରୁ ସୂଚନା ମିଳିଥିଲେ ଅନେକ ଜୀବନ ଓ ସମ୍ପତ୍ତି ବଞ୍ଚାଯାଇପାରିଥାନ୍ତା।
ପୁଲିସର ତଥ୍ୟ ଅନୁସାରେ, ନେପାଳରେ ଏପର୍ଯ୍ୟନ୍ତ ୧,୧୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪,୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।