04 OCTOBER 2026

Welcome!

Unlock your personalized experience.
Sign Up

Budhabalanga River: ବୁଢ଼ାବଳଙ୍ଗରୁ ବାହାରୁଛି ସୁନା! ମାତିଛନ୍ତି ଅନ୍ତଃରାଜ୍ୟ ଲୁଟେରା

Oct 04, 2026 - 07:11
Budhabalanga River: ବୁଢ଼ାବଳଙ୍ଗରୁ ବାହାରୁଛି ସୁନା! ମାତିଛନ୍ତି ଅନ୍ତଃରାଜ୍ୟ ଲୁଟେରା

ଶାମାଖୁଣ୍ଟା: ମୟୂରଭଞ୍ଜଜିଲ୍ଲା ଶାମାଖୁଣ୍ଟା ବ୍ଲକ୍‌ ଅଧୀନ ସିନ୍ଦୁରଗୌରା ପଞ୍ଚାୟତ ଗୁମୁଡ଼ି ଗ୍ରାମର ବୁଢ଼ାବଳଙ୍ଗ ନଦୀରୁ ମିଳୁଛି ସୁନା। ସକାଳ ହେଲେ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ନଦୀକୂଳରେ ରୁଣ୍ଡ ହୋଇ ସୁନା ଅନୁସନ୍ଧାନରେ ଲାଗି ପଡ଼ୁଛନ୍ତି। ନଦୀବାଲି ଛାଣି ଦୈନିକ ପାଖାପାଖି ୫୦ ଗ୍ରାମରୁ ଅଧିକ ସୁନା ସଂଗ୍ରହ କରୁଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବୁଢ଼ାବଳଙ୍ଗ ନଦୀକୂଳ ବାଲିରୁ ସୁନା ସଂଗ୍ରହ କରିବା ନେଇ ଏକ ଅନ୍ତଃରାଜ୍ୟ ଗୋଷ୍ଠୀ ସକ୍ରିୟ ରହିଛି। 

Festival: ମହିଳା ଉଦ୍ୟୋଗୀଙ୍କ ପ୍ରଦର୍ଶନୀ ‘ୱି ଉତ୍ସବ ୨୦୨୬’

ରାତି ପାହିଲେ ପ୍ରାୟ ୧୫ରୁ ୨୦ଟି ଗାଡ଼ିରେ ଶ୍ରମିକ ଭର୍ତ୍ତି ହୋଇ ନଦୀକୂଳରେ ପହଞ୍ଚୁଛନ୍ତି। ଏହି ମହିଳା ଓ ପୁରୁଷ ଶ୍ରମିକମାନେ ମୟୂରଭଞ୍ଜର ଶୀର୍ଷା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବାସିନ୍ଦା ବୋଲି ସୂଚନା ମିଳିଛି। ଦିନତମାମ ଶ୍ରମିକମାନେ କଠିନ ପରିଶ୍ରମ କରି ନଦୀବାଲିରୁ ସୁନା ସଂଗ୍ରହ କରୁଛନ୍ତି। ମାସେ ହେଲା ଏହି ପ୍ରକ୍ରିୟା ଚାଲିଥିବାବେଳେ ଏହି ଶ୍ରମିକମାନଙ୍କୁ କିଏ ଆଣି ସୁନା ଖୋଜିବା କାମରେ ନିୟୋଜିତ କରିଛି ତାହା ତାହା ତଦନ୍ତ ସାପେକ୍ଷ। ଏ ସଂପର୍କରେ ଶାମାଖୁଣ୍ଟା ତହସିଲଦାର ସାହେବରାମ ବାସ୍କେଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବାବଦରେ ପ୍ରଶାସନ ପାଖରେ କୌଣସି ଖବର ନାହିଁ। ତେବେ ତୁରନ୍ତ ଏହାକୁ ରୋକିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।

Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।