Budhabalanga Swells: ବଢୁଛି ବୁଢ଼ାବଳଙ୍ଗ, ବାରିପଦାରେ ବିପଦ ସଙ୍କେତର ନିକଟତର
ବଢୁଛି ବୁଢ଼ାବଳଙ୍ଗ, ବାରିପଦାରେ ବିପଦ ସଙ୍କେତ ନିକଟତର ବନ୍ୟାଜଳ । ଲଗାଣ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମଶଃ ବଢ଼ିବାରେ ଲାଗିଛି। ବାରିପଦା ଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଥିବାରୁ ତଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। ବାରିପଦା ସହରର ୭ ଓ ୮ ନମ୍ବର ୱାର୍ଡର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଯିବା ସହ ଗଳି ଓ ବସ୍ତିରେ ଜଳ ଜମି ରହିଛି। ପରିସ୍ଥିତିକୁ ଦେଖି ଅନେକ ଲୋକ ଘର ଛାଡ଼ି ଉଚ୍ଚସ୍ଥାନକୁ ଚାଲିଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।
ତଳିଆ ଅଞ୍ଚଳର ଲୋକଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ବାରିପଦା ସମେତ ବାଙ୍ଗିରିପୋଷି, କୁଳିଅଣା, ବିଶୋଇ ଓ ଯଶିପୁର ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଏହାର ପ୍ରଭାବରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ୁଛି। ଆଗକୁ ମଧ୍ୟ ବର୍ଷା ଜାରି ରହିଲେ ନଦୀର ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି।
ବାରିପଦା ଠାରେ ବିପଦ ସଂକେତ ପହଞ୍ଚିଲାଣି ବୁଢାବଳଙ୍ଗ
ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମଶଃ ବଢ଼ିବାରେ ଲାଗିଛି
ବାରିପଦା ସହରର ୭ ଓ ୮ ନମ୍ବର ୱାର୍ଡର ତଳିଆ ଅଞ୍ଚଳରେ ପଶିଛି ପାଣି
ଅନେକ ଲୋକ ଘର ଛାଡ଼ି ଉଚ୍ଚସ୍ଥାନକୁ ଚାଲିଯାଉଛନ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।