Nepal Flood Horror: ଗୋଟିଏ ଘରୁ ଏକାଥରକେ ମିଳିଲା ୨୩ ମୃତଦେହ, ନେପାଳ ବନ୍ୟାର ଛାତିଥରା ଦୃଶ୍ୟ

Sep 01, 2026 - 11:15
Nepal Flood Horror: ଗୋଟିଏ ଘରୁ ଏକାଥରକେ ମିଳିଲା ୨୩ ମୃତଦେହ, ନେପାଳ ବନ୍ୟାର ଛାତିଥରା ଦୃଶ୍ୟ

ନେପାଳରେ ବନ୍ୟାର ଭୟଙ୍କର ତାଣ୍ଡବ...ଗୋଟିଏ ଘରୁ ଏକାଥରକେ ମିଳିଲା ୨୩ ମୃତଦେହ । ତେବେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକୁ ଦିନ ବଢୁଛି ମହାମାରୀର ଅଶଙ୍କା। ଅନ୍ୟପଟେ ବିଚଳିତ କରୁଛି ମୃତ୍ୟୁ ତାଣ୍ଡବର ଛାତିଥରା ଦୃଶ୍ୟ। ବନ୍ୟାରେ ମୃତ୍ୟୁସଂଖ୍ୟା ପ୍ରାୟ ୯୬୨କୁ ବୃଦ୍ଧି ପାଇଛି। ପ୍ରାୟ ୪ ହଜାର ଲୋକ ଏବେବି ନିଖୋଜ ଅଛନ୍ତି। ଏହାଭିତରେ ଗୋଟିଏ ଘରୁ ଏକାଥରକେ ମିଳିଛି ୨୩ ମୃତଦେହ।

ଏପଟେ ଗଣ୍ଡକ ନଦୀରୁ ମଧ୍ୟ ୨୩ଟି ମୃତଦେହ ମିଳିଛି। ରେସ୍କ୍ୟୁ ଏଜେନ୍ସି ଏବେବି ନିଖୋଜଙ୍କୁ ଖୋଜୁଛି। ତ୍ରିଶୁଳୀ ହାଇଡ୍ରୋପାୱାର ପ୍ରକଳ୍ପରେ ମଧ୍ୟ ଶତାଧିକ ଲୋକ ଫସି ରହିଥିବା ସୂଚନା ମିଳିଛି। ବନ୍ୟାର ସପ୍ତମ ଦିନରେ ଆଉ ଏକ ବଡ଼ ଚିନ୍ତା ଘାରିଛି… ମହାମାରୀର ଭୟ। ମାଟି ତଳେ ଦବି ରହିଥିବା ମୃତଦେହ ପଚିବା ଆରମ୍ଭ କରିଥିବାରୁ ଦୁର୍ଗନ୍ଧ ସହ ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ିଛି। ଉଦ୍ଧାର ସହ ସ୍ୱଚ୍ଛତା ଓ ମହାମାରୀ ରୋକିବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।...

ଗୋଟିଏ ଘରେ ୨୩ ମୃତଦେହ
ମାଟି ତଳେ ଜୀବନ ଖୋଜା
ନେପାଳରେ ବନ୍ୟା ବିଭୀଷିକା
ଗୋଟିଏ ଘରୁ ଏକାଥରକେ ମିଳିଲା ୨୩ ମୃତଦେହ
ବନ୍ୟାରେ ମୃତ୍ୟୁସଂଖ୍ୟା ୯୬୨କୁ ବୃଦ୍ଧି
ପ୍ରାୟ ୪ ହଜାର ଲୋକ ଏବେବି ନିଖୋଜ
ମାଟି ତଳେ ପଚିବାକୁ ଲାଗିଛି ମୃତଦେହ
ବନ୍ୟା ପରେ ମହାମାରୀ ଭୟ, ଚିନ୍ତାରେ ପ୍ରଶାସନ
ମାଟି ତଳେ ଜୀବନ ଖୋଜା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।