Buffaloes Rescued: ବେଆଇନ ମଇଁଷି ଚାଲାଣ ବେଳେ ଚଢ଼ଉ: କଣ୍ଟେନରରୁ ୩୭ ମଇଁଷି ଉଦ୍ଧାର; ଡ୍ରାଇଭର-ହେଲପର ଅଟକ

Sep 15, 2026 - 11:53
Buffaloes Rescued: ବେଆଇନ ମଇଁଷି ଚାଲାଣ ବେଳେ ଚଢ଼ଉ: କଣ୍ଟେନରରୁ ୩୭ ମଇଁଷି ଉଦ୍ଧାର; ଡ୍ରାଇଭର-ହେଲପର ଅଟକ

"ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଞ୍ଚଳ ଦେଇ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଚମାଖଣ୍ଡି ପୁଲିସ ଏକ କଣ୍ଟେନରକୁ ପିଛା କରି କାବୁ କରିଛି।

କଣ୍ଟେନରରୁ ୩୭ଟି ମଇଁଷି ଉଦ୍ଧାର କରାଯିବା ସହ ଘଟଣାରେ ଡ୍ରାଇଭର ଓ ହେଲପରଙ୍କୁ ପୁଲିସ ଅଟକ ରଖିଛି।Advertisment ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ଚମାଖଣ୍ଡି ପୁଲିସ ଓ ଏନ୍‌ଏଚ୍‌ ପାଟ୍ରୋଲିଂ ଟିମ୍‌ ଜାତୀୟ ରାଜପଥରେ ଯାଞ୍ଚ କରୁଥିବା ବେଳେ ଏକ ସନ୍ଦେହଜନକ କଣ୍ଟେନର ଦ୍ରୁତ ଗତିରେ ଯାଉଥିବା ଦେଖିଥିଲେ।

ପୁଲିସ ଗାଡ଼ିକୁ ଅଟକାଇବା ପାଇଁ ଇସାରା ଦେଇଥିଲେ ମଧ୍ୟ ଡ୍ରାଇଭର ଗାଡ଼ିର ବେଗ ବଢ଼ାଇ ଫେରାର ହେବାକୁ ଉଦ୍ୟମ କରିଥିଲା।

ମଇଁଷିଗୁଡ଼ିକୁ ଗୋଡ଼ ଓ ମୁହଁ ବାନ୍ଧି ଅତ୍ୟନ୍ତ ଅମାନବୀୟ ଭାବେ ନିଆଯାଉଥିଲା ପରେ ପୁଲିସ ଉକ୍ତ କଣ୍ଟେନରକୁ ପ୍ରାୟ ୨ରୁ ୩ କିଲୋମିଟର ପର୍ଯ୍ୟନ୍ତ ପିଛା କରି କାଳିଆବାଲି ଛକ ନିକଟ ଜାତୀୟ ରାଜପଥରେ କାବୁ କରିଥିଲା।

କଣ୍ଟେନର ଯାଞ୍ଚ ବେଳେ ଭିତରୁ ୩୭ଟି ମଇଁଷି ଉଦ୍ଧାର ହୋଇଥିଲେ।

ମଇଁଷିଗୁଡ଼ିକୁ ଗୋଡ଼ ଓ ମୁହଁ ବାନ୍ଧି ଅତ୍ୟନ୍ତ ଅମାନବୀୟ ଭାବେ ନିଆଯାଉଥିବା ପୁଲିସ ଜାଣିବାକୁ ପାଇଥିଲା।

ପ୍ରାଥମିକ ତଦନ୍ତରୁ ଉକ୍ତ କଣ୍ଟେନରଟି ଢେଙ୍କାନାଳରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଜଣାପଡ଼ିଛି।

ଉଦ୍ଧାର ମଇଁଷିଗୁଡ଼ିକୁ ନିକଟସ୍ଥ ଗୋଶାଳାକୁ ପଠାଯାଇଥିବା ବେଳେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ଏନେଇ ଚମାଖଣ୍ଡି ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସୂଚନା ଦେଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Brown Sugar: ରାଜସୁନାଖଳାରେ ବିପୁଳ ବ୍ରାଉନ ସୁଗାର ଜବତ, ୩ ଯୁବକ ଅଟକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।