Building Collapse: ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ବହୁତଳ କୋଠା: ଫସିରହିଛନ୍ତି ବହୁ ଲୋକ, ଉଦ୍ଧାର କାର୍ଯ୍ୟ ଜାରି

Oct 07, 2026 - 17:38
Building Collapse: ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ବହୁତଳ କୋଠା: ଫସିରହିଛନ୍ତି ବହୁ ଲୋକ, ଉଦ୍ଧାର କାର୍ଯ୍ୟ ଜାରି

"ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ମରାମତି କାମ ଚାଲିଥିବା ବେଳେ ବାଳକ ପିଜି କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ଘଟିବାର ମାସକ ପରେ ବୁଧବାର ଅପରାହ୍ନ ପ୍ରାୟ ୩:୩୦ ମିନିଟରେ ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଆଉ ଏକ କୋଠାର ସମ୍ମୁଖ ଭାଗ ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ଘଟଣାର ସୂଚନା ପାଇବା କ୍ଷଣି ଦିଲ୍ଲୀ ଅଗ୍ନିଶମ ସେବାର ଗାଡ଼ି ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।Advertisment ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ପ୍ରତ୍ୟକ୍ଷଦର୍ଶୀ ଓ ପୁଲିସ ସୂଚନାନୁସାରେ, ସୀମାପୁରୀରେ କୋଠାଟି ହଠାତ୍ ଭୁଶୁଡ଼ି ପଡ଼ିବାରୁ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ଆତଙ୍କ ସୃଷ୍ଟି ହୋଇଥିଲା।

ଘଟଣାସ୍ଥଳରୁ ମାଟି ଓ କୋଠାର ଭଗ୍ନାବଶେଷ ହଟାଇ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ସେପ୍ଟେମ୍ବର ୬ ତାରିଖରେ ଘଟିଥିବା ପୂର୍ବ ଦୁର୍ଘଟଣାରେ ୭ ଜଣଙ୍କ ପ୍ରାଣହାନି ସହ ଏକାଧିକ ଲୋକ ଆହତ ହୋଇଥିବା ବେଳେ ବାରମ୍ବାର ଏପରି କୋଠା ଭୁଶୁଡ଼ିବା ଘଟଣା ଦିଲ୍ଲୀରେ ସୁରକ୍ଷା ଓ ନିର୍ମାଣ ମାନଦଣ୍ଡ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Nobel Prize: ହେନେରି କାଗାନ୍, କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।