Ramayana Part 1: ରିଲିଜର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ ପାର୍ଟ ୧’

Oct 07, 2026 - 17:16
Ramayana Part 1: ରିଲିଜର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ ପାର୍ଟ ୧’

"ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ "ରାମାୟଣ ପାର୍ଟ ୧"କୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ, ଫିଲ୍ମର ଅଫିସିଆଲ୍ ରିଲିଜ୍ ର ଗୋଟିଏ ଦିନ ପୂର୍ବରୁ ଦର୍ଶକମାନେ ପେଡ୍ ପ୍ରିଭ୍ୟୁ ଜରିଆରେ ଏହାକୁ ଦେଖିପାରିବେ।

Advertisment ଦିନକ ପୂର୍ବରୁ ପେଡ୍ ପ୍ରିଭ୍ୟୁ ରିପୋର୍ଟ ଅନୁସାରେ, ଭାରତରେ "ରାମାୟଣ ପାର୍ଟ ୧"ର ଅଫିସିଆଲ୍ ଥିଏଟ୍ରିକାଲ୍ ରିଲିଜ୍ ନଭେମ୍ବର ୫ ଗୁରୁବାର ହେବାକୁ ଥିବା ଜଣାପଡ଼ିଥିବା ବେଳେ, ପେଡ୍ ପ୍ରିଭ୍ୟୁ ନଭେମ୍ବର ୪ ତାରିଖ ବୁଧବାର ହେବ।

ଅର୍ଥାତ୍ ଦର୍ଶକମାନେ ଟିକେଟ୍ ବୁକ୍ କରି ଫିଲ୍ମଟିକୁ ଗୋଟିଏ ଦିନ ପୂର୍ବରୁ ଦେଖିବାର ସୁଯୋଗ ପାଇପାରିବେ।ଫିଲ୍ମର ଅନ୍ତର୍ଜାତୀୟ ରିଲିଜ୍ ସୂଚୀକୁ ଦୃଷ୍ଟିରେ ରଖି ଏହି ପେଡ୍ ପ୍ରିଭ୍ୟୁ ଯୋଜନା କରାଯାଇଥିବା କୁହାଯାଉଛି।

ଉତ୍ତର ଆମେରିକାରେ ବୁଧବାର ପେଡ୍ ପ୍ରିଭ୍ୟୁ ଓ ଗୁରୁବାର ଅଫିସିଆଲ୍ ରିଲିଜ୍ ର ଯୋଜନା ରହିଛି।

ବ୍ରିଟେନ୍ ରେ ଶୁକ୍ରବାର ରିଲିଜ୍ ହେବାର ଯୋଜନା ଥିବାବେଳେ ଏହାକୁ ବୁଧବାର କିମ୍ବା ଗୁରୁବାରକୁ ଆଣିବାର ସମ୍ଭାବନା ରହିଛି।

ତେବେ ଚୀନ୍, ଜାପାନ, ଦକ୍ଷିଣ କୋରିଆ, ତାଇୱାନ୍ ଓ ହଂକଂ ଭଳି ପୂର୍ବ ଏସିଆ ବଜାରରେ ଫିଲ୍ମର ରିଲିଜ୍ ତାରିଖ ଏଯାଏଁ ନିଶ୍ଚିତ ହୋଇନାହିଁ।

Rajpal Yadav: ପୈତୃକ ସମ୍ପତ୍ତି ବିକ୍ରୟ କରିବେ ରାଜପାଲ ଯାଦବ: କୋର୍ଟରେ ଦାଖଲ କଲେ ‌୧ କୋଟି ୧୫ ଲକ୍ଷର ଡିଡି ନମିତ ମଲହୋତ୍ରାଙ୍କ ପ୍ରଯୋଜନା ଓ ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ "ରାମାୟଣ ପାର୍ଟ ୧"ରେ ରଣବୀର କପୁର ଭଗବାନ ରାମ, ସାଇ ପଲ୍ଲବୀ ମାତା ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ।

ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।