Bus Attack: ହରିୟାଣାରରେ କାଶ୍ମୀରୀ ଯାତ୍ରୀବାହୀ ବସ୍ ଉପରେ ପଥରମାଡ଼: ବୃଦ୍ଧ ଗୁରୁତର
"ଶ୍ରୀନଗର/ଚଣ୍ଡୀଗଡ଼: ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ସ୍ଲିପର୍ ବସ୍ ଉପରେ ହରିୟାଣାର କୁରୁକ୍ଷେତ୍ର ନିକଟରେ ଅସାମାଜିକ ଯୁବକଙ୍କ ଦ୍ୱାରା ଅଚାନକ ପଥର ଓ ଇଟା ମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ଏହି ଆକ୍ରମଣରେ ଜମ୍ମୁ-କାଶ୍ମୀର ନମ୍ବର ଥିବା ବସଟିର କାଚ ଭାଙ୍ଗିଯିବା ସହ ଜଣେ ବୃଦ୍ଧ କାଶ୍ମୀରୀ ଯାତ୍ରୀ ଗୁରୁତର ଭାବେ ଆହାତ ହୋଇଛନ୍ତି।
ଏହି ଘଟଣା ପରେ ଜମ୍ମୁ-କାଶ୍ମୀର ବାହାରେ ଯାତ୍ରା କରୁଥିବା କାଶ୍ମୀରୀ ନାଗରିକ, ବ୍ୟବସାୟୀ ଓ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୁଣିଥରେ ଗଭୀର ଚିନ୍ତାପ୍ରକଟ କରାଯାଇଛି।Advertisment ସୂଚନା ଅନୁଯାୟୀ, ''ଷ୍ଟାର୍ ୱାର୍ଲ୍ଡ ଭେଞ୍ଚର୍ସ'' କମ୍ପାନୀ ଦ୍ୱାରା ପରିଚାଳିତ ଏହି ବସଟିରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।
କୁରୁକ୍ଷେତ୍ରର ଏକ ଢାବା ନିକଟରେ ଅଜ୍ଞାତ ଦୁର୍ବୃତ୍ତମାନେ ବସ୍ ଡ୍ରାଇଭରଙ୍କୁ ଗାଳିଗୁଲଜ କରିବା ସହ ହଠାତ୍ ପଥର ମାଡ଼ କରିଥିବା ବସ୍ ମାଲିକ ସଂସ୍ଥା ପ୍ରକାଶ କରିଛି।
ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାସିନୀ ଓ ହରିୟାଣା ପୁଲିସକୁ ଅନୁରୋଧ କରିଛନ୍ତି।
ଗାଳିଗୁଲଜ ସହ ପଥର ମାଡ଼ ଏହି ଦୁଃଖଦ ଘଟଣା ଆଦୌ ଘଟିବା ଉଚିତ୍ ନଥିଲା।
ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ହରିୟାଣା ପୁଲିସ ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରୁ ବୋଲି ସୋସିଆଲ୍ ମିଡିଆ ''ଏକ୍ସ''ରେ ଓମାର ଲେଖିଛନ୍ତି।
ସେହିପରି ଜାତୀୟ କନଫରେନ୍ସ (ଏନସି) ନେତା ଇମ୍ରାନ୍ ନବୀ ଦାର୍ ଏହାକୁ ଏକ ''ଘୃଣ୍ୟ ଅପରାଧ'' ବୋଲି କହିଛନ୍ତି।
ହୁତି ବିଦ୍ରୋହୀଙ୍କ ସମ୍ପୃକ୍ତି ଥିବା ନେଇ ପ୍ରଶ୍ନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।