Cricket: ବୈଭବଙ୍କୁ ଅପେକ୍ଷା କରିବାକୁ ପଡ଼ିବ: ଶ୍ରେୟସ

Oct 18, 2026 - 13:26
Cricket: ବୈଭବଙ୍କୁ ଅପେକ୍ଷା କରିବାକୁ ପଡ଼ିବ: ଶ୍ରେୟସ

"ବେଙ୍ଗାଲୁରୁ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିନାହିଁ।

ଭାରତୀୟ ଅଧିନାୟକ ଶ୍ରେୟସ ଆୟର, ଏହି ଯୁବ ଖେଳାଳିଙ୍କୁ ଧୈର୍ଯ୍ୟ ରଖିବା ସହ ନିଜ ଖେଳ ଉପରେ ଆହୁରି ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment ବେଙ୍ଗାଲୁରୁରେ ଖେଳାଯାଉଥିବା ପଞ୍ଚମ ତଥା ଶେଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବାରୁ ଏହି ଶୃଙ୍ଖଳା ୨-୨ରେ ଡ୍ର" ରହିଥିଲା।

ଏହି ଶୃଙ୍ଖଳାରେ ଅଭିଜ୍ଞ ଓପନର ସଞ୍ଜୁ ସାମ୍‌ସନ୍‌ ଓ ଅଭିଷେକ ଶର୍ମାଙ୍କ ଉପରେ ଦଳ ଭରସା କରିବାରୁ ବୈଭବଙ୍କୁ କୌଣସି ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନଥିଲା।

ସେ ଶେଷ ଥର ପାଇଁ ପାକିସ୍ତାନ ବିପକ୍ଷ ଏସୀୟ କ୍ରୀଡ଼ା ଫାଇନାଲ୍‌ରେ ଖେଳିଥିଲେ।

ସାମ୍‌ସନ୍‌ ୫ଟି ମ୍ୟାଚ୍‌ରେ ୧୬୮ ଏବଂ ଅଭିଷେକ ୧୪୫ ରନ୍ ସଂଗ୍ରହ କରିଥିଲେ।

ଦୁହେଁ ଦୁଇଟି ଲେଖାଏଁ ଅର୍ଦ୍ଧଶତକ ହାସଲ କରିଥିବାରୁ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ଥାନ ପାଇବା କଷ୍ଟକର ହୋଇପଡ଼ିଥିଲା।

ସାଇ ହୋପ୍‌ଙ୍କ ବ୍ୟାଟିଂକୁ ଶ୍ରେୟ ଶେଷ ମ୍ୟାଚ୍ ପରେ ଅଧିନାୟକ ଶ୍ରେୟସ କହିଛନ୍ତି, ""ବୈଭବଙ୍କୁ ସବୁବେଳେ କହୁଛି ଯେ ତୁମକୁ ସୁଯୋଗ ମିଳିବ।

ତୁମେ ନିଜ ପ୍ରସ୍ତୁତି ଓ ମାନସିକତା ଠିକ୍ ରଖ, ତେବେ ସୁଯୋଗ ନ ମିଳିବା ନେଇ ଅଧିକ ଚିନ୍ତା କରିନି।

ଏମିତି ଅପେକ୍ଷା କରିବାକୁ ହୁଏ।

ଆମ ପାଖରେ ଦୁଇଜଣ ଭଲ ଓପନର ଅଛନ୍ତି।

ଏମାନେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ବି କରୁଛନ୍ତି""।

ଏହି ଶୃଙ୍ଖଳା ପ୍ରଦର୍ଶନକୁ ନେଇ ଆୟର କହିଛନ୍ତି ଯେ, ଯଦି ଦ୍ୱିତୀୟ ଓ ଚତୁର୍ଥ ମ୍ୟାଚ୍‌ରେ ବୋଲରମାନେ ୨୪୦ରୁ ଅଧିକ ରନ୍ ବ୍ୟୟ କରି ନଥାନ୍ତେ, ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା।

ତେବେ ସେ ବ୍ୟାଟିଂ ବିଭାଗକୁ ପ୍ରଶଂସା କରିବା ସହ ୱେଷ୍ଟଇଣ୍ଡିଜ୍‌ ଦଳ, ବିଶେଷ କରି ସାଇ ହୋପ୍‌ଙ୍କ ବ୍ୟାଟିଂକୁ ଶ୍ରେୟ ଦେଇଛନ୍ତି।

ହୋପ୍‌ ୪ ପାଳିରେ ୨୬୧ ରନ୍ କରି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଭାରତ ପାଇଁ ଏବେ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଆହ୍ବାନପୂର୍ଣ୍ଣ ହେବ ବୋଲି ଶ୍ରେୟସ ପ୍ରକାଶ କରିଛନ୍ତି।

Ranji Trophy: ରଣଜୀ ଟ୍ରଫିରେ ଖେଳିଲା ଅରୁଣାଚଳପ୍ରଦେଶ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।