Bus Fire: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ୱେରେ ବସ୍‌ରେ ନିଆଁ: ଡ୍ରାଇଭରଙ୍କ ଯୋଗୁ ରକ୍ଷା ପାଇଲେ ୧୪ ଯାତ୍ରୀ

Sep 24, 2026 - 12:15
Bus Fire: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ୱେରେ ବସ୍‌ରେ ନିଆଁ: ଡ୍ରାଇଭରଙ୍କ ଯୋଗୁ ରକ୍ଷା ପାଇଲେ ୧୪ ଯାତ୍ରୀ

"ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ୱେରେ ଗୁରୁବାର ସକାଳେ ଏକ ଦୂରଗାମୀ ବସ୍‌ରେ ନିଆଁ ଲାଗି ଯାଇଥିବାବେଳେ ଡ୍ରାଇଭରଙ୍କ ସତର୍କତା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୪ ଯାତ୍ରୀ।

ଡ୍ରାଇଭର ବସ୍‌ର ଏସିରେ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଗାଡ଼ିକୁ ରୋକି ଦେଇଥିଲେ ଓ ଯାତ୍ରୀମାନଙ୍କୁ ଗାଡ଼ିରୁ ବାହାରି ଯିବାକୁ କହିଥିଲେ।Advertisment ଯାତ୍ରୀମାନଙ୍କୁ ବାହାରକୁ ବାହାର କରିଦେଇଥିଲେ ବସ୍‌ଟି ରାଜସ୍ଥାନର ଉଦୟପୁରରୁ ପୁଣେ ଯାଉଥିବାବେଳେ ସକାଳ ପ୍ରାୟ ୭ଟା୨୫ ମିନିଟ ସମୟରେ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ଡ୍ରାଇଭର ଛତ୍ରପାଳ ସିଂହ କିଶୋର ସିଂହ ବହିଆ ଗାଡ଼ିର ଏସିରୁ ଧୂଆଁ ବାହାରୁଥିବା ଦେଖିଥିଲେ।

ଡ୍ରାଇଭର ଗାଡ଼ି ରୋକି ଯାତ୍ରୀମାନଙ୍କୁ ବାହାରକୁ ବାହାର କରିଥିଲେ।

ବସ୍‌ରେ ଥିବା ଏକ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଦ୍ରୁତଗତିରେ ଚାରିଆଡ଼େ ବ୍ୟାପି ଯାଇଥିଲା।

ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ଏକ ଅଗ୍ନି ନିର୍ବାପକ ଗାଡ଼ି , ନ୍ୟୁ ପାନଭେଲରୁ ଦୁଇଟି ଅଗ୍ନିଶମ ଗାଡ଼ି ଓ ଖୋପୋଲି ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇ ନିଆଁ ଲିଭାଯାଇଥିଲା।

ରସାୟନୀ ପୁଲିସ ଷ୍ଟେସନର ଅଧିକାରୀମାନେ ବସ୍ ଡ୍ରାଇଭରଙ୍କୁ ଆନୁଷ୍ଠାନିକ ଭାବେ ଅଭିଯୋଗ ଦାଖଲ କରିବାକୁ କହିଛନ୍ତି।

Helicopter crashes: ବାହାଘରର କିଛି ମିନିଟ୍ ପରେ ମୃତ୍ୟୁ!

ସ୍ୱାମୀଙ୍କ ଶବ ତଳେ ୬ ଘଣ୍ଟା ଫସି ରହିଲେ ନବବଧୂ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।