Bus Loses Control And Ploughs Into Shop: ଦୋକାନକୁ ମାଡ଼ିଗଲା ଯାତ୍ରୀବାହୀ ବସ, ଡ୍ରାଇଭରଙ୍କ ସମେତ ଦୁଇ ଆହତ

Oct 06, 2026 - 13:32
Bus Loses Control And Ploughs Into Shop: ଦୋକାନକୁ ମାଡ଼ିଗଲା ଯାତ୍ରୀବାହୀ ବସ, ଡ୍ରାଇଭରଙ୍କ ସମେତ ଦୁଇ ଆହତ

ଦୋକାନକୁ ମାଡିଗଲା ଯାତ୍ରୀବାହୀ ବସ। କଟକ ଜିଲ୍ଲା ନରସିଂହପୁରର ଜିଲିଣ୍ଡା ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଦୋକାନ ଘର ଭିତରକୁ ପଶିଯିବାରୁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ବସ ଡ୍ରାଇଭରଙ୍କ ସମେତ ଜଣେ ଯାତ୍ରୀ ରହିଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନ ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀଙ୍କୁ ନେଇ ଭୋରରୁ ଭୁବନେଶ୍ୱର ଆସୁଥିବା ସମୟରେ ଜିଲିଣ୍ଡା ନିକଟରେ ହଠାତ୍ ଭାରସାମ୍ୟ ହରାଇଥିଲା।

ଫଳରେ ବସଟି ରାସ୍ତାକଡ଼ରେ ଥିବା ଏକ ଦୋକାନ ଘରକୁ ଧକ୍କା ଦେଇ ଭିତରକୁ ପଶିଯାଇଥିଲା। ଦୁର୍ଘଟଣା ସମୟରେ ଦୋକାନରେ ଥିବା ଲୋକମାନେ ଏବଂ ବସର ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭର ଓ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ ଚିକିତ୍ସା ପାଇଁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।...

ଦୋକାନକୁ ମାଡିଗଲା ଯାତ୍ରୀବାହୀ ବସ୍ 
କଟକ ନରସିଂହପୁର ଜିଲିଣ୍ଡା ନିକଟରେ ଦୁର୍ଘଟଣା 
ରାସ୍ତାକଡ଼ରେ ଥିବା ଏକ ଦୋକାନ ଘରକୁ ଧକ୍କା ଦେଲା 
ଆହତଙ୍କ ମଧ୍ୟରେ ବସ ଡ୍ରାଇଭରଙ୍କ ସମେତ ଜଣେ ଯାତ୍ରୀ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।