Bus Overturned: ନିଦ ଲାଗିବାରୁ ଡ୍ରାଇଭରଙ୍କ ଆଖି ପଡ଼ିଗଲା: ଓଲଟି ପଡ଼ିଲା ବସ୍, ୧୧ ମୃତ, ୨୪ ଆହତ
"ତେହେରାନ: ଇରାନରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିବା ଶନିବାର ସରକାରୀ ଟେଲିଭିଜନ ରିପୋର୍ଟ କରିଛି।
କେନ୍ଦ୍ରୀୟ ମାର୍କାଜି ପ୍ରଦେଶର ସାଭେ-ହାମାଦାନ ଫ୍ରିୱେରେ ଏହି ଦୁର୍ଘଟଣା ଘଟିଛି।
ପ୍ରାଦେଶିକ ଟ୍ରାଫିକ୍ ପୁଲିସ କହିଛି ଯେ, ଡ୍ରାଇଭର କ୍ଳାନ୍ତ ଥିଲେ ତାଙ୍କ ଆଖି ନିଦରେ ବୁଜି ହୋଇଯିବାରୁ ଏଭଳି ଘଟିଥିଲା।
ବସ୍ ଉପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ଟି ଓଲଟି ପଡ଼ିଥିଲା।
Advertisment ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ବସ୍ ଇରାନର ଟ୍ରାଫିକ୍ ବ୍ୟବସ୍ଥା ବିଶ୍ୱସ୍ତରରେ ସବୁଠାରୁ ଖରାପ।
ପ୍ରତିବର୍ଷ ଏଠାରେ ଦୁର୍ଘଟଣାରେ ୧୭ ହଜାରରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥାଏ।
ବିଶେଷଜ୍ଞମାନଙ୍କ ଅନୁସାରେ ଅସୁରକ୍ଷିତ ଯାନବାହାନ, ଟ୍ରାଫିକ୍ ନିୟମକୁ ଅବମାନନା ଏବଂ ଅପର୍ଯ୍ୟାପ୍ତ ଜରୁରୀକାଳୀନ ସେବା ଯୋଗୁଁ ମୃତ୍ୟୁ ସଂଖ୍ୟା ଅଧିକ ରହିଥାଏ।
ଚଳିତ ମାସ ଆରମ୍ଭରେ ପଶ୍ଚିମ ସାନନ୍ଦଜ ସହର ନିକଟରେ ଏକ ଇନ୍ଧନ ଟ୍ୟାଙ୍କର ଅନ୍ୟ ଯାନବାହାନ ସହିତ ଧକ୍କା ହୋଇ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ସାତ ଜଣ ଆହତ ହୋଇଥିଲେ।
Dead: ୧୨ ତାଲା ବାଲକୋନିରୁ ଖସି ସିବିଏସ୍ଇ ସ୍ୱର୍ଣ୍ଣ ପଦକ ବିଜେତା ଛାତ୍ରୀଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।