Tourist Attractions: ବିଶ୍ୱ ପର୍ଯ୍ୟଟନ ଦିବସ: ଅରୁଣାଚଳ ପ୍ରଦେଶର ଏହି ପୌରାଣିକ ପର୍ଯ୍ୟଟନସ୍ଥଳ ବୁଲିବାକୁ ଭୁଲନ୍ତୁ ନାହିଁ

Sep 27, 2026 - 14:57
Tourist Attractions: ବିଶ୍ୱ ପର୍ଯ୍ୟଟନ ଦିବସ: ଅରୁଣାଚଳ ପ୍ରଦେଶର ଏହି ପୌରାଣିକ ପର୍ଯ୍ୟଟନସ୍ଥଳ ବୁଲିବାକୁ ଭୁଲନ୍ତୁ ନାହିଁ

"ଭୁବନେଶ୍ବର: ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ।

ଯେଉଁମାନେ ଅରୁଣାଚଳ ପ୍ରଦେଶ ଭ୍ରମଣରେ ଯାଉଛନ୍ତି, ସେମାନେ ସେଠାରେ ଥିବା ପୌରାଣିକ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ଦେଖିବାକୁ ଭୁଲନ୍ତୁ ନାହିଁ।

ସେହି ପର୍ଯ୍ୟଟନସ୍ଥଳୀଗୁଡ଼ିକ ସଂପର୍କରେ ଆସନ୍ତୁ ଜାଣିବା...Advertisment ପର୍ଶୁରାମ କୁଣ୍ଡ: ପୁରାଣ ଅନୁଯାୟୀ ଏଠାରେ ଭଗବାନ ପର୍ଶୁରାମ ମାତୃହତ୍ୟା କରିବା ପରେ  ଏଠାରେ ଥିବା  ଲୋହିତନଦୀର ଏକ କୁଣ୍ଡରେ  ନିଜର  ପାପ ଧୋଇଥିଲେ।

ସେହି ଦିନଠାରୁ ଏହାର ନାମକରଣ କରାଯାଇଛି ପର୍ଶୁରାମକୁଣ୍ଡ।

ଏଠାରେ ପ୍ରତିବର୍ଷ ଜାନୁଆରି ମାସରେ  ଏକ ବୃହତ୍ ମେଳା  ଅନୁଷ୍ଠିତ ହୋଇଥାଏ ।

ଯେଉଁଥିରେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ଯୋଗ ଦିଅନ୍ତି ।

ଭୀଷ୍ମକ ନଗର: ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଭୀଷ୍ମକ ରାଜାଙ୍କ ଠାରୁ ତାଙ୍କ  କନ୍ୟା ରୁକ୍ମିଣୀଙ୍କୁ  ଅପହରଣ କରି ବିବାହ କରିଥିଲେ  ବୋଲି କୁହାଯାଏ।

ଏହି ଅଞ୍ଚଳ ସେହି ଭୀଷ୍ମକ ରାଜାଙ୍କର ନଗରୀ ଥିଲା ବୋଲି ବିଶ୍ୱାସ କରାଯାଏ।

ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳର ନାମ ଭୀଷ୍ମକନଗର ହୋଇଛି।

ଏଠାରେ ପୁରୁଣା ରାଜଉଆସ ଓ କେତେକ ମଳିର ପର୍ଯ୍ୟଟକମାନଙ୍କୁ ଆକର୍ଷିତ  କରିଥାଏ।

ଏହି ଅଞ୍ଚଳ ମଧ୍ୟ ବେଶ୍‌ ପ୍ରାଚୀନ ଆକାଶୀ ଗଙ୍ଗା: ଭଗବାନ ଶିବ ପାର୍ବତୀଙ୍କ ଶବକୁ ଧରି ଯାଉଥିବାବେଳେ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ସେହି ଶବକୁ କାଟି ଦେଇଥିଲେ ।

ଏହି ଶବର କେତେକ ଅଂଶ ଭିନ୍ନ ଭିନ୍ନ ସ୍ଥାନରେ ପଡ଼ିଥିଲା।

ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆକାଶୀ ଗଙ୍ଗାରେ ମଧ୍ୟ ମାତା ପାର୍ବତୀଙ୍କ ଶରୀରର କିଛି ଅଂଶ ପଡ଼ିଥିବା ବିଶ୍ୱାସ କରାଯାଏ ।

ଏହି ଅଞ୍ଚଳ ମଧ୍ୟ ବେଶ୍‌ ପ୍ରାଚୀନ ବୋଲି କୁହାଯାଏ।

ଏତଦ୍‌ବ୍ୟତୀତ ମାଲିନିଆନ ଓ ବୋମତିଲା ମଧ୍ୟ ଅରୁଣାଚଳ ପ୍ରଦେଶର ଅନ୍ୟ ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳ ।

Minor Found Dead ବୁର୍ଲାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।