Bus With Flight-Like Premium Service: ବସ୍ ନା ବିମାନ ? ଭିତରର ଦୃଶ୍ୟ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ!

Sep 08, 2026 - 15:10
Bus With Flight-Like Premium Service: ବସ୍ ନା ବିମାନ ? ଭିତରର ଦୃଶ୍ୟ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ!

ବସ୍‌ରେ ଯାତ୍ରା କରିବେ, କିନ୍ତୁ ଅନୁଭୂତି ମିଳିବ ବିମାନର ବିଜନେସ୍ କ୍ଲାସ୍ ଭଳି। ଇନ୍‌ବିଲ୍ଟ ଏଣ୍ଟରଟେନମେଣ୍ଟ ସ୍କ୍ରିନ୍, ଫ୍ରି ୱାଇ-ଫାଇ, ସିଟ୍‌ରେ ଚାର୍ଜିଂ ପୋର୍ଟ, ହଟ୍ ବେଭରେଜ୍ ସହ ଶାୱର୍ମା ଏବଂ ବସ୍ ଭିତରେ ୱାଶରୁମ୍। କେରଳ ସରକାରଙ୍କ ନୂଆ ପ୍ରିମିୟମ୍ ବସ୍ ସେବା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ।

କେରଳ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍—KSRTC ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରିମିୟମ୍ ବସ୍ ସେବା ତିରୁବନନ୍ତପୁରମ୍‌ରୁ କୋଚି ମଧ୍ୟରେ ଯାତ୍ରୀଙ୍କୁ ଏକ ନୂଆ ଅନୁଭୂତି ଦେଉଛି। ରୁଟ୍ ଅନୁସାରେ ପ୍ରାୟ ୨୦୦ରୁ ୨୨୭ କିଲୋମିଟର ଯାତ୍ରା କରୁଥିବା ଏହି ବସ୍‌ରେ ରହିଛି ଅନେକ ହାଇଏଣ୍ଡ୍ ସୁବିଧା।

ଜଣେ ବ୍ଲଗର ସୋସିଆଲ୍ ମିଡିଆରେ ଶେୟାର କରିଥିବା ଏକ ଭିଡିଓରେ ବସ୍‌ର ପ୍ରିମିୟମ୍ ଇଣ୍ଟେରିୟର ଓ ସୁବିଧାଗୁଡ଼ିକର ଝଲକ ଦେଖାଇଛନ୍ତି। ଭିଡିଓରେ ସେ କହୁଛନ୍ତି—ବିଜନେସ୍ କ୍ଲାସ୍‌ର ଅନୁଭୂତି ଏବେ କେବଳ ଅନ୍ତର୍ଜାତୀୟ ବିମାନରେ ସୀମିତ ନୁହେଁ, କେରଳର KSRTC ବସ୍‌ରେ ମଧ୍ୟ ଏହା ମିଳୁଛି।

ଯାତ୍ରୀଙ୍କ ପାଇଁ ରହିଛି ଆରାମଦାୟକ ଲେଦର୍ ସିଟ୍। ପ୍ରତ୍ୟେକ ସିଟ୍ ସହ ଇଣ୍ଡିଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସ୍କ୍ରିନ୍ ରହିଛି। ଏହାସହ ମାଗଣା ୱାଇ-ଫାଇ ଏବଂ ସିଟ୍‌ରେ ଚାର୍ଜିଂ ପୋର୍ଟ ମଧ୍ୟ ଦିଆଯାଇଛି।

ଯାତ୍ରା ସମୟରେ ଯାତ୍ରୀଙ୍କ ସହାୟତା ପାଇଁ ହୋଷ୍ଟେସ୍‌ଙ୍କ ବ୍ୟବସ୍ଥା ରହିଛି। ହଟ୍ ବେଭରେଜ୍ ସହ ଶାୱର୍ମା ରୋଲ୍ ଭଳି ରିଫ୍ରେସମେଣ୍ଟ ମଧ୍ୟ ପରିବେଷଣ କରାଯାଉଛି। ତେବେ ସବୁଠାରୁ ଅଧିକ ନଜର କାଢ଼ିଛି ବସ୍ ଭିତରେ ଥିବା ୱାଶରୁମ୍। ଦୀର୍ଘ ଯାତ୍ରା ସମୟରେ ଯାତ୍ରୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ଼ ସୁବିଧା।

ଏହି ବସ୍‌ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଯାତ୍ରୀଙ୍କ ସୁବିଧା ଓ ଆରାମକୁ ନେଇ ଚର୍ଚ୍ଚା ବଢ଼ିଛି। ଇଣ୍ଡିଆନ୍ ରେଲୱେଜ୍‌ର ଚିଫ୍ ପ୍ରୋଜେକ୍ଟ ମ୍ୟାନେଜର୍ ଅନନ୍ତ ରୁପନାଗୁଡ଼ି ମଧ୍ୟ ଏହି ଭିଡିଓକୁ ଶେୟାର କରି ସେବାର ପ୍ରଶଂସା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।