Business: ‘କୁଣ୍ଡାଇବା’ ବ୍ୟବସାୟ; ମାସିକ ଆୟ ୧୪ ଲକ୍ଷ!

Sep 12, 2026 - 07:07
Business: ‘କୁଣ୍ଡାଇବା’ ବ୍ୟବସାୟ; ମାସିକ ଆୟ ୧୪ ଲକ୍ଷ!

"ଆପଣ କେବେ ଭାବିଛନ୍ତି ଯେ କାହାର ପିଠି କୁଣ୍ଡାଇ ଆପଣ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ?

କିନ୍ତୁ ଚୀନର ଜଣେ ଯୁବ ଉଦ୍ୟୋଗୀ ଏହାକୁ ସତ କରି ଦେଖାଇଛନ୍ତି।

ଏହି ଉଦ୍ୟୋଗୀଙ୍କ ନାମ ଝାଙ୍ଗ୍‌ ଜିଆକ୍ବିଆ।

ସେ ଗତ ମେ ମାସରେ ସେନ୍‌ଜେନ୍ ସହରରେ "ସୁମା" ନାମକ ଏକ ବ୍ରାଣ୍ଡ୍ ଅଧୀନରେ ଆରମ୍ଭ କରିଛନ୍ତି ପେସାଦାର "କୁଣ୍ଡାଇବା" ସେବା।

ଏଠାରେ ସ୍ପା ବା ମସାଜ୍ ପାର୍ଲର ଭଳି ଶାନ୍ତ ପରିବେଶରେ ଗ୍ରାହକଙ୍କୁ ଶୁଆଇ ଦିଆଯାଏ।

ତାଲିମପ୍ରାପ୍ତ କର୍ମଚାରୀମାନେ କୃତ୍ରିମ ନଖ ଲଗାଇ ଗ୍ରାହକଙ୍କ ଶରୀରର ବିଭିନ୍ନ ଅଂଶକୁ କୁଣ୍ଡାଇଥାନ୍ତି।

ଗ୍ରାହକମାନଙ୍କ ଇଚ୍ଛା ଅନୁସାରେ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ଜାଗାରେ କୁଣ୍ଡାଇବା ଜାରି ରଖନ୍ତି।

ଏହି ସେବା ପାଇଁ ଘଣ୍ଟାକୁ ୩୦୦ ୟୁଆନ୍ (ପ୍ରାୟ ୪,୨୦୦ ଟଙ୍କା) ଦେବାକୁ ପଡୁଛି।

ଏହା ପରେ ଅଧିକାଂଶ ଗ୍ରାହକ ଚାପମୁକ୍ତ ଅନୁଭବ କରିବା ସହିତ ଭଲ ନିଦ ହେଉଥିବାର ପ୍ରକାଶ କରୁଛନ୍ତି।Advertisment Editorial: ଆଶା ଓ ଆକାଶ: ଶୀତଳ ଭଣ୍ଡାରରେ ବନ୍ଦୀ ଶୀତଳ ଶୃଙ୍ଖଳ ଉଲ୍ଲେଖଯୋଗ୍ୟ ଯେ ଏଭଳି ଏକ ନିଆରା ବ୍ୟବସାୟ ଆରମ୍ଭ କରିବାର ବିଚାର ତାଙ୍କୁ ଏକ ଭିଡିଓରୁ ମିଳିଥିଲା।

ଝାଙ୍ଗ୍ ଏକ ଭିଡିଓ ଦେଖିଥିଲେ, ଯେଉଁଥିରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପିଠି କୁଣ୍ଡାଉଥିଲେ।

ଭିଡିଓର କମେଣ୍ଟ ବକ୍ସରେ ଅନେକ ଲୋକ ଲେଖିଥିଲେ ଯେ କେହି ଜଣେ ପିଠି କୁଣ୍ଡାଇଦେଲେ ସେମାନେ ଟଙ୍କା ଦେବାକୁ ପ୍ରସ୍ତୁତ।

ଝାଙ୍ଗ୍‌ ଏହି କଥାକୁ ବାସ୍ତବ ରୂପ ଦେବା ଲାଗି କୁଣ୍ଡାଇବା କେନ୍ଦ୍ର ଆରମ୍ଭ କଲେ।

ଇତିମଧ୍ୟରେ ଏହାର ଚାହିଦା ଖୁବ୍ ବଢ଼ିଯାଇଛି।

ଝାଙ୍ଗ୍‌ ଏବେ ଏହି ବ୍ୟବସାୟରୁ ମାସକୁ ପ୍ରାୟ ୧ ଲକ୍ଷ ୟୁଆନ୍‌ (ପ୍ରାୟ ୧୪ ଲକ୍ଷ ଟଙ୍କା) ଆୟ କରୁଛନ୍ତି।

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।