Cabinet: କ୍ୟାବିନେଟ୍ରେ ୧୬ ପ୍ରସ୍ତାବ ପାରିତ: ସହରାଞ୍ଚଳ ବର୍ଷାଜଳ ପରିଚାଳନା ପାଇଁ ୫୦୦ କୋଟି
"ଭୁବନେଶ୍ବର: ରାଜ୍ୟରେ ସହରୀକରଣ ବଢ଼ିଚାଲିଛି।
ତାହା ସହ ତାଳ ଦେଇ ସହରୀ ବନ୍ୟା ଏବେ ବଡ଼ ଚିନ୍ତାର କାରଣ ପାଲଟିଛି।
ଜଳ ନିଷ୍କାସନ ଭିତ୍ତିଭୂମି ଠିକ୍ ନଥିବାରୁ ବାରମ୍ବାର ଜଳବନ୍ଦି ସମସ୍ୟା ସୃଷ୍ଟି ହେବା ସହ ଜନସ୍ବାସ୍ଥ୍ୟ ସମସ୍ୟା ବି ଦେଖାଦେଉଛି।
ଏହାକୁ ଦୃଷ୍ଟିରେ ରଖି ବର୍ଷାଜଳ ପରିଚାଳନାକୁ ସୁଦୃଢ଼ କରିବା ପାଇଁ "ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟକ୍ରମ" ପ୍ରସ୍ତାବ ଆଜି କ୍ୟାବିନେଟ୍ରେ ପାରିତ ହୋଇଛି।
ଏଥି ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଚଳିତ ଆର୍ଥିକ ବର୍ଷରୁ ୨୦୩୦-୩୧, ପାଞ୍ଚ ବର୍ଷର ଅବଧି ମଧ୍ୟରେ ଏହା କାର୍ଯ୍ୟକାରୀ ହେବ।
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ୪୮ତମ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ପାରିତ ହୋଇଥିଲା।
ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ନିଷ୍ପତ୍ତି ଅନୁଯାୟୀ "ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟକ୍ରମ" ଯୋଜନାରେ ସମସ୍ତ ପୌରପାଳିକା ଓ ମନୋନୀତ ବ୍ଲକ ମୁଖ୍ୟାଳୟଗୁଡ଼ିକୁ ସାମିଲ କରାଯିବ।
ଏହି ଯୋଜନାରେ ପଙ୍କ ଉଦ୍ଧାର, ବର୍ଷାଜଳ ନିଷ୍କାସନ ପାଇଁ ଆରସିସି ନାଳ ନିର୍ମାଣ, ନାଳ ଘୋଡ଼ାଇବା, ପ୍ରାକୃତିକ ଜଳନିଷ୍କାସନ ଉତ୍ସଗୁଡ଼ିକର ପୁନରୁଦ୍ଧାର ଓ ଜଳାଶୟଗୁଡ଼ିକ ସହ ସଂଯୋଗୀକରଣ ଭଳି ପଦକ୍ଷେପ ନିଆଯିବ।
ଏହି ଯୋଜନା ମାଧ୍ୟମରେ ସହରାଞ୍ଚଳରେ ଜଳବନ୍ଦି ସମସ୍ୟା ହ୍ରାସ ପାଇବା ସହ ଜଳ ନିଷ୍କାସନ କ୍ଷମତାରେ ସୁଧାର ଅଣାଯାଇପାରିବ ବୋଲି ସରକାର ଆଶାପ୍ରକଟ କରିଛନ୍ତି।
Advertisment SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା କ୍ୟାବିନେଟ୍ରେ ୧୬ ପ୍ରସ୍ତାବ ପାରିତ, ୪୫୦ କୋଟିର ଦକ୍ଷତା ବିକାଶ ଯୋଜନାରେ ମୋହର "ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ" ଯୋଜନା ଅଧୀନରେ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ ନବମ, ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ (ଅନୁସୂଚିତ ଜାତି ଓ ଜନଜାତି ବାଦ୍) ମାଗଣା ପାଠ୍ୟପୁସ୍ତକ ପ୍ରଦାନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।
ଏହି ଯୋଜନା ପାଞ୍ଚବର୍ଷ ପାଇଁ କାର୍ଯ୍ୟକାରୀ ହେବ।
ଏଥିରେ ପ୍ରାୟ ୨୮.୭୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ୨୮୪.୦୭ କୋଟି ଟଙ୍କା ବ୍ୟୟ ହେବ।
ଏହା ଦ୍ବାରା ଗୁଣାତ୍ମକ ଶିକ୍ଷାରେ ସମାନ ସୁଯୋଗ ଉପଲବ୍ଧ ହେବା ସହ ଆର୍ଥିକ ଦୁର୍ବଳ ପରିବାରଙ୍କ ଉପରେ ପାଠ୍ୟପୁସ୍ତକ କ୍ରୟଜନିତ ଆର୍ଥିକ ବୋଝ ହ୍ରାସ ପାଇବ।
ପ୍ରତ୍ୟେକ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସମସ୍ତ ବିଦ୍ୟାଳୟକୁ ପାଠ୍ୟପୁସ୍ତକ ଯୋଗାଣ ସୁନିଶ୍ଚିତ କରାଯିବ।
Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ ୪୫୦ କୋଟି ଟଙ୍କା ବ୍ୟୟ ଅଟକଳରେ "ଦକ୍ଷତା ବିକାଶ ଯୋଜନା"କୁ ଆଜି କ୍ୟାବିନେଟ୍ ଅନୁମୋଦନ ମିଳିଛି।
ଏହି ଅର୍ଥ ୨୦୨୬-୨୭ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଖର୍ଚ୍ଚ ହେବ।
ଏଥିରେ ୪.୨୦ ଲକ୍ଷ ଯୁବକଯୁବତୀ ଶିଳ୍ପ ଆବଶ୍ୟକତା ଅନୁରୂପ ଦକ୍ଷତା ପ୍ରଶିକ୍ଷଣ ପାଇବେ।
ସେମାନଙ୍କୁ ବିଦେଶ ନିଯୁକ୍ତିରେ ସହାୟତା କରାଯିବ।
ଜାତୀୟ ଶିକ୍ଷା ନୀତି-୨୦୨୦ର ଉଦ୍ଦେଶ୍ୟ ଅନୁଯାୟୀ ଉଚ୍ଚଶିକ୍ଷା ସହିତ ଦକ୍ଷତା ବିକାଶକୁ ସମନ୍ବିତ କରିବା ଏହି ଯୋଜନାର ଏକ ମୁଖ୍ୟ ଲକ୍ଷ୍ୟ।
ଏଥି ପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ "ସ୍କିଲ୍ ହବ୍" ସ୍ଥାପନ କରାଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷା କାର୍ଯ୍ୟକ୍ରମ ସହିତ ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମ ପ୍ରଦାନ କରାଯିବ।
ଆନ୍ତର୍ଜାତିକ ଶ୍ରମବଜାରରେ ଦକ୍ଷ ମାନବ ସମ୍ବଳର ଚାହିଦାକୁ ଦୃଷ୍ଟିରେ ରଖି ଏହି ଯୋଜନା ଅଧୀନରେ ଓଡ଼ିଶାରେ ବିଦେଶ ନିଯୁକ୍ତି ପଦକ୍ଷେପକୁ ବ୍ୟାପକ କରାଯିବ।
ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି।
ଏହା ଅଧୀନରେ ୪୦ ଜଣ ଫେଲୋଙ୍କୁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯିବ, ଯେଉଁମାନେ କି ଶିଳ୍ପ ସହଭାଗିତା କାର୍ଯ୍ୟରେ ସହଯୋଗ କରିବେ।
ମାର୍କଫେଡ୍ ଓ ରାଜ୍ୟ ବିହନ ନିଗମକୁ ୪ ବର୍ଷ ପାଇଁ ୧୩୬୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ଯୋଗାଣ ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ ହୋଇଛି।
ମାର୍କଫେଡ୍କୁ ୯୬୦ କୋଟି ଓ ବିହନ ନିଗମକୁ ୪୦୦ କୋଟି ଟଙ୍କା ପ୍ରଦାନ କରାଯିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।