CAG: ସୁନ୍ଦରଗଡ଼ ଡିଏମ୍ଏଫ୍ରେ ଅନିୟମିତତା ଧରିଲେ ସିଏଜି: ଖଣି ପ୍ରଭାବିତଙ୍କ ଟଙ୍କାରେ ଜିଲ୍ଲାପାଳଙ୍କ ରିଡିଂ ରୁମ୍
"ସୁନ୍ଦରଗଡ଼/କୋଇଡ଼ା: ଖଣି ଖନନରେ ଭିଟାମାଟି, ଜମି, ଜୀବନଜୀବିକା ହରାଇଥିବା ଲୋକଙ୍କ ବିକାଶ ପାଇଁ ଟଙ୍କା ଆସିଥିଲା।
ଲକ୍ଷ୍ୟ ଥିଲା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଖଣି ପ୍ରଭାବିତ ଅଞ୍ଚଳର ଜୀବନଧାରାରେ ପରିବର୍ତ୍ତନ ଆଣିବା।
ହେଲେ ଖଣି ପ୍ରଭାବିତଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାରେ ଜିଲ୍ଲାପାଳଙ୍କ ବାସଭବନର ପାଠାଗାର ମରାମତି ଓ ଉଦ୍ଘାଟନ, ପୌରପାଳିକା କାର୍ଯ୍ୟାଳୟର ନବୀକରଣ, ପୁଲିସ ପାଟ୍ରୋଲିଂ ଗାଡ଼ିକିଣା, ବିଦ୍ୟାଳୟ କାର୍ଯ୍ୟକ୍ରମ କରାଯାଇଛି।
ସିଏଜିଙ୍କ ସଦ୍ୟ ପ୍ରକାଶିତ ଅଡିଟ୍ ରିପୋର୍ଟ ଏଭଳି ସାଂଘାତିକ ଚିତ୍ର ସାମନାକୁ ଆଣିଛି।Advertisment Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍ ୨୦୧୫-୧୬ରୁ ଏଯାଏଁ ସୁନ୍ଦରଗଡ଼ ଜିଲ୍ଲାରେ ଖଣି ଲିଜ୍ଧାରୀଙ୍କଠାରୁ ଡିଏମ୍ଏଫ୍ ପାଇଁ ୯୫୦୭ କୋଟି ଟଙ୍କା ଆଦାୟ ହୋଇଥିଲା।
ଏଥିରୁ ୧୩୧୩୫ କୋଟି ଟଙ୍କାର ପ୍ରକଳ୍ପ ଆବଣ୍ଟିତ ହୋଇଛି।
କିନ୍ତୁ ଅନେକ ସ୍ଥାନରେ ପାଣ୍ଠିର ବ୍ୟବହାର ଉଦ୍ଦେଶ୍ୟ ବହିର୍ଭୂତ ହୋଇଥିବା ଦର୍ଶାଇଛି ଅଡିଟ୍।
ସୁନ୍ଦରଗଡ଼ ଡିଏମ୍ଏଫ୍ର ମୋଟ ୯୯.୮୧ କୋଟି ଟଙ୍କାର ପ୍ରଶାସନିକ ଖର୍ଚ୍ଚ ମଧ୍ୟରୁ ୨୫.୦୧ କୋଟି ଟଙ୍କା ଅନ୍ୟ କାର୍ଯ୍ୟରେ ଅନିୟମିତ ଭାବେ ବ୍ୟବହାର ହୋଇଥିବା ସିଏଜି ଦର୍ଶାଇଛନ୍ତି।
ଏଥିରେ ରାଉରକେଲା ଏସ୍ପିଙ୍କୁ ୨୫ଟି ପାଟ୍ରୋଲିଂ ଗାଡ଼ି କିଣିବା ପାଇଁ ୪.୬୩ କୋଟି ଟଙ୍କା ଦିଆଯାଇଥିଲା।
ଆପତ୍ତି ପରେ ଏହି ଟଙ୍କା ଫେରସ୍ତ କରାଯାଇଥିଲେ ମଧ୍ୟ ୨୨.୫୩ ଲକ୍ଷ ସୁଧ ଫେରସ୍ତ ହୋଇନଥିବା ଅଡିଟ୍ରେ ଦର୍ଶାଯାଇଛି।
କୋଭିଡ୍ ସମୟରେ ଡିଏମ୍ଏଫ୍ରୁ ୬୨ ଜଣ ଡାକ୍ତର, ଅନ୍ୟ ନିୟମିତ ତଥା ଠିକା କର୍ମଚାରୀଙ୍କୁ ୨.୬୫ କୋଟି ଟଙ୍କାର ପ୍ରୋତ୍ସାହନ ଦିଆଯାଇଥିଲା।
ଏ ନେଇ ସିଏଜି ଆପତ୍ତି କରିଛନ୍ତି।
ଏହି ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ହେବା ଉଚିତ ଥିଲା ବୋଲି କହିଛନ୍ତି।
ସେହିପରି ଖଣି ଓ ଶିଳ୍ପ ସଂସ୍ଥାର ୪୪,୧୨୦ ଜଣ ଶ୍ରମିକଙ୍କୁ ପିପିଇ କିଟ୍ ଯୋଗାଣରେ ୫୯.୧୩ କୋଟି ଟଙ୍କା ଖର୍ଚ୍ଚରେ ମଧ୍ୟ ସିଏଜି ଆପତ୍ତି ଉଠାଇ ତାହା ଖଣି ଓ ଶିଳ୍ପ ସଂସ୍ଥା ବହନ କରିବା କଥା ବୋଲି କହିଛନ୍ତି।
ରାଉରକେଲା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ ପାଇଁ ଡିଏମ୍ଏଫ୍ରୁ ୧୩୬.୭୭ କୋଟି ଟଙ୍କା ଦିଆଯାଇଥିଲା।
ଡିଏମ୍ଏଫ୍ ଅର୍ଥରେ ଏହି ଷ୍ଟାଡିୟମ୍ କରାଯିବାକୁ ସିଏଜି ଅନିୟମିତତା ବୋଲି ଦର୍ଶାଇଛନ୍ତି।
Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା ବିନା ଅନୁମୋଦନରେ ୨ ଶହ କୋଟିର ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବାବେଳେ ସୁନ୍ଦରଗଡ଼ରେ ୧.୩୨ କୋଟିରେ କିଣା ହୋଇଥିବା ଚିକିତ୍ସା ଉପକରଣ କାମରେ ଲାଗୁ ନାହିଁ।
୧୧.୧୮ କୋଟିର ମେଗା ମହୁ ଉତ୍ପାଦନ ପ୍ରକଳ୍ପ ଫେଲ୍ ମାରିଥିବାବେଳେ ସୁନ୍ଦରଗଡ଼ର ୪୩ଟି ଗାଁରେ ୧୧.୫୯ କୋଟିର ସୌରଚାଳିତ ଆଲୋକୀକରଣ ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ଅଚଳ।
କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯୭୬ଟି ଖଣି ପ୍ରଭାବିତ ନଥିବା ଗାଁରେ ୯୮୩.୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା, ୪୮୮ଟି ସିଧାସଳଖ ପ୍ରଭାବିତ ଗାଁ ଓ ୯୬ଟି ପରୋକ୍ଷ ପ୍ରଭାବିତ ଗାଁରେ ଗୋଟିଏ ବି ଡିଏମ୍ଏଫ୍ ପ୍ରକଳ୍ପ ହୋଇନଥିବା ସିଏଜି ଦର୍ଶାଇଛନ୍ତି।
ଅର୍ଥାତ ଖଣି ଯେଉଁ ଅଞ୍ଚଳର ମାଟି, ପାଣି, ଜଙ୍ଗଲ ଓ ଜୀବନକୁ ପ୍ରଭାବିତ କରିଛି, ସେହି ଅଞ୍ଚଳର ଲୋକଙ୍କ ପାଖକୁ ଡିଏମ୍ଏଫ୍ର ଟଙ୍କା କେତେ ପହଞ୍ଚିଲା ତାହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।
ସିଏଜି ଏହି ପାଣ୍ଠିର ଯୋଜନା, ଅଞ୍ଚଳ ଚୟନ ଓ ଖର୍ଚ୍ଚ ପ୍ରକ୍ରିୟା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।