Earth Again Conference 2026:‘ଆମକୁ ପ୍ରାକୃତିକ ଚାଷକୁ ପ୍ରାଥମିକତା ଦେବାକୁ ପଡ଼ିବ’
"ଭୁବନେଶ୍ବର: ଆମ ଚାରିପାର୍ଶ୍ବରେ ଖାଦ୍ୟ ନୁହେଁ; ବରଂ ଔଷଧ ବଜାର ବଢ଼ୁଛି।
ଏହି ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆମକୁ ପ୍ରାକୃତିକ ଚାଷକୁ ପ୍ରାଥମିକତା ଦେବାକୁ ପଡ଼ିବ।
ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସଜି ସଭାଗୃହରେ ଭିଲାମାର୍ଟର ପ୍ରତିଷ୍ଠାତା ଡକ୍ଟର ରମେଶ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି।
Advertisment ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ଶନିବାର ଶ୍ରୀ ବିଶ୍ବାଳ କହିଛନ୍ତି, ଖରାପ ଓ ରାସାୟନିକ ଖାଦ୍ୟ ଯୋଗୁଁ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି, ଯାହା ଫଳରେ ଖାଦ୍ୟ ବଜାର ଅପେକ୍ଷା ଏବେ ମେଡିସିନ୍ ବଜାର ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ରାସାୟନିକ ସାରର ବ୍ୟବହାର ମାଟି, ପାଣି ଏବଂ ପବନକୁ ପ୍ରଦୂଷିତ କରି ସମଗ୍ର ଜଳବାୟୁ ଉପରେ ଗମ୍ଭୀର ପ୍ରଭାବ ପକାଉଛି।
ଏଥିରୁ ରକ୍ଷା ପାଇବା ପାଇଁ ପୂର୍ବଭଳି ପ୍ରାକୃତିକ ଚାଷ ପଦ୍ଧତି ଆପଣାଇବା ଏକାନ୍ତ ଜରୁରୀ।
ଗ୍ରାହକମାନେ କେବଳ ଚମକଦାର ପ୍ୟାକେଟ୍ ଖାଦ୍ୟ ପଛରେ ନଗୋଡ଼ାଇ ପ୍ରାକୃତିକ ଉତ୍ପାଦ ଗ୍ରହଣ କରି ଚାଷୀଙ୍କୁ ଉତ୍ସାହିତ କରିବା ଆବଶ୍ୟକ।
ଏହା ସହିତ ଧାନ ନଡ଼ାକୁ ନଷ୍ଟ ନକରି ପାଳଛତୁ ଚାଷ ଭଳି ଲାଭଜନକ କାର୍ଯ୍ୟରେ ସଠିକ୍ ଉପଯୋଗ କରିବା ଉଚିତ, ଯାହାର ଚାହିଦା ରାଜ୍ୟ ତଥା ଦେଶ ବାହାରେ ମଧ୍ୟ ପ୍ରଚୁର ରହିଛି।
ଫଟୋରେ "ପୁନଶ୍ଚ ପୃଥିବୀ"ର ଝଲକ ସେ କହିଛନ୍ତି ଯେ, ସମାଜରେ ସ୍ୱାସ୍ଥ୍ୟକର ଖାଦ୍ୟ (ଯେପରିକି ମାଣ୍ଡିଆ/ମିଲେଟ୍, ଡାଲି, ଚାଉଳ ଓ ପନିପରିବା) ର ବ୍ୟବହାର କମିଯାଇଛି।
ଏହାକୁ ପୁଣି ଫେରାଇ ଆଣିବା ଏବଂ ପରିବେଶ-ଅନୁକୂଳ ପ୍ୟାକେଜିଂ ବ୍ୟବହାର କରିବା ପାଇଁ ସେମାନେ ଉତ୍ସାହିତ କରୁଛନ୍ତି।
ସ୍ୱାସ୍ଥ୍ୟକର ଓ ବିନା ପ୍ରିଜରଭେଟିଭ୍ରେ ତିଆରି ଖାଦ୍ୟ ସାମଗ୍ରୀକୁ ବଜାର ଓ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ 'ଭିଲାମାର୍ଟ' ସାହାଯ୍ୟ କରୁଛି।
ଖାଦ୍ୟ କେମିତି ତିଆରି ହେଉଛି ଏବଂ କେଉଁମାନେ ଏଥିରେ ଜଡ଼ିତ ଅଛନ୍ତି, ତାହା ଗ୍ରାହକଙ୍କୁ ଜଣାଯାଉଛି।
ଏହାଦ୍ୱାରା ଉତ୍ପାଦକମାନଙ୍କୁ ସୁନାମ ଓ ସ୍ୱୀକୃତି ମିଳୁଛି ଏବଂ ସେମାନେ ଉତ୍ସାହିତ ହେଉଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।