Cannabis Smuggled From Phulbani to West Bengal: ଫୁଲବାଣୀରୁ ପଶ୍ଚିମବଙ୍ଗ ଚାଲାଣ, ମୟୂରଭଞ୍ଜରେ ଜବତ ହେଲା ୧୭୦ କେଜି ଗଞ୍ଜେଇ
ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ମାଡି଼ ବସିଲା ପୋଲିସ୍।
ଦେଢ କ୍ୱିଣ୍ଟାଲ ଗଞ୍ଜେଇ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ କରାଯାଇଛି।
ଫୁଲବାଣୀରୁ ମୟୂରଭଞ୍ଜ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ।
ଖବର ପାଇ ବାରିପଦାର ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପଛପଟ ରାସ୍ତାରେ ଏକ ଚଢ଼ାଉ କରିଥିଲା ପୋଲିସ୍।
ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରକୁ ଅଟକାଇ ଯାଞ୍ଚ କରାଯାଇଥିଲା।
Advertisment ଯାଞ୍ଚ ବେଳେ କାରରୁ ୧ କ୍ୱିଣ୍ଟାଲ ୭୦ କେଜି ଗଞ୍ଜେଇ, ନଗଦ ୧୬ ଲକ୍ଷ ଟଙ୍କା ଜବତ ହୋଇଛି।
ଜବତ ଗଞ୍ଜେଇର ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।
ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଭଞ୍ଜପୁର ନିବାସୀ ରାକେଶ କୁମାର ପରିଡ଼ା, ବୈଶିଙ୍ଗା ଅଞ୍ଚଳର ଜଗନ ମହାଳିକ ଏବଂ ପଶ୍ଚିମବଙ୍ଗର ଶ୍ରୀକାନ୍ତ ବେଜ୍।
ଗଞ୍ଜେଇ ଚାଲାଣ ବେଳେ ମାଡି଼ ବସିଲା ପୋଲିସ୍ ଦେଢ କ୍ୟୁଣ୍ଟାଲ ଗଞ୍ଜେଇ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ ଫୁଲବାଣୀରୁ ପଶ୍ଚିମବଙ୍ଗକୁ ହେଉଥିଲା ଗଞ୍ଜେଇ ଚାଲାଣ ବାରିପଦାର ଲକ୍ଷ୍ମୀପୋଷିଠାରେ ଚଢାଉ କରିଥିଲା ପୋଲିସ୍ ୩ଜଣଙ୍କୁ ଗିରଫ କରି ପୋଲିସର ତଦନ୍ତ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।