Capital Blockaded: ରାଜଧାନୀକୁ ରୁନ୍ଧିଦେଲେ: ସହର ସାରା ଟ୍ରାଫିକ୍ ଜାମ୍
"ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଆଜି ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଥିବା କିଛି ବିକ୍ଷୋଭ ପୂରା ସହରକୁ ରୁନ୍ଧି ପକାଇଥିଲା।
ସବୁଆଡ଼େ ଟ୍ରାଫିକ୍ ଭିଡ଼ ଦେଖିବାକୁ ମିଳିଥିଲା।
ରସୁଲଗଡ଼ରୁ ସାମନ୍ତରପୁର, ଖଣ୍ଡଗିରିରୁ ବାଣୀବିହାର ଓ ସହର ଭିତରର ସବୁ ରାସ୍ତାରେ ଲୋକେ ଟ୍ରାଫିକ୍ ଭିଡ଼ରେ ଫସି ଅଣନିଶ୍ବାସୀ ହୋଇପଡ଼ିଥିଲେ।
ବିଶେଷକରି ଜନପଥ ସମେତ ସହର ଭିତରକୁ ଲମ୍ବିଥିବା ସମସ୍ତ ପ୍ରମୁଖ ରାସ୍ତାରେ ନାହିଁ ନଥିବା ଭିଡ଼ରେ ଲୋକେ କଲବଲ ହୋଇଯାଇଥିଲେ।
ଟ୍ରାଫିକ୍ ଭିଡ଼କୁ ବଳେଇ ପଡ଼ିଥିଲା ଅସମ୍ଭାଳ ଗୁଳୁଗୁଳି।
ସ୍ଥିତି ଏମିତି ହୋଇଥିଲା ଯେମିତିକି ସହରରେ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ପୁଲିସ ନାହିଁ।
ରାଜନୈତିକ ବିକ୍ଷୋଭ କାରଣରୁ ଏଭଳି ଭିଡ଼ ହୋଇଥିବାରୁ ପୁଲିସ ବି ଏକପ୍ରକାର ଅସହାୟ ହୋଇପଡ଼ିଥିଲା।
ଟ୍ରାଫିକ୍ ନିୟନ୍ତ୍ରଣରେ ନିୟୋଜିତ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ନାକେଦମ୍ ହୋଇପଡ଼ିଥିଲେ।
ବଡ଼ କଥା ହେଉଛି, ଆଜି ବିଧାନସଭା ଅଧିବେଶନ ଶେଷ ହୋଇଯିବା ସୂଚନା ପାଇ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଲୋୟର୍ ପିଏମ୍ଜିରେ ଧାରଣା ଆୟୋଜନ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଭୁଶୁଡ଼ାଇ ଦେଇଥିଲା।
ବେଆଇନ ପାର୍କିଂ ଓ ରଙ୍ଗ୍ ରୁଟ୍ ଡ୍ରାଇଭିଂ ଆଜି ଏହି ଭିଡ଼କୁ ବହୁଗୁଣିତ କରିଦେଇଥିଲା।
Advertisment Keonjhar Mine: ଫାଇନାଲ୍ରେ କେନ୍ଦୁଝର ମାଇନର୍ସ ଆଜି ବିଜେଡି ପକ୍ଷରୁ ଏମ୍ଏମ୍ଡିଆର୍ ବିରୋଧରେ ଲୋୟର ପିଏମ୍ଜିରେ ବଡ଼ଧରଣର ସମାବେଶ ଆୟୋଜନ କରାଯାଇଥିଲା।
ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେଉଥିବାରୁ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରୁ ହଜାର ହଜାର ଲୋକଙ୍କୁ ଆଣି ଧାରଣାସ୍ଥଳରେ ଏକାଠି କରାଇଥିଲେ।
ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ବ କର୍ମୀଙ୍କ ସମାଗମ ହୋଇଥିଲା।
ଏଥିପାଇଁ ସକାଳୁ ହିଁ ବସ୍ ଓ ବୋଲେରୋରେ କର୍ମୀମାନେ ଧାରଣାସ୍ଥଳକୁ ବୁହା ହୋଇଥିଲେ।
ଫଳରେ ପୂର୍ବାହ୍ଣ ୧୦ଟା ବେଳକୁ ମାଷ୍ଟରକ୍ୟାଣ୍ଟିନ୍ ଓ ଆଖପାଖ ଅଞ୍ଚଳରେ ଭିଡ଼ ଜମିଯାଇଥିଲା।
ଅଫିସ୍ ଟାଇମ୍ ହୋଇଥିବାରୁ ଲୋକେ କାର୍ଯ୍ୟାଳୟକୁ ବାହାରିଥିଲେ।
ତେଣୁ ବାଣୀବିହାରଠୁ ଆରମ୍ଭ କରି କଂଗ୍ରେସ ଭବନ, ରାମ ମନ୍ଦିର ଛକ, ଏଜି ଛକ, କେଶରୀ ଟକିଜ୍ ରାସ୍ତାରେ ଅସମ୍ଭାଳ ଭିଡ଼ ହୋଇଯାଇଥିଲା।
ବିକ୍ଷୋଭସ୍ଥଳକୁ ଆସିଥିବା ଗାଡ଼ିଗୁଡ଼ିକ ବିଭିନ୍ନ ଜାଗାରେ ପାର୍କିଂ କରିବା ଯୋଗୁଁ ମଧ୍ୟ ରାସ୍ତାରେ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସହର ଭିତରେ ଗାଡ଼ି ଚଳାଚଳ ଏକପ୍ରକାର ଠପ୍ ହୋଇଯିବାରୁ ଏନ୍ଏଚ୍ରେ ମଧ୍ୟ ଗାଡ଼ିଗୁଡ଼ିକ ଜାମ୍ରେ ଫସିଥିଲା।
ବରମୁଣ୍ଡା, ରସୁଲଗଡ଼ ଦେଇ ସହର ଭିତରକୁ ପଶୁଥିବା ଯାନବାହନ ବହୁ ସମୟ ଧରି ଭିଡ଼ରେ ଫସିରହିଥିଲେ।
ନବୀନ ପଟ୍ଟନାୟକ ବିକ୍ଷୋଭସ୍ଥଳରୁ ଫେରିବା ପରେ ବିଜେଡି କର୍ମୀମାନେ ବିଧାନସଭାକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ।
ଏଣୁ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।
ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା ପୁଲିସ ବିକ୍ଷୋଭକାରୀମାନଙ୍କୁ ଉଠାଇ ନେଇଥିଲା।
ତେଣୁ ଅପରାହ୍ଣ ପ୍ରାୟ ୩ଟା ପର୍ଯ୍ୟନ୍ତ ସହର ଭିତରେ ରାସ୍ତାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।
ବିଜେଡି ବିକ୍ଷୋଭ ପରେ ପରେ ଏଆଇଡିଏସ୍ଓ, ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଓ ଓଡ଼ିଆ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।