Capital Hospital: କ୍ୟାପିଟାଲ ହସ୍ପିଟାଲ୍‌: ଫେରୁଛନ୍ତି କର୍କଟ ରୋଗୀ, ୧୫ ବେଡ୍‌ରେ ଦିନକୁ ୫୦ରୁ ଅଧିକ କେମୋଥେରାପି

Sep 25, 2026 - 08:34
Capital Hospital: କ୍ୟାପିଟାଲ ହସ୍ପିଟାଲ୍‌: ଫେରୁଛନ୍ତି କର୍କଟ ରୋଗୀ, ୧୫ ବେଡ୍‌ରେ ଦିନକୁ ୫୦ରୁ ଅଧିକ କେମୋଥେରାପି

"ଭୁବନେଶ୍ୱର: ରାଜଧାନୀରେ କର୍କଟ ରୋଗୀଙ୍କ ପାଇଁ ଉନ୍ନତ ଓ ସୁବିଧାଜନକ ଚିକିତ୍ସା ବ୍ୟବସ୍ଥାର ଆଶା ଦେଖାଇଥିବା କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର କ୍ୟାନସର ୟୁନିଟ୍‌ ଆଶା ଘୁଞ୍ଚି ଘୁଞ୍ଚି ଯାଉଛି।

ନିର୍ମାଣ କାମ ୨୦୨୪ ସୁଦ୍ଧା ସରିବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ।

୨୦୨୨ରେ ନୂଆ କ୍ୟାନସର କେୟାର ସେଣ୍ଟର ପାଇଁ ପ୍ରଶାସନିକ ଅନୁମୋଦନ ମିଳିଥିଲା।

ଏଥିପାଇଁ ୪୯.୩୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।

କିନ୍ତୁ ନୂଆ ୟୁନିଟ୍‌ ଚାଲୁ ନହେବାରୁ ବର୍ତ୍ତମାନ ଥିବା କ୍ୟାନସର ବିଭାଗର ସୀମିତ ସୁବିଧା ଉପରେ ହିଁ ରୋଗୀଙ୍କ ଚାପ ବୃଦ୍ଧି ପାଉଛି।

Advertisment Kuakhai River: କୁଆଖାଇକୁ ଡେଇଁଲେ ଆଉ ଜଣେ ଯୁବକ: ଡେଥ୍‌ ଜୋନ୍‌ ପାଲଟିଛି ଟଙ୍କପାଣି ବ୍ରିଜ୍‌ ୧୫ ବେଡ୍‌ରେ ଦିନକୁ ୫୦ରୁ ଅଧିକ କେମୋଥେରାପିସ୍ୱତନ୍ତ୍ର କ୍ୟାନସର୍‌ ୟୁନିଟ୍‌ର କାମ ଏବେ ବି ଅଧୁରା ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲର ଏହି ବିଭାଗକୁ ପ୍ରତି ଦିନ ୭୦ରୁ ଅଧିକ ରୋଗୀ ଆସୁଛନ୍ତି।

ମାତ୍ର ୧୫ଟି ବେଡ୍‌ରେ ଦିନକୁ ୫୦ରୁ ଅଧିକ ରୋଗୀ କେମୋଥେରାପି ନେଉଛନ୍ତି।

ଫଳରେ ବେଡ୍‌ ଓ ସ୍ଥାନ ଅଭାବରୁ ଅନେକ ରୋଗୀଙ୍କୁ ଚିକିତ୍ସା ନପାଇ ଫେରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।

ଏହା ସହିତ ରୋଗୀମାନେ କେମୋ ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି।

ଏପରିକି ସନ୍ଧ୍ୟା ପର୍ଯ୍ୟନ୍ତ ଲଗାତାର ଭାବେ କେମୋ ଚାଲୁଛି।

ବିଭାଗରେ କେବଳ ଡାକ୍ତରଙ୍କ ପରାମର୍ଶ ସହିତ କେମୋଥେରାପି ବ୍ୟବସ୍ଥା କରାଯାଇଛି।

ମାଗଣା ଔଷଧ ମଧ୍ୟ ଦିଆଯାଉଛି।

କିଛି ଦିନ ତଳେ କ୍ୟାନସର ବିଭାଗରେ ନୂଆ ଡାକ୍ତର ନିଯୁକ୍ତି ପାଇଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ଅଙ୍କୋ ସର୍ଜନ ନିଯୁକ୍ତି ପାଇଛନ୍ତି।

କ୍ୟାନସର ରୋଗୀଙ୍କ ପାଇଁ ସ୍ବତନ୍ତ୍ର ସର୍ଜରି ଓଟି ନଥିବାରୁ ସେ ଜେନେରାଲ ଓଟିରେ ‌ସୀମିତ ସମୟ ମଧ୍ୟରେ ସର୍ଜରି କରୁଛନ୍ତି।

ରେଡିଏସନ୍ ଓ ପେଟ ସ୍କାନ ଭଳି ମେସିନ ନଥିବାରୁ ବହୁ ରୋଗୀ କଟକ ଆଚାର୍ଯ୍ୟ ହରିହର ନ‌ହେଲେ ଏମ୍‌ସ ଉପରେ ନିର୍ଭର କରୁଛନ୍ତି।

ମାମୋଗ୍ରାଫି ମେସିନ ଆସିଛି କିନ୍ତୁ କାର୍ଯ୍ୟକ୍ଷମ ହୋଇନାହିଁ।

ଫଳରେ ଗୁରୁତର ରୋଗୀମାନେ ଘରୋଇ ହସ୍ପିଟାଲ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।

Editorial: ଆଶାର ଗବାକ୍ଷ; ଜଳ: ଜୀବନରୁ ଯନ୍ତ୍ରଣା ଯାଏ କ୍ୟାପିଟାଲ ହସ୍ପିଟାଲରେ ୨୦୧୬ରୁ ମାଗଣା କ୍ୟାନସର ପରାମର୍ଶ ଓ କେମୋଥେରାପି ସେବା ଦିଆଯାଉଛି।

ଏହି ବ୍ୟବସ୍ଥା ଆରମ୍ଭ ହେବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜଧାନୀ ଓ ଆଖପାଖ ଜିଲ୍ଲାର ରୋଗୀଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟଗ୍ରାଜୁଏଟ୍ କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍‌ ଉପରେ ନିର୍ଭରଶୀଳତା କମାଇବା।

ରୋଗୀଙ୍କ ଉପଲବ୍ଧତାକୁ ଦେଖି ତଥା ରାଜଧାନୀରେ ଏକ କ୍ୟାନସର ବିଭାଗର ସ୍ବତନ୍ତ୍ର ୟୁନିଟ କରିବା ପାଇଁ ଓଡ଼ିଶା କମ୍ପ୍ରିହେନ୍ସିଭ୍ କ୍ୟାନସର କେୟାର ପ୍ଲାନ୍‌ ଅଧୀନରେ ନୂଆ କ୍ୟାନସର କେୟାର ସେଣ୍ଟର ସ୍ଥାପନ ପାଇଁ ୪୯.୩୫ କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ମିଳିଥିଲା।

କ୍ୟାପିଟାଲ ହସ୍ପିଟାଲର କ୍ୟାନସର ୱିଙ୍ଗ୍‌ରେ ୫୦ଟି ବେଡ୍‌ ରଖାଯିବା ସହ ରେଡିଓଥେରାପି, ବ୍ରାକିଥେରାପି, ହିଷ୍ଟୋପାଥୋଲୋଜି, ଅଙ୍କୋସର୍ଜରି, କେମୋଥେରାପି ଓ ପାଲିଏଟିଭ୍ କେୟାର ଭଳି ସେବା ଯୋଗାଇବାର ଯୋଜନା ରହିଛି।

କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ତଥା ଭାରପ୍ରାପ୍ତ ନିର୍ଦ୍ଦେଶକ ଡା.

ପ୍ରଭାତ କୁମାର ରଥ କହିଛନ୍ତି ଯେ, ବର୍ତ୍ତମାନ କ୍ୟାନସର ବିଭାଗରେ ମୁଖ୍ୟତଃ କେମୋଥେରାପି ସେବା ଦିଆଯାଉଛି।

ସ୍ୱତନ୍ତ୍ର କ୍ୟାନସର ୟୁନିଟ୍‌ର ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି।

ନୂଆ କୋଠାରେ ଆବଶ୍ୟକ ଉପକରଣ ଓ ଯନ୍ତ୍ରାଂଶ ସ୍ଥାପନ ପରେ ଅଧିକ ବ୍ୟାପକ ଚିକିତ୍ସା ସେବା ଦିଆଯିବ।

ନୂଆ ଡାକ୍ତର ମଧ୍ୟ କ୍ୟାନସର ୟୁନିଟ୍‌ରେ ଯୋଗଦେଇଥିବାରୁ ରୋଗୀମାନେ ଉପକୃତ ହେବେ ବୋଲି ସେ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।