Landslides: ପୁଣି କେ ଆର୍ ଲାଇନରେ ଧସିଲା ପଥର; ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
"ରାୟଗଡ଼ା (ଶିବ ପ୍ରସାଦଦୋରା): ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ କେ ଆର ଲାଇନ ରେଳପଥରେ ପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଉଛି I ଶିକରପାଇ ରେଳ ଷ୍ଟେସନ ନିକଟ ରେଳ ଟ୍ରାକ୍ ଉପରେ ପଥର ଖସିଥିବା କୁହାଯାଉଛିI Advertisment ସିକରପାଇରୁ ଭାଲୁମାସ୍କା ମଧ୍ଯରେ କେ ଆର ଲାଇନ ରେ ଦ୍ଵିତୀୟ ଲାଇନ ରେଳପଥ କାର୍ଯ୍ୟ ଜାରି ରହିଛି I ପଥର ରେଳ ଲାଇନ ଉପରେ ଧସିବା ପରେ ସିକରପାଇ ଷ୍ଟେସନ୍ରେ ଇଣ୍ଟରସିଟି ଏବଂ କେଉଟଗୁଡା ଷ୍ଟେସନ୍ ରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ୍I ଘଟଣାସ୍ଥଳରେ ରେଳ ବିଭାଗର ସୁରକ୍ଷା କର୍ମୀ ଓ ଇଂଜିନିଅରିଙ୍ଗ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ପ୍ରାୟ ଦୁଇ ଘଣ୍ଟାରୁ ଅଧିକା ସମୟ ଧରି ଟ୍ରେନ ଅଟକି ଥିବା ସୂଚନାରୁ ଜଣାପଡିଛିI ସୂଚନାଯୋଗ୍ୟ ଗତକାଲି ଲେଲିଗୁମା ଓ ରାଉଳି ମଧ୍ୟରେ ମାଟି ଧସି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲାI ରାୟଗଡା ରେଳ ଡିଭିଜନ ଡି ଆର ଏମ ଅମିତାଭ ସିଂଘଲ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛିI ବର୍ଷା ଯୋଗୁଁ ରାୟଗଡା ଆନ୍ଧ୍ର ପ୍ରଦେଶ ରାସ୍ତାରେ ଗଛ ପଡିବା ଯୋଗୁଁ ୩ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଛିI ମେଟୁ କେରଡ଼ା ନିକଟରେ ଗୋଟିଏ ବଡ ଗଛ ପଡିଥିବା ଜଣାପଡିଛିI "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।