Car: ଖଣି ବିଭାଗର ବାଟ ଓଗାଳିଲା କାର୍‌: ପୁଲିସକୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା

Sep 11, 2026 - 05:49
Car: ଖଣି ବିଭାଗର ବାଟ ଓଗାଳିଲା କାର୍‌: ପୁଲିସକୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା

"ଜଗତସିଂହପୁର/କୁଜଙ୍ଗ: ବାଲି ବୋଝେଇ ହାଇୱା ଧରିବାକୁ ଯାଉଥିବା ବେଳେ ଖଣି ବିଭାଗ ଗାଡ଼ିକୁ ରୋକିବା ଓ ପୁଲିସକୁ ମାଡ଼ ମାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

କଟକ-ପାରାଦୀପ ରାସ୍ତାରେ ପ୍ରାୟ ୩୦ କିଲୋମିଟର ଧରି ଏଭଳି ଛକାପଞ୍ଝା, ଗୋଡ଼ାଗୋଡ଼ି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଏ ନେଇ ଥାନାରେ ଖଣି ଅଧିକାରୀ ଏତଲା ଦେଇଥିବା ବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment Vedanta aluminium: ଷଷ୍ଠ ସିଏଲଆଇ ଏକ୍ସପୋରେ ବେଦାନ୍ତ ମିଳିଥିବା ତଥ୍ୟ ଅନୁସାରେ, କଟକ- ପାରାଦୀପ ରାସ୍ତାରେ ଚୋରା ବାଲିଚାଲାଣ କରୁଥିବା ହାଇୱା (ଓଡି୦୪-ଟି-୬୫୭୫) ଜଇପୁର ନିକଟରୁ ପାରାଦୀପ ଅଭିମୁଖେ ଯାଉଥିଲା।

ବନ୍ୟା ପାଣି ଯୋଗୁଁ ନଦୀରୁ ବାଲି ଉଠାଣ ବନ୍ଦ ଥିବା ବେଳେ ଚୋରାଚାଲାଣ କରାଯାଉଥିବା ଅଭିଯୋଗ ଥିଲା।

ଖଣି ଅଧିକାରୀ ପୁଲିସ ଟିମ୍ ସହ ହାଇୱାର ପିଛା କରିଥିଲେ।

କିନ୍ତୁ ଏକ ସ୍ବିଫ୍ଟ କାର୍‌ ସେମାନଙ୍କ ବାଟ ଓଗାଳି ଥିଲା।

ପ୍ରାୟ ୩୦ କିଲୋମିଟର ଧରି ରାସ୍ତା ମଝିରେ ଗୋଡ଼ାଗୋଡ଼ି ଚାଲିଥିଲା।

କାର୍‌ଟି ହାଇୱା ପଛରେ ରହି ଖଣି ବିଭାଗ ଗାଡ଼ିର ବାଟ ଓଗାଳି ଥିଲା।

କଟକ-ପାରାଦୀପ ରାସ୍ତାରେ ୩୦ କିଲୋମିଟର ଗୋଡ଼ାଗୋଡ଼ିପୁଲିସକୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା Vedanta aluminium: ଷଷ୍ଠ ସିଏଲଆଇ ଏକ୍ସପୋରେ ବେଦାନ୍ତ ପ୍ରାୟ ୩୦ କିଲୋମିଟର ଯିବା ପରେ କୁଜଙ୍ଗ ନିକଟରେ ବାଲି ବୋଝେଇ ହାଇୱାକୁ ଧରିବାକୁ ସକ୍ଷମ ହୋଇଥିଲା ଖଣି ବିଭାଗ ଓ ପୁଲିସ।

କିନ୍ତୁ ସେହି ସମୟରେ ଦୁର୍ବୃତ୍ତମାନେ ପୁଲିସକୁ ଆକ୍ରମଣ କରି ଗାଡ଼ି ନେଇଯିବାକୁ ଉଦ୍ୟମ କରିଥିଲେ।

କିନ୍ତୁ ପୁଲିସ ସେମାନଙ୍କୁ ପ୍ରତିରୋଧ କରିଥିଲା।

ଖଣି ବିଭାଗ ଅଧିକାରୀ ହାଇୱାକୁ ଜବତ କରି ପୁଲିସ ଜିମା ଦେଇଥିଲେ।

ଜବତ ହାଇୱା ନାଁରେ ପୂର୍ବରୁ ମଧ୍ୟ ତିର୍ତ୍ତୋଲ ଥାନାରେ ମାମଲା ରହିଛି।

ଅନ୍ୟପଟେ କୁଜଙ୍ଗ ପୁଲିସ କହିଛି ଯେ ୩ଟି ବାଲି ବୋଝେଇ ହାଇୱାକୁ ଥାନାରେ ଅଟକ ରଖାଯାଇଛି।

ପ୍ରତିରୋଧ କରୁଥିବା କାର୍‌ ସମ୍ପର୍କରେ ସେମାନଙ୍କ ପାଖରେ କୌଣସି ଖବର ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।