Politics: ଏରସମାରେ ତେଜିଲା ରାଜନୀତି: ଶିଆଳି ବେଳାଭୂମିରୁ ତାଡ଼ିନେଲେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି
ଏରସମା: ଜଗତସିଂହପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶିଆଳି ବେଳାଭୂମିରେ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି। ଏହାକୁ ନେଇ ଏରସମାରେ ରାଜନୀତି ଜୋର୍ ଧରିଛି। ପଦ୍ମପୁର ସରପଞ୍ଚ ପ୍ରତିଭା ପାତ୍ର ଏନେଇ ଏରସମା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗି ସେଠାରୁ ଗାଏବ କରି ଦେଇଛନ୍ତି। ଗୁରୁବାର ସକାଳେ ଘଟଣା ଜଣାପଡ଼ିବା ପରେ ଏହାକୁ ନେଇ ଏରସମା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୂର୍ବରୁ ଶିଆଳି ବେଳାଭୂମିରେ ଥିବା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ମଧ୍ୟ ତାଡ଼ି ନେଇଥିଲେ। ଲଗାତାର ଏଭଳି ଘଟଣା ଘଟୁଥିବାରୁ ପ୍ରତିମୂର୍ତ୍ତିର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।
Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି
ଏରସମାରେ ତେଜିଲା ରାଜନୀତି
ପୂର୍ବରୁ ଭଙ୍ଗା ଯାଇଥିଲା ଦାମ ରାଉତଙ୍କ ପ୍ରତିମୂର୍ତ୍ତି
ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ ସାରଦା ପ୍ରସନ୍ନ ଜେନା ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାକୁ ଏରସମା ବ୍ଲକ୍ ବିଜୁ ଜନତା ଦଳ ସଭାପତି ପୀତବାସ ଗୋଚ୍ଛାୟତ ତୀବ୍ର ନିନ୍ଦା କରିଛନ୍ତି। ପ୍ରତିମୂର୍ତ୍ତି ଭାଙ୍ଗିବା ଓ ଚୋରି କରିବା ହୀନ ରାଜନୀତିର ପରିଚୟ ବୋଲି ସେ କହିଛନ୍ତି। ଏହି ଘଟଣାରେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ତୁରନ୍ତ ଠାବ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେହିପରି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଚୋରି ଘଟଣାକୁ ବିଜେପି ନେତା ନୃସିଂହ ସାହୁ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଶୀଘ୍ର ଗିରଫ କରାଯାଇ ଆଇନାନୁଯାୟୀ ଦଣ୍ଡ ଦିଆଯିବାକୁ ସେ ଦାବି କରିଛନ୍ତି। ଏ ନେଇ ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଏରସମା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏରସମା ଥାନା ଅଧିକାରୀ ପାର୍ଥ ପ୍ରୀତମ ସୂଚନା ଦେଇଛନ୍ତି।
BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍ର ବୁଝାମଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।