Car crash: କାର ଧକ୍କାରେ ସିକ୍ୟୁରିଟି ଗାର୍ଡ ମୃତ

Sep 03, 2026 - 15:00
Car crash: କାର ଧକ୍କାରେ ସିକ୍ୟୁରିଟି ଗାର୍ଡ ମୃତ

"ରାଉରକେଲା : ସୁନ୍ଦରଗଡ ଜିଲ୍ଲା ରାଉରକେଲା ପ୍ଲୁଟୋନ ମଲ ସମ୍ମୁଖ ରିଂରୋଡ ରେ କାର ଧକ୍କାରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ସେକ୍ଟର ୬ ଅଞ୍ଚଳର ଇଶ୍ୱର ଓରାମ (୪୨) l ଛେଣ୍ଡ ପୁଲିସ ଶବ ଜବତ କରିବ୍ୟବଚ୍ଛେଦ ପାଇଁ ପଠାଇଛି l ଦୁର୍ଘଟଣାଗ୍ରସ୍ତକାରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି lAdvertisment ଆହୁରି ପଢନ୍ତୁ :  Robbery: କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ: ୧୫ ହଜାର ଟଙ୍କା ଏବଂ ବ୍ୟାଗ ନେଇ ଲୁଟେରା ଚମ୍ପଟ  ଇଶ୍ଵର ପ୍ଲୁଟୋନ ମଲ ସପରଷ୍ଟପ ପୋଷାକ ଦୋକାନରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି l ପ୍ରତିଦିନ ପରି ଆଜି ଘରୁ ଡ୍ୟୁଟିକୁ ବାଇକରେ ଆସୁଥିଲେ l ରିଂ ରୋଡ଼ରୁ ମଲକୁ ଯାଉଥିବାବେଳେ କାର ତାଙ୍କୁ ଧକ୍କା ଦେଇଥିଲା l ନିକଟରେ ଡ୍ୟୁଟି କରୁଥିବା ମହିଳା ଗୃହରକ୍ଷୀ ଗୁରୁତର ଯୁବକଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ ହେଁ ପାରି ନ ଥିଲେ l "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।