Car Gets Swept Away: ଅଚାନକ ମାଡ଼ିଆସିଲା ପାଣି, ସୁଅରେ ଭାସିଗଲା କାର୍; ଭିତରେ ଫସିଲେ ଦୁଇଜଣ

Sep 25, 2026 - 16:58
Car Gets Swept Away: ଅଚାନକ ମାଡ଼ିଆସିଲା ପାଣି, ସୁଅରେ ଭାସିଗଲା କାର୍; ଭିତରେ ଫସିଲେ ଦୁଇଜଣ

ଅଚାନକ ମାଡ଼ି ଆସିଲା ପାଣି... ଆଉ ସୁଅରେ ଭାସିଗଲା କାର ! କାର୍ ଭିତରେ ଫସିଗଲେ ଦୁଇ ଜଣ। ଘଣ୍ଟାଏ ନୁହେଁ, ଜୀବନ ବଞ୍ଚାଇବାକୁ ପାଣି ଭିତରେ ଦୁଇ ଘଣ୍ଟା ଧରି ଚାଲିଲା ସଂଘର୍ଷ। ଏଭଳି ଛାତିଥରା ଘଟଣା ଘଟିଛି ଉଦଳା ଥାନା ନହରପଦା ଗାଁରେ। ଦୁଷ୍ମନ୍ତ ଦେଶାରୀ ଏବଂ ତାଙ୍କ ସହ ଥିବା ଆଉ ଜଣେ ବ୍ୟକ୍ତି କାର୍ ରେ ନହରପଦା ଗାଁକୁ ଯାଉଥିଲେ।

ହଠାତ୍ ରାସ୍ତା ଉପରେ ପାଣିର ପ୍ରଖର ସୁଅ ଚାଲିଥିଲା। କିଛି ବୁଝିବା ଆଗରୁ ସୁଅରେ ଭାସିଗଲା କାର୍। ପାଣି ଭିତରେ ଫସି ଯାଇଥିଲା ଗାଡ଼ି, ଆଉ ତା’ ଭିତରେ ଥିଲେ ଦୁଇ ଜଣ। ଦୀର୍ଘ ସମୟ ପରେ କାରଟିକୁ ଦେଖି ଭରା ପାଣିରୁ ବାହାର କରିଥିଲେ ଗ୍ରାମବାସୀ। 

ବଢ଼ୁଛି ଜଳସ୍ତର, ଭୟଙ୍କର ହେଉଛି ସ୍ଥିତି। ଉଦଳାରେ ଲଗାଣ ବର୍ଷା ଯୋଗୁଁ ଫୁଲିଛି ନାଲୁହା ନଦୀ। ଯାହା ଫଳରେ ପାହାଡ଼ ର ନାଲି ପାଣି ଏବେ ଗାଁରେ ପଶିଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ କରକଚିଆ ପଞ୍ଚାୟତର ଟିକରପଡା ଏବଂ ବଡ଼ କଇମ ଗ୍ରାମରେ ଏବେ ବନ୍ୟା ସ୍ଥିତି ଉପୁଜିଛି। ଗ୍ରାମର ୭୦ ରୁ ଅଧିକ ଘରେ ପାଣି ପଶିଛି । 

ପାଣି ସୁଅରେ ବୁଡ଼ିଗଲା କାର୍
କାର୍ ଭିତରେ ଫସିଗଲେ ଦୁଇ ଜଣ
ଜୀବନ ବଞ୍ଚାଇବାକୁ ଦୁଇ ଘଣ୍ଟା ଧରି ସଂଘର୍ଷ
ଉଦଳା ନହରପଦା ଗାଁରେ ଛାତିଥରା ଘଟଣା 
ଭରା ପାଣିରୁ କାର୍ ଉଦ୍ଧାର କଲେ ସ୍ଥାନୀୟ ଲୋକ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।