Mud And Rocks Fall Onto Road: ଲଗାଣ ବର୍ଷାରେ ଚିତ୍ରକୋଣ୍ଡା-ଦାରାକୋଣ୍ଡା ରାସ୍ତାରେ ଭୂସ୍ଖଳନ, ଯାତାୟତ ବନ୍ଦ

Sep 25, 2026 - 16:58
Mud And Rocks Fall Onto Road: ଲଗାଣ ବର୍ଷାରେ ଚିତ୍ରକୋଣ୍ଡା-ଦାରାକୋଣ୍ଡା ରାସ୍ତାରେ ଭୂସ୍ଖଳନ, ଯାତାୟତ ବନ୍ଦ

ଲଗାଣ ବର୍ଷା ପରେ ଭୂସ୍ଖଳନ... ବନ୍ଦ ହେଲା ଓଡ଼ିଶା-ଆନ୍ଧ୍ର ସୀମାନ୍ତ। ଚିତ୍ରକୋଣ୍ଡା-ଦାରାକୋଣ୍ଡା ରାସ୍ତାରେ ଭୂସ୍ଖଳନ ପରେ ଯାତାୟତ ପ୍ରଭାବିତ। ତେବେ ଚିତ୍ରକୋଣ୍ଡାରୁ ଦାରାକୋଣ୍ଡାକୁ ସଂଯୋଗ କରୁଥିବା ରାସ୍ତାରେ ଭୂସ୍ଖଳନ ହେବାରୁ ମାଟି ଓ ପଥର ରାସ୍ତା ଉପରେ ଖସିପଡ଼ିଛି। ଫଳରେ ବିଶାଖାପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଚିକିତ୍ସା ସେବା ପାଇଁ ଚିତ୍ରକୋଣ୍ଡାରୁ ବିଶାଖାପାଟଣା ଯାଉଥିବା ରୋଗୀ ଓ ସେମାନଙ୍କ ପରିବାର ଏବେ ଅସୁବିଧାରେ ପଡ଼ିଛନ୍ତି। ରାସ୍ତା ଉପରୁ ମାଟି ଓ ପଥର ହଟାଇ ଶୀଘ୍ର ଯାତାୟାତ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବର୍ଷା ଜାରି ରହିଲେ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। 

ବଢୁଛି ବର୍ଷା, ବିଗୁଡୁଛି ନବରଙ୍ଗପୁରର ସ୍ଥିତି। ଗତ ୩ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଇନ୍ଦ୍ରାବତୀ ଡ୍ୟାମର ୩ଟି ଓ ମୁରାନ ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଥିବାରୁ ତଳିଆ ଅଞ୍ଚଳକୁ ନେଇ ବଢିଛି ଚିନ୍ତା। କୋଷଗୁମୁଡ଼ାର ଘାଟବାସୁଲି ଗାଁ ଜଳଘେରରେ ଥିବା ବେଳେ ସ୍ଥିତି ଉପରେ ନଜର ପାଇଁ ମୁତୟନ ହୋଇଛି ଓଡ୍ରାଫ୍ ଟିମ୍। ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେପଟେ ଉମରକୋଟରେ ମଧ୍ୟ ବର୍ଷାର ପ୍ରଭାବ ସାଂଘାତିକ।... 

ଲଗାଣ ବର୍ଷାରେ ମାଲକାନଗିରିରେ ସ୍ଥିତି ସଙ୍ଗୀନ। ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ପୋଟେରୁ, କାଙ୍କରକୁଣ୍ଡା, ଏମ୍ ଭି-90 ଓ ଏମ୍ ଭି-୯୬ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଅନେକ ତଳିଆ ଅଞ୍ଚଳରେ ଘର ଭିତରକୁ ପଶିଛି ବର୍ଷା ପାଣି। ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଆଶ୍ରୟସ୍ଥଳୀରେ ସେମାନଙ୍କ ରହିବା ଓ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ୬ଟି ବ୍ଲକର ୫୮ଟି ଗାଁ ପ୍ରଭାବିତ ହୋଇଥିବାବେଳେ ୧୧୫୪ ଜଣଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି। ସ୍ଥିତି ଉପରେ ନଜର ରଖିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।