CaratLane: ପଟିଆରେ ‘କ୍ୟାରେଟଲେନ୍‌’ର ୩୭୪ତମ ଷ୍ଟୋର

Oct 11, 2026 - 00:39
CaratLane: ପଟିଆରେ ‘କ୍ୟାରେଟଲେନ୍‌’ର ୩୭୪ତମ ଷ୍ଟୋର

"ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଓମ୍‌ନିଚ୍ୟାନେଲ ଗହଣା ବ୍ରାଣ୍ଡ "କ୍ୟାରେଟ୍‌ଲେନ୍" ପଟିଆରେ ଏହାର ୩୭୪ତମ ଷ୍ଟୋର ଖୋଲିଛି।

ପଟିଆସ୍ଥିତ ଆରଟିଓ ୨ ଏବଂ ଜୁଡିଓ ନିକଟରେ ଖୋଲିଥିବା ନୂଆ ଷ୍ଟୋରକୁ କମ୍ପାନିର ଆଞ୍ଚଳିକ ପ୍ରବନ୍ଧକ ରାହୁଲ କୁମାର ଗୁପ୍ତା, ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ ଶ୍ରୀଜୟୀ ଦତ୍ତ ଏବଂ ବିଜ୍‌ନେସ୍‌ ଆସୋସିଏଟ୍‌ ମାନିକ ହଂସ ଓ ଯୋଗେନ୍ଦ୍ର ହଂସ ଆନୁ‌ଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।Advertisment ପାର୍ବଣ ଉପଲକ୍ଷେ ଫ୍ଲାଟ୍‌ ୨୦% ରିହାତି ନୂଆ ଷ୍ଟୋରରେ ଉଭୟ ଷ୍ଟଡେଡ୍ ଏବଂ ଅନ୍‌ଷ୍ଟଡେଡ୍ ଡିଜାଇନ୍‌ର ବ୍ୟାପକ ରେଞ୍ଜ୍ ରହିଛି।

ଏଥିମଧ୍ୟରେ ରହିଛି ବଟରଫ୍ଲାଏ, ଅରଣ୍ୟ ଏବଂ ଓମ୍ବରେ ଭଳି କଲେକ୍ସନ ।

ସେହିଭଳି ଷ୍ଟୋରରେ ଫ୍ରେଣ୍ଡସ୍‌, ଡିଜ୍‌ନି, ହ୍ୟାରି ପୋଟର ଏବଂ ପେପା ପିଗ୍ ଭଳି ସମ୍ଭାର ବି ରହିଛି।

ଗ୍ରାହକମାନେ ଏଠାରୁ ବିଭିନ୍ନ ଲୋକପ୍ରିୟ ବର୍ଗର ଗହଣା ଯେପରି ଆଧୁନିକ ମଙ୍ଗଳସୂତ୍ର, ନିତିଦିନ ବ୍ୟବହାର ପାଇଁ ଉଦ୍ଦିଷ୍ଟ କାନଫୁଲ, କକଟେଲ୍‌ ରିଙ୍ଗ୍, ପିଲାଙ୍କ ଗହଣା ଏବଂ ଉପହାରର ବିସ୍ତୃତ ସମ୍ଭାର ପାଇପାରିବେ।

ପାର୍ବଣରେ ଗ୍ରାହକ ଫ୍ଲାଟ୍ ୨୦% ରିହାତିରେ ଘରକୁ ସେମାନଙ୍କ ମନ ପସନ୍ଦର ଗହଣା ନେଇପାରିବେ।

ପ୍ରତ୍ୟେକ ବୟସ ବର୍ଗ ଏବଂ ଅବସର ପାଇଁ କ୍ୟାରେଟ୍‌ଲେନ୍ ୧୦,୦୦୦ରୁ ଊର୍ଦ୍ଧ୍ବ ଆକର୍ଷଣୀୟ ଡିଜାଇନ୍ ପ୍ରଦାନ କରୁଛି ।

ଗ୍ରାହକମାନେ www.caratlane.comରେ ସମ୍ପୂର୍ଣ୍ଣ ଗହଣା ସମ୍ଭାରଗୁଡ଼ିକୁ ଦେଖିପାରିବେ।

ମୋବାଇଲ୍ ଡାଟା ଏବଂ ୫ଜି ବ୍ୟବହାରରେ କେଉଁ ଦେଶ ଆଗରେ, ଜାଣନ୍ତୁ କିଛି ରୋଚକ ତଥ୍ୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।