Wildlife: ଏମ୍ଜିଏମ୍ ମିନେରାଲ୍ସର ପଟାବେଡ଼ା ଲୌହ ଖଣିରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ
"ଭୁବନେଶ୍ବର: ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍ର ପଟାବେଡ଼ା ଲୌହ ଖଣି ପକ୍ଷରୁ ଜାତୀୟ ବନ୍ୟପ୍ରାଣୀ ସପ୍ତାହର ଉଦ୍ଯାପନୀଉତ୍ସବ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଛି।
କାର୍ଯ୍ୟକ୍ରମରେ କୋଇଡା ବନାଞ୍ଚଳ ରେଞ୍ଜର ଅସିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଫରେଷ୍ଟର ଶ୍ରୀ ସେନାପତି ମଧ୍ୟ ଉପସ୍ଥିତ ଥିଲେ।Advertisment ଆହୁରି ପଢନ୍ତୁ :Flight service: ଅକ୍ଟୋବର ୧୫ ପର୍ଯ୍ୟନ୍ତ ରିୟାଦକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବାତିଲ ଏମ୍ଜିଏମ୍ ମିନେରାଲ୍ସ ପକ୍ଷରୁ ବରିଷ୍ଠ ମହାପ୍ରବନ୍ଧକ (ଖଣି) ହିମାଂଶୁ ଶେଖର ପଟ୍ଟନାୟକ, ବରିଷ୍ଠ ଉପମହାପ୍ରବନ୍ଧକ (ଖଣି) ଚତୁର୍ଭୁଜ ସାହୁ ଏବଂ ଏଜିଏମ୍ (ଖଣି) ସତ୍ୟଜିତ ପଣ୍ଡାଙ୍କ ସହ ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଜାତୀୟ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ପୁରସ୍କାର ବିତରଣ ଓ ପଟାବେଡ଼ା ଗ୍ରାମରେ ନୂତନ ଫଳ ବଗିଚା ବିକାଶ ପାଇଁ ଚାରା ରୋପଣ ଉଦ୍ଯାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।